କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଓ ଭାରତୀୟ ଟିମର ଷ୍ଟାର ଓପନର ଶୁଭମନ ଗିଲ ଙ୍କ ମଧ୍ୟରେ ଆଫାୟର ଚଲିଥିବା ଖବର ବେଶ ଚର୍ଚ୍ଚାରେ ରହିଛି । ନିଜ ଭିକରେ କି ସଂପର୍କ ରହିଚି, ଏ ନେଇ ଦୁହେଁ ଖୋଲାଖୋଲି ଭାବେ ମୁହଁ ଖୋଲୁନାହାନ୍ତି । ମାତ୍ର ଦୁହିଁଙ୍କ ସଂପର୍କକୁ ନେଇ ଖବର ସବୁବେଳେ ଆସୁଛି । ତେବେ ସାରା ତେନ୍ଦୁଲକର ନିକଚରେ ଲଣ୍ଡନରେ ବୁଲୁଥିବା ଖବର ଆସିଥିଲା । ସମାନ ଭାବେ ଶୁଭମନ ଗିଲ ବି ଲଣ୍ଡନରେ ଛୁଟି ବିତାଉଥିବା ଦେଖାଯାଇତିଲା । ଏହାକୁ ନେଇ ବି ଫ୍ୟାନ୍ସ ଚର୍ଚା କରୁଥିଲେ କି, ହୁଏତ ସେମାନେ ଦୁହେଁ ଏକାସାଙ୍ଗରେ ବୁଲୁଥାଇପାରନ୍ତି । କିଛି ଏମିତି ଖବର ୟୁଜରଙ୍କଗ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।
ଏହାକୁ ବାଦ ଦେଲେ, ଏବେ ଆଉ ଏକ ଖବର ଚର୍ଚ୍ଚାକୁ ଆସିଛି । ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଉଛି ସାରାଙ୍କ ଫଟୋ । ଯେଉଁଠି ସେ କେନ୍ୟା ଜଙ୍ଗଲରେ ଆଉ କାହା ସହ ବୁଲୁଥିବା ଦେଖାଯାଇଛି ।
ତେବେ ଆପଣହ୍କୁ ଜଣାଇ ରଖିବୁ ଯେ, ସଚିନଙ୍କ ଝିଅ ସାରା ସବୁବେଳେ ଆକ୍ଟିଭ ରୁହନ୍ତି ସୋସିଆଲ ମିଡିଆରେ । ପ୍ରିତଦିନ ସେ କିଛି ନା କିଛି ପୋଷ୍ଟ କରିଥାନ୍ତି । ଯାହାକୁ ନେଇ ଅନେକ ପ୍ରକାର କମେଣ୍ଟ କରନ୍ତି ୟୁଜର । ସାରାଙ୍କ ସବୁ ଫଟୋ ଓ ଭିଡିଓକୁ କାଫି ମାତ୍ରାରେ ପସୁନ୍ଦ କରନ୍ତି ତାଙ୍କ ଫଲୋଅର୍ସ । ହେଲେ ବେଳେ ବେଲେ ନିଜର କିଛି ଫଟୋ ପାଇଁ ସେ ଚର୍ଚ୍ଚାରେ ବି ରୁହନ୍ତି ଏହି ଚେହେରା ।
ତେବେ ଆମେ ଆପଣଙ୍କୁ ଜଣାଇ ଦେବୁ ଯେ, ବର୍ତମାନ ସମୟରେ ସାରା ଛୁଟି କଟିବା ପାଇଁ କେନେୟା ଯାଇଛନ୍ତି । ସେଠାରେ ହିଁ ଜଙ୍ଗଲରେ ବୁଲୁଥିବା ସମୟରେ ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି ଇନଷ୍ଟଗ୍ରାମରେ । ହେଲେ ଗୋଟିଏ ପୋଷ୍ଟରେ ଜଣେ ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଛନ୍ତି । ଜଙ୍ଗଲ ଭିତରେ ଜମେ ଅଜଣା ବ୍ୟକ୍ତିଙ୍କ ସହ ସାରାଙ୍କୁ ଦେଖି ନାପସନ୍ଦ କରିଛନ୍ତି ଶୁଭମନଙ୍କ ଫ୍ୟାନ୍ସ । ଯାହାର ପ୍ରମାଣ ଆପଣ ଦେଖିପାରିବେ ସାରାଙ୍କ କମେଣ୍ଟ ବକ୍ସ ଦେଖିବା ପରେ ।
ସେପଟେ ଯଦି ସାରା ଓ ଶୁଭମନଙ୍କ ଭିତରେ ଥିବା ସଂପର୍କ କଥା କହିବା, ତେବେ ଦୁହିଁଙ୍କୁ ଅନେକଥର ଗୋଟିଏ ଲୋକେସନରେ ସ୍ପଟ୍ କରାଯାଇଛି । ହେଲେ ଏବେ ଯାଏଁ ବି ଦୁହେଁ ଏହାକୁ ନେଇ ଔପଚାରିକ ଭାବେ କିଛି ଘୋଷଣା କରିନାହାନ୍ତି ।
ତେବେ ଯଦି ଶୁଭମାନଙ୍କ କଥା କହିବା, ନିକଟରେ ସରିଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ ଫାଇନାଲ ରେ ଟିମ୍ ଇଣ୍ଡିଆ କୁ ୨୦୯ ରନ୍ ରେ ହରାଇଥିଲା କଙ୍ଗାରୁ ଦଳ । ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ ମୁକାବିଲା ଜୁନ ୭ରୁ ୧୧ ଯାଏଁ ଦ ଓଭାଲ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିଲା । ଏହି ମୁକାବିଲା ରେ ଶୁଭମନ ଗିଲ ଙ୍କ ଠାରୁ ତାଙ୍କ ଫ୍ୟାନସ୍ ବହୁତ୍ କିଛି ଆଶା ରଖିଥିଲେ । ହେଲେ ଆଶା ନୁରୁପ ଖେଳ ପ୍ରଦର୍ଶନ କରି ପାରିନଥିଲେ ଗିଲ ।
ଭାରତୀୟ ଟିମ୍ ହାରିବା ପରେ ଖେଳାଳିଙ୍କୁ ଅନେକ ସମାଲୋଚନା ର ଶିକାର ହେବାକୁ ପଡ଼ିଥିଲା । ଅନେକ ପ୍ରକାର ନିନ୍ଦା ଅପବାଦ ଶୁଣିବାକୁ ପାଇଲା ଟିମ୍ ମ୍ୟାନେମେଣ୍ଟ । ତେବେ ଆଗକୁ ଭାରତୀୟ ଖେଳାଳୀଙ୍କୁ ଅନେକ ଗୁରୁତ୍ଵପୂର୍ଣ୍ଣ ମୁକାବିଲା, ଯେମିତିକି ଏସିଆ କପ୍ ଆଉ ବିଶ୍ଵକପ ଖେଳିବାର ଅଛି । ଏଥିରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତଙ୍କର ଆଶା ।
ଅନ୍ୟପଟେ ପ୍ରାୟ ଅନେକ ସମୟରେ ସୁଭମନ କେତେବେଳେ ସାରା ତେନ୍ଦୁଲକର ଙ୍କୁ ନେଇ ଚର୍ଚ୍ଚା ରେ ଥାଆନ୍ତି ତ ପୁଣି କେତେବେଳେ ବଲିଉଡ୍ ଆକ୍ଟ୍ରେସ ସାରା ଅଲି ଖାନ୍ ଙ୍କୁ ନେଇ । ବାରମ୍ବାର ଏମିତି ଚର୍ଚ୍ଚା ଆଲୋଚନା ବେଳେ ପ୍ରକୃତ ରେ ଶୁଭମନ ଙ୍କ ପ୍ରେମିକା କିଏ, ତାହା ବି ସ୍ପଷ୍ଟ ଭାବେ ଜଣାପଡୁନି । ଏହାକୁ ନେଇ ଗଶିପ୍ ଲାଗି ରହିଛି । ହେଲେ ଯାହା ବି ହେଉ ନା କାହିଁକି, ଏ ଦୁହିଁଙ୍କୁ ଯୋଡି ଫ୍ୟାନ୍ସଙ୍କ ପସନ୍ଦ ବୋଲି କୁହାଯାଇପାରେ ।

