28.2 C
Odisha
Thursday, April 16, 2026

ଷ୍ଟେଜରେ ଶୋ’ ବେଳେ ଫ୍ୟାନ୍ ଫୋପାଡିଲେ ମୋବାଇଲ

ଦର୍ଶକବନ୍ଧୁ ଅନେକ ସମୟରେ ସିଲେବ୍ରିଟି ଷ୍ଟେଜରେ ପର୍ଫମାନ୍ସ ଦେଉଥିବା ଅଘଟଣର ଶିକାର ହୋଇଥିବା ଆପଣ ଦେଖିଥିବେ । ଓଲିଉଡ ହେଉ କି ବଲିଉଡ କିମ୍ବା ହଲିଉଡ । ଏମିତି ଘଟମାମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୁଏ । ବିନା କାରଣରେ କ୍ରୋଧରେ ଆସି ଫ୍ୟାନମାନେ ଏମିତି ହରକତ କରିଥାନ୍ତି । ନିକଟରେ ଜଣେ ହଲିଉଡ କଣ୍ଠଶିଳ୍ପୀଙ୍କ ସହ ଏମିତି ଘଟଣା ଘଟିଛି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ କ୍ଷୋଭ ପ୍ରକାଶ କରିଛନ୍ତି ।

ଆମେରିକା ସିଙ୍ଗର ଓ ସଙ୍ଗ୍ ରାଇଟର ବେଲଟା ରେକ୍ସା ଏକ ଅଘଟଣର ଶିକାର ହୋଇଛନ୍ତି । ନ୍ୟୁୟର୍କରେ ଏକ କନସର୍ଟ ଚାଲିଥିବା ବେଲେ ତାଙ୍କର ଜଣେ ଫ୍ୟାନ ତାଙ୍କ ଉପରକୁ ଫିଙ୍ଗିଥିଲେ ମୋବାଇଲ ଫୋନ । ଯାହାପରେ ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଜୁନ ୨୦ ତାରିଖରେ ଏହି ଘଟଣାଟି ଘଟିଥିଲା । ପରେ ତୁରନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଯେଉଁଠି ତାଙ୍କର ଚିକିତ୍ସା କରାଯାଇଥିଲା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୩୩ ବର୍ଷୀୟା ରେକ୍ସା ବର୍ତମାନ ସମୟରେ ନର୍ତ ଆମେରିକା ଟୁରରେ ଅଛନ୍ତି । ପିଅର ୧୭ରେ ଷ୍ଟେଜ ଉପରେ ସେ ପର୍ଫମ କରୁଥିଲେ । ସେହି ସମୟରେ ଅଚାନକ ଭାବେ କେହି ଜଣେ ତାଙ୍କ ଉପରକୁ ମୋବାଇ ପକାଇଥିଲେ । ଆଉ ଏହାପରେ ହଠାତ ତଳକୁ ସେ ବସିପଡିଥିଲେ ।
ଏହି ଘଟମା ପାଇଁ ସମୟ ପୂର୍ବରୁ ପ୍ରୋଗ୍ରାମଟିକୁ ସାରିବାକୁ ପଡିଥିଲା । ନିଜ ଫ୍ୟାନ୍ସଙ୍କୁ ଅଭିବାଦନ ଦେବା ପରେ ହସ୍ପିଟାଲ ଅଭିମୁଖେ ଯାଇଥିଲେ ଏହି ସିଙ୍ଗର ଜଣକ । ତେବେ କନସର୍ଟ ସରିବା ପରେ ମିଟ୍ ଆଣ୍ଡ ଗ୍ରିଟି ସେସନ ର ଆୟୋଜନ ମଧ୍ୟ ହେବାର ଥିଲା । ମାତ୍ର ତାକୁ ବନ୍ଦ କରିବାକୁ ପଡିଥିଲା ।
ଏହି ଅଘଟଣକୁ ନେଇ ସିଙ୍ଗରଙ୍କ ଫ୍ୟନ୍ସ ଟ୍ୱିଟର ଜରିଆରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି କାମ କରିଥିବା ବ୍ୟକ୍ତିଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଜଣେ ଫ୍ୟାନ ଟ୍ୱିଟ କରି ଲେଖିଛନ୍ତି ଯେ, ଲୋକେ ଏଭଳି ହରକତ କାହିଁକି କରନ୍ତି । ଯେମିତି ସେମାନଙ୍କ ଘରେ କିଛି ହୋମ ଟ୍ରେନିଂ ମିଳିନାହିଁ । ତେବେ ବର୍ତମାନ ସିଙ୍ଗର ଙ୍କ ପକ୍ଷରୁ କୁହାଯାଇନାହିଁ ଯେ, ଆଗକୁ ଥିବା ଟୁର ଉପରେ ଏହାର ପ୍ରଭାବ କିଭଳି ରହିବ । ଏମିତିକି ଟୁର ସ୍କେଡ୍ୟୁଲରେ ମଧ୍ୟ କିଛି ପରିବର୍ତନ କରାଯାଇନାହିଁ । ତେବେ ଦର୍ଶକବନ୍ଧୁ ଷ୍ଟଜ ଉପରେ ଜଣେ କଣ୍ଠଶିଳ୍ପୀଙ୍କ ସହ ଏମିତି ବ୍ୟବହାର କରାଯିବା କେତେଦୂର ଠିକ । ନିଜ ମତାମତ ଆମ ସହ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ