ଆମ ସମାଜରେ ଯେଉଁଭଳି ସ୍ତ୍ରୀ ଓ ପୁରୁଷଙ୍କୁ ସମାଜର ଅଂଶ ବିବେଚିତ କରାଯାଇଛି ଠିକ ସେହିଭଳି କିନ୍ନର ମଧ୍ୟ ଏହି ସମାଜର ଅଂଶ ଅଟନ୍ତି । ଯଦିଓ ସମାଜରେ କିନ୍ନରଙ୍କୁ ସେହି ମାନସମ୍ମାନ ମିଳେନାହିଁ ଓ ତାଙ୍କୁ ସମାଜରୁ ଦୂର କରିଦିଆଯାଏ । ବେଳେବେଳେ କିନ୍ନର ସମୁଦାୟର ଲୋକମାନେ ଖୁସି ସମୟରେ କିମ୍ବା ସଡକ ଉପରେ ନାଚୁଥିବାର ଦେଖାଯାଇଥାନ୍ତି । କାରଣ ତାଙ୍କ ପାଖରେ ଆୟ କରିବାର ନାହିଁ ଅନ୍ୟ ଉପାୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି କିନ୍ନର ବିଷୟରେ କହିବାକୁ ଯାଉଛୁ ଯିଏ କୌଣସି ପରିଚୟର ଅଧୀନ ନୁହନ୍ତି । ତାଙ୍କ ନାମ ଆଜି ସାରା ମଣିପୁରୀଙ୍କ ମଧ୍ୟରେ ପ୍ରସିଦ୍ଧ ଓ ଏକ ଜଣାଶୁଣା ନାମ ହୋଇସାରିଛି । ସୁନ୍ଦରୀ ହେବା ସହିତ ସେ ମଣିପୁର ସିନେମା ଦୁନିଆରେ ଆଜି ଜଣେ ଜଣାଶୁଣା ଚେହେରା । ପିଲାବେଳେ ତାଙ୍କୁ ଅନେକ ଧମକ ଦିଆଯାଉଥିଲା । କେବେ କେବେ ମାଡର ଶିକାର ସେ ହେଉଥିଲେ । ଏସୁ ପଛରେ କାରଣ ଥିଲା କି ସେ ହଲେ ଜଣେ କିନ୍ନର । ମଣଇପୁର ପୁରସ୍କାର ବିଜେତା ଆକ୍ଟର ବିଶେଷ ହୁଇରେମଙ୍କ ପାଇଁ ଷ୍ଟାରଡମ ସିଡି ବହୁତ କଠିନ ଥିଲା ।
ଆମେ କହୁଛୁ ଦୁନିଆର ସର୍ବଶ୍ରେଷ୍ଠ ସୁନ୍ଦରୀ କିନ୍ନର ବିଶେଷ ହୁଇରେମଙ୍କ କଥା । ଯାହାଙ୍କ ବୟସ ହେଉଛି ମାତ୍ର ୨୭ । ଏଥର ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ମିସ ଇଣ୍ଟରନାସନାଲ କ୍ଵିନ ବ୍ୟୁଟି କଣ୍ଟେଷ୍ଟରେ ମଧ୍ୟ ସେ ଭାଗ ନେବାକୁ ଯାଉଛନ୍ତି । ଆପଣଙ୍କୁ ଜଣେଇଦେବୁ ଯେ ବିଶେଷ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଫେସନ ଡିଜାଇନିଙ୍ଗରେ ସ୍ନାତକ କରି ମଣିପୁରୀ ଫିଲ୍ମରେ ଓ ରଙ୍ଗମଞ୍ଚରେ ସବୁଠାରୁ ଅଧିକ ପାଉଣା ନେଉଥିବା କଳାକାରଙ୍କ ମଧ୍ୟରୁ ଜଣେ ହେଲେ ହୁଡରେମ ।
ତେବେ ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତା କେବଳ କିନ୍ନରଙ୍କ ପାଇଁ ହିଁ ଆୟୋଜିତ କରାଯାଏ । ଯେଉଁତିରେ ସବୁଠାରୁ ସୁନ୍ଦରୀ କିନ୍ନର ଇଣ୍ଟରନାସନାଲ ବ୍ୟୁଟି କ୍ଵିନ ଉପାଧିରେ ସମ୍ମାନିତ ହୋଇଥାନ୍ତି ।
ବିଶେଷର ବାପା କହିଛନ୍ତି ଯେ ଯେବେ ବାଲ୍ୟକାଳରେ ତାଙ୍କୁ ବିଶେଷର କିନ୍ନର ହେବାର ବିଷୟରେ ଜଣାପଡିଲା । ଏହା ଜାଣି ବି ସେ ବହୁତ ଧୌର୍ୟ୍ୟ ରଖିଲେ ଓ କହିଲେ ଯେ “ଏକଥା କୁ ବୁଝିବାର ଆବଶ୍ୟକତା ରହିଛି ଯେ ମୋର ସନ୍ତାନ ଏକ ଝିଅ ଠାରୁ ଅନେକ ଭଲ । ଯାହାପରେ ସେ ବିଶେଷକୁ ଦୂରେଇ ଦେବା ବଦଳରେ ବହୁତ ସ୍ନେହ ପ୍ରେମ ସହିତ ପାଳିପୋଷି ବଡ କରିଛନ୍ତି ।
ବିଶେଷର ମାଆ ଖୋମାଦୋଂବୀ କହିଛନ୍ତି ଯେ ପ୍ରଥମେ ପ୍ରଥମେ ଆମ ପାଇଁ ଏହା ବହୁତ କଷ୍ଟକର ହେଉଥିଲା । କରଣ ଯେବେ ମଧ୍ୟ ସେ ନିଜର ପୁଅ ଦ୍ଵାରା ଝିଅ ମାନଙ୍କ ପୋଷାକ ପ୍ରତି ଆକର୍ଷିତ ହେବାର ଦେଖୁଥିଲେ ତ ବହୁତ ବିରକ୍ତ ହେଉଥିଲେ କିନ୍ତୁ ପରେ ସେ ଏହାକୁ ସ୍ଵୀକାର କରିନେଲେ । ଖାସ କଥା ହେଉଛି ବିଶେଶ ଏକ ବ୍ୟୁଟି ପାର୍ଲର ମଧ୍ୟ ଚଲାଉଥିଲେ ।
ଏଭଳି ବିଶେଷ ବହୁତ କଠିନ ପରିସ୍ଥିତି ଦେଇ ନିଜକୁ ଏହି ସ୍ତରରେ ପହଞ୍ଚେଇ ପାରିଛି । ଏହାଛଡା ବିଶେଷ କହିଛନ୍ତି ଯେ ତାଙ୍କୁ ଜଣେ ପ୍ରସିଦ୍ଧ କିନ୍ନର ହେବା ଯୋଗୁ ଅନାବଶ୍ୟକ ବିବାଦର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି କିନ୍ତୁ ତାଙ୍କୁ ରାଜ୍ୟର ଅନ୍ୟ କିନ୍ନରଙ୍କର ସମର୍ଥନ ରହିଛି ।

