ଦର୍ଶଖବନ୍ଧୁ ଆଜିର ମହଙ୍ଗା ଯୁଗରେ ଟଙ୍କା ସଂଚୟ କରିବାକୁ ସମସ୍ତେ ଚାହାଁନ୍ତି । ହେଲେ ସବୁବେଳେ ଏହା ସମ୍ଭବପର ହୋଇପାରେନାହିଁ । ଅବଶ୍ୟ ଅନେକ ଲୋକେ ଏମିତି ଅଛନ୍ତି ଯେଉଁମାନେ ନିଜୟ ଆୟ ହିସାବରେ ବ୍ୟୟ କରନ୍ତି ଆଉ କିଛି ସଂଚୟ ମଧ୍ୟ କରନ୍ତି । ଯାହାଦ୍ୱାରା ସେମାନେ ଦରକାର ବେଳେ ସେସବୁକୁ ଉଠାଇ ତାର ସଠିକ ବିନିଯୋଗ କରିପାରିବେ । ଆଜି ଏଲଆଇସିର ଏକ ପଲିସି ବିଷୟରେ କହିବୁ ଯାହାକୁ ଆପଣାଇ ଆପଣ ଏହାର ଭରପୂର ଫାଇଦା ଉଠାଇପାରିବେ ।
ଭାରତୀୟ ଜୀବନ ବୀମା ନିଗମ ପ୍ରାୟ ସମସ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ ଯୋଜନା ରଖିଛି । ଏହା ସହିତ ସମୟକ୍ରମେ ନୂଆ ନୂଆ ଯୋଜନା ମଧ୍ୟ ଘୋଷଣା କରିଥାଏ । କେବଳ ମହିଳାମାନଙ୍କ ସୁବିଧା ପାଇଁ ମଧ୍ୟ ଅନେକ ଗୁଡିଏ ଯୋଜନା କରିଛି । ଏଭଳି ଏକ ଯୋଜନା ହେଉଛି ଆଧାର ଶିଲା ପ୍ଲାନ୍।
ଖଓଉର ଏହି ସ୍କିମ୍ରେ ଅନେକ ଗୁଡିଏ ଫାଇଦା ମିଳୁଛି । ଲମ୍ବା ସମୟ ଧରି ଦମଦାର ରିଟର୍ଣ୍ଣ ପାଇପାରିବେ ନିବେଶକ । ଆଧାର ଶିଲା ପ୍ଲାନ୍ର ଖାସ୍ କଥା ହେଉଛି, ଆପଣ ଏଥିରେ ଦିନକୁ ମାତ୍ର ୮୭ ଟଙ୍କାର ଛୋଟ ନିବେଶ କରିବାକୁ ହେବ । ବୈଧତା ଶେଷ ହେବା ପରେ ଆପଣ ମୋଟା ଅଙ୍କର ରିଟର୍ଣ୍ଣ ପାଇବେ । ତେବେ ଏଥିରେ ନିବେଶ କରିବାକୁ ଚାହୁଁଥିଲେ ଜାଣନ୍ତୁ ଡିଟେଲ୍ସ ।
ଆଧାର ଶିଲା ପ୍ଲାନ୍ କଣ?
ଏହି ସ୍କିମ୍ ହେଉଛି ଏକ ବ୍ୟକ୍ତିଗତ ଜୀବନ ବୀମା ଯୋଜନା । ଏହାର ଖାସ୍ କଥା ହେଉଛି ଏଥିରେ କେବଳ ମହିଳାମାନେ ହିଁ ନିବେଶ କରିପାରିବେ । ଏହାର ବୈଧତା ଶେଷ ହେବା ପରେ ନିବେଶକ ମାନେ ଏକ ମୋଟା ଅଙ୍କର ଟଙ୍କା ପାଇପାରିବେ । ଯଦି ପଲିସିଧାରୀଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଯାଏ ସେଭଳି ସ୍ଥିତିରେ ପରିବାର ଲୋକଙ୍କୁ ଅର୍ଥରାଶି ମିଳିବ ।
କେଉଁ ମାନେ କରିପାରିବେ?
ଏହି ସ୍କିମ୍ କେବଳ ସେହି ମହିଳା ନିବେଶ କରିପାରିବେ ଯେଉଁମାନଙ୍କୁ ଆଧାର କାର୍ଡ ରହିଛି । ଏଥିପାଇଁ ବୟସ ସୀମା ରହିଛି ୮ ରୁ ୫୫ ବର୍ଷ ରଖାଯାଇଛି । ଏହି ପଲିସିକୁ ୧୦ ବର୍ଷରୁ ୨୦ ବର୍ଷ ଅବଧି ପାଇଁ କରିପାରିବେ । ବୈଧତା ବେଳେ ମହିଳାଙ୍କ ସମୟ ସର୍ବାଧିକ ୭୦ ବର୍ଷ ହୋଇଥିବା ଉଚିତ । ତେଣୁ ଯଦି ଆପଣଙ୍କ ବୟସ ୫୫ ବର୍ଷ ତେବେ ଆପଣ ସର୍ବାଧିକ ୧୫ ବର୍ଷ ପାଇଁ ନିବେଶ କରିପାରିବେ ।
କିଭଳି ମିଳିବ ୧୧ ଲକ୍ଷ ଟଙ୍କା?
ଯଦି ବୈଧତା ଶେଷ ହେବା ପରେ ଆପଣ ଏକାସଙ୍ଗେ ୧୧ ଲକ୍ଷ ଟଙ୍କା ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ୮୭ ଟଙ୍କା ଜମା କରିବାକୁ ହେବ । ଏପରି ଭାବେ ବାର୍ଷିକ ଆପଣ ୩୧,୭୫୫ ଟଙ୍କା ଜମା କରିବେ । ଏପରି ଭାବେ ୧୦ ବର୍ଷ ମଧ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୫୫୦ ଟଙ୍କା ଜମା କରିବେ । ଏପରି ଭାବେ ଯଦି ଆପଣ ୭୦ ବର୍ଷ ବୟସ ହେବା ପରେ ଟଙ୍କା ଉଠାଉଛନ୍ତି ତେବେ ୧୧ ଲକ୍ଷ ଟଙ୍କା ମିଳିବ ।

