24.1 C
Odisha
Saturday, March 7, 2026

ଭାରତ ଛାଡିଲେ ପୃଥ୍ୱୀ ସ

ବର୍ତମାନ ସମୟରେ ଭାରତୀୟ ଟିମରେ ଖେଳାଳୀମାନଙ୍କ ଚୟନକୁ ନେଇ ବବାଲ ଜାରି ରହିଛି । ଅନେକ ଖେଳାଳୀ ନିଜ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଫ୍ୟାନ୍ସଙ୍କ ଆଲୋଚନାର ଶିକାର ହେଉଛନ୍ତି । ସେହିପରି ଏ ସବୁ ମଧ୍ୟରେ ଏବେ ଟିମ ଇଣ୍ଡିଆର ଆଉ ଜଣେ ଖେଳାଳୀ ଭାରତୀୟ ଟିମ ଛାଡି ଥିବା ନେଇ ଚର୍ଚ୍ଚା ହେଉଛି । ବାରମ୍ବାର ବିସିସିଆଇ ଦ୍ୱାରା ଅଣଦେଖା ହେବା ପରେ ସେ ଏମିତି ନିଷ୍ପତି ନେଇ ଅନ୍ୟ ଦେଶ ପାଇଁ ଖେଳିବାକୁ ବଳାଇଛନ୍ତି ମନ । ଭାରଟୀୟ ଟିମ ପାଇଁ ସେ ଅନେକ ମ୍ୟାଚ ଖେଳିସାରିଛନ୍ତି । ହେଲେ ଏବେ ଅଣଦେଖାର ଶିକାର ହେବା କାରଣରୁ ଛାଡି ଦେଇଛନ୍ତି ଭାରତୀୟ ଟିମ । ହଁ ଦର୍ଶଖବନ୍ଧୁ ଆମେ କହୁଛି ଭରାତୀୟ ପ୍ଲେୟାର ପୃଥ୍ୱୀ ସ ଙ୍କ କଥା ।
ବିସିସିଆଇ ଅଣଦେଖା କରିବା ପରେ ଟିମ ଇଣ୍ଡିଆ ଷ୍ଟାର ଓପନର ବ୍ୟାଟ୍ସମ୍ୟାନ ଏବେ କାଉଣ୍ଟୀ କ୍ରିକେଟ ଆଡକୁ ଯିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ଖୁବଶୀଘ୍ର ସେ କାଉଣ୍ଟୀ କ୍ରିକେଟରେ ଚଉକା ଛକା ଲଗାଉଥିବା ନଜର ଆସିବେ । ମିଡିଆ ରିପୋର୍ଟ ହିସାବରେ, ଖବର ଆସିଛି କି, ପୃଥ୍ୱୀ ସ କାଉଣ୍ଟୀ କ୍ରିକେଟ ପାଇଁ ନର୍ଥହାମ୍ପଟନସାୟର ଟିମ ରେ ଜଏନ କରିଛନ୍ତି ଏବଂ ଖୁବଶୀଘ୍ର ସେ ଗସ୍ତ କରିବେ ଇଂଲଣ୍ଡ । ଅବଶ୍ୟ ଏବେ ପୃଥ୍ୱୀ ସ, ଭାରତରେ ଚାଲୁଥିବା ଦଲୀପ ଟ୍ରଫିରେ ଖେଳୁଥିବା ନଜର ଆସିଥିଲେ ।
ଯେଉଁଥିରେ ସେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ଦଲିପ ଟ୍ରଫିରେ ସ େଓଷ୍ଟ ଜୋନ ପକ୍ଷରୁ ଖେଳୁଥିବା ଦେଖାଯାଇପାରେ । ସେହିପରି ସ ଙ୍କ ଟେଷ୍ଟ ଫର୍ମାଟରେ ପ୍ରଦର୍ଶନ ଜବରଦସ୍ତ ରହିଚି । ଯେଉଁକାରଣ ପାଇଁ ସେ ଦଲୀପ ଟ୍ରଫିରେ ଭଲ ପ୍ରଦର୍ଶନ କରିପାରନ୍ତି । ଏହାବାଦ ଦଲୀପ ଟ୍ରଫି ଓ କାଉଣ୍ଟୀ କ୍ରିକେଟର ପ୍ରଦର୍ଶନ ଆଧାରରେ ସେ ପୁଣି ଥରେ ଭାରତୀୟ ଟିମକୁ ଫେରିପାରନ୍ତି ବୋଲି କୁହାଯାଇପାରେ ।
ଯଦି ଆମେ ତାଙ୍କ କ୍ରିକେଟ କ୍ୟାରିଅର କଥା କହିବା, ପୃଥ୍ୱୀ ସ ଙ୍କୁ ଭାରତୀୟ ଟିମରେ ମିଲିଥିବା କମ ମଉକାରେ ସେ ନିଜକୁ ପ୍ରମାଣିତ କରିଥିଲେ । ହେଲେ ସମୟ ସହ କରିଥିବା ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଟିମରୁ ବାହାର କରାଯାଇଥିଲା । ଯାହାପରେ ତାଙ୍କୁ ପୁଣି ଥରେ ରଣଜୀ କ୍ରିକେଟରେ ପୁଣି ଥରେ ପରିଶ୍ରମ କରିବାକୁ ପଡିଥିଲା । ଏହାପରେ ଗୋଟିଏ ମ୍ୟାଚରେ ସେ ଦମଦାର ପାରି ମଧ୍ୟ ଖେଳିଥିଲେ । ଏହାପରେ ଟି୨୦ ଟିମରେ ସେ ସାମିଲି ହେଲେ । ମାତ୍ର ପ୍ଲେଇଂ ୧୧ରେ ମିଳିଲାନି ମଉକା ।

ସେହିପରି ଯଦି ପୃଥ୍ୱୀ ସ ଙ୍କ ଟିମ ଇଣ୍ଡିଆ ପ୍ରଦର୍ଶନ ଉପରେ ନଜର ପକାଇବା, ତାହେଲେ ସେ ଏବେ ଯାଏଁ ମାତ୍ର ୫ଟି ଟେଷ୍ଟ, ୬ଟି ଦିନିକିଆ ଓ ଗୋଟିଏ ଟି୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୫ଟି ଟେଷ୍ଟର ୯ଟି ପାରିରେ କରିଛନ୍ତି ୩୩୯ ରନ । ଦିନିକିଆରେ ୧୮୯ ରନ ସହ ଟି୨୦ ମ୍ୟାଚରେ ଖାତା ବି ଖୋଲପାରିନାହାନ୍ତି । ଯେଉଁଥିପାଇଁ ସେ ବାଧ୍ୟ ହୋଇ ଭାରତୀୟ ଟିମ ଛାଡି କାଉଣ୍ଟୀ କ୍ରିକେଟ ଖେଳିବାକୁ ବାହାରିଛନ୍ତି । ତେବେ ଦର୍ଶକବନ୍ଧୁ ସ ଙ୍କ ନିଷ୍ପତି ଉପରେ ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ