ଦର୍ଶକବନ୍ଧୁ ଏବେ ଆରମ୍ଭ ହେବାକୁ ବସିଲାଣି ଶ୍ରାବଣ ମାସ । ଖରା ପରେ ବର୍ଷାର ଯେଉଁ ମଜା ତାକୁ ଉପଭୋଗ କରିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ଖାସ କରି କବି ମାନଙ୍କୁ ବର୍ଷାଦିନ ବେଶି ଲାଗେ । ବର୍ଷା ନେଇ ସେମାନେ ନିଜ କବିତାରେ ବହୁତ କିଛି ଲେଖନ୍ତି ଯାହା ପ୍ରତିଟି ହୃଦୟକୁ ଛୁଇଁ ଯାଏ । ବର୍ଷାପ୍ରେମୀ ପ୍ରାଣୀଙ୍କୁ ବି ଆଶ୍ୱସ୍ତି ଦିଏ ଶ୍ରାବଣ ମାସ ।
ତେବେ ଶ୍ରାବଣ ମଙ୍କସର ବର୍ଷା ହୁଏତ କାହାକୁ ସ୍ୱର୍ଗ ପରି ମନେ ହୁଏ ତ ଆଉ କାହାକୁ ବର୍ଷାରେ ଓଦା ହେବା ପସନ୍ଦ ନଥାଏ । ବର୍ଷାକୁ ଅ ନେକ ପ୍ରେମୀ ଯୁଗଳ ଏନଜୟ କରୁଥିବା ଆପଣ ଦେଖିଥିବେ । ହୁଏତ ରାସ୍ତାଘାଟରେ ଗାଡିରେ କପୁଲ ଓଦା ହୋଇ ଯାଉଥିବା ଆପଣ ଦେଖିଥିବେ । ହେଲେ ବର୍ତମାନ ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏଠି ଏକ ପ୍ରେମୀ ଯୁଗଳ କିପରି ରାସ୍ତା ମଝିରେ ବର୍ଷାର ଢେର ଉପଭୋଗ କରୁଛନ୍ତି । ନାଚୁଛନ୍ତି ମଧ୍ୟ । ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କୁ ଦେଖୁଛନ୍ତି ମଧ୍ୟ । ହେଲେ ସେମାନଙ୍କୁ କିଛି ବି ଫରକ ପଡୁନି । ମନ ଖୋଲି ସେମାନେ ନାଚିବାରେ ବ୍ୟସ୍ତ ।
ଇଂଟରନେଟରେ ଏବେ ଏହି ଭିଡିଓଟି ଭାଇରାଲ ହେବା ପରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ରାସ୍ତା ମଝିରେ ଏଭଳି କରିବା ବିପଦ ବୋଲି କିଛି କହିଛନ୍ତି । ହୁଏତ କିଛି ଦୁର୍ଘଟଣା ବି ଘଟିପାରେ ବୋଲି ଅନେକ କମେଣ୍ଟ କରିଛନ୍ତି । ହେଲେ ଆଉ କିଛି ନେଟିଜେନ୍ସ ଏହି ନାଚର ଢେର ମଜା ଉଠାଇଛନ୍ତି । କିଏ ଏହାକୁ ଅନଲାଇନ ଡେଟିଂ ଓ କାଜୁଆଲ ହୁକ୍ ଅପ ଯୁଗରେ ପ୍ରକୃତ ପ୍ରେମ ବୋଲି କହୁଛନ୍ତି । ଜଣେ ଲେଖିଛନ୍ତି, ଏମାନଙ୍କୁ ଦେଖିଲା ପରେ ଏମିତି ଲାଗୁଚି ସତରେ ସେମାନେ ଜଣେ ଆଉ ଜଣଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି । ଭିଡିଓରେ ଏହାର ସ୍ପଷ୍ଟ ଝଲକ ଦେଖା ଯାଉଛି ।
ଆଉ କିଛି ଜଣଙ୍କ କହିବା ହିସାବରେ ଆଜିର ଯୁବପିଢୀ ରୋମାନ୍ସ ନାଁ ରେ କ୍ଲବ ଓ ପବକୁ ଯାଆନ୍ତି । ମଦ୍ୟପାନ କରିବା ସହ ଧୂମ୍ରପାନ କରନ୍ତି । ଫ୍ୟାନ୍ସି ଓ ମହଙ୍ଗା ଡିନର ଡେଟରେ ଯିବାକୁ ପସନ୍ଦ କରନ୍ତି । ହେଲେ ପ୍ରକୃତ ଭଲପାଇବା ବଡ ଜିନିଷ ନୁହେଁ ବରଂ ଏଭଳି ଛୋଟ ଛୋଟ ଜିନିଷରେ ରହିଥାଏ ।
ତେବେ ଜଣେ ଟ୍ୱିଟର ୟୁଜରଙ୍କ ଦ୍ୱାରା ଏହି ଭିଡିଓଟିକୁ ସେୟାର କରାଯାଇଛି । ଯାହା ପରେ ଭାଇରାଲ ହେବା ସହ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିସାରିଲେଣି । ଅନେକ ପସନ୍ଦ ମଧ୍ୟ କରୁଛନ୍ତି ।
ତେବେ ଦର୍ଶକବନ୍ଧୁ ବର୍ଷା ହେଲେ ଆପଣଙ୍କୁ ଏମିତି ରାସ୍ତା ମଝିରେ ଡାନ୍ସ କରିବାକୁ ଭଲ ଲାଗେ ନା ଆଉ କୋଉଥିରେ ଆପଣଙ୍କୁ ରୁଚି ରହିଛି ଆମକୁ କମେଣ୍ଟ କରି ଜଣାନ୍ତୁ ।

