33.6 C
Odisha
Saturday, March 7, 2026

ଦିନିକିଆ କପ୍ତାନ ସୂର୍ଯ୍ୟକୁମାର ଯାଦବ !

ଦର୍ଶକବନ୍ଧୁ ଗତ କିଛି ଦିନ ଧରି ଭାରତୀୟ ଟିମ ଏବେ ଖୋଜୁଛି ନିଜ ପାଇଁ ଜଣେ ଭଲ କପ୍ତାନ । ଯିଏ ଦଳକୁ ଭଲ ଭାବେ ଲିଡ୍ କରିପାରିବ । ଗତ କିଛି ସମୟ ଧରି ଦଳର ଏହି ସମସ୍ୟା ଲାଗି ରହିଛି । କିଏ କପ୍ତାନ ହେବ, କାହାକୁ ନେତୃତ୍ୱ ଦିଆଯିବ ସେ ନେଇ ଅନେକ ତର୍କ-ବିତର୍କ-ଆଲୋଚନା ଜାରି ରହିଛି । ହେଲେ ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ଜଣେ ଏମିତି ଖେଳାଳୀଙ୍କ ନାଁ ଏବେ ଚର୍ଚାକୁ ଆସିଛି, ଯିଏ ନିୟମିତ କପ୍ତାନଙ୍କୁ ହଟାଇ ନିଜେ କପ୍ତାନ ହୋଇପାରନ୍ତି । ତେବେ ଆପଣ ଯାହାଙ୍କ କଥା ଭାବୁଛନ୍ତି, ଆମେ କହୁଛୁ ତାଙ୍କରି କଥା । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଭାରତୀୟ ଟିମର ବିସ୍ଫୋରକ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ।
ଗତ ଆଇପିଏଲରେ ଜଣେ ଦମଦାର ବ୍ୟାଟର ଭାବେ ନିଜକୁ ପ୍ରମାଣିତ କଲେ ସୂର୍ଯ୍ୟ । ଚଉକା ଛକାରେ ଆକାଶରେ ଯେମିତି ତାରା ଫୁଟୁଥିଲା । ଏବେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଓ ଫଲୋଅର୍ସ ।
ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ େଓଷ୍ଟ ଇଣ୍ଡିଜ ଗସ୍ତ କରିବ ଭାରତୀୟ ଟିମ । ଯେଉଁଠି ଭାରତକୁ େଓଷ୍ଟ ଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବାର ଅଛି । ଏଥିପାଇଁ ଟିମ ଇଣ୍ଡିଆର ସ୍କ୍ୱାଡ ଘୋଷଣା ହେବା ବାକି ରହିଚି । ମାତ୍ର ତା ପୂର୍ବରୁ ସୋସିଆଲ ମିଡିଆରେ ଏମିତି ଖବର ଆସିଛି କି, େଓଷ୍ଟଇଣ୍ଡିଜ ଗସ୍ତରେ ରୋହିତ ଶର୍ମା କେବଳ ଟେଷ୍ଟ ମ୍ୟାଚ ପାଇଁ କପ୍ତାନୀ କରୁଥିବା ନଜର ଆସିବେ । ଯେତେବେଲେ କି ଦିନିକିଆ ମ୍ୟାଚ ପାଇଁ ବିସିସିଆଇ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରିପାରେ । ତେବେ ଏହି ଖବର କେତେଦୂର୍ ସତ, ତାହା ତ ସ୍ପଷ୍ଟ ହୋଇନି । ହେଲେ ଇଂଟରନେଟରେ ଏବେ ଏମିତି କିଛି ଖବର କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି ।
ତେବେ ଆପଣଙ୍କୁ କହିରଖିବୁ ଯେ, ସୂର୍ଯ୍ୟକୁମାରଙ୍କ ପାଖରେ ଆଇପିଏଲରେ ଟିମକୁ ଲିଡ୍ କରିବାର ଅଭିଜ୍ଞତା ରହିଛି । ଯେଉଁଠି ସେ ମୁମ୍ବାଇ ଇଣ୍ଡିଆନ୍ସର କପ୍ତାନୀ କରି କୋଲକାତା ନାଇଟ ରାଇଡର୍ସକୁ ମାତ୍ ଦେଇଥିଲେ । ଏହା ମଧ୍ୟରେ ମୈଦାନରେ ସେ ଚତୁରତାର ସହ କପ୍ତାନୀ କରୁଥିବା ନଜର ଆସିଥିଲେ । ଦିନିକିଆ କପ୍ତାନ ଭାବେ ବିସିସିଆଇ ସୂର୍ଯ୍ୟଙ୍କ ନାଁ ଉପରେ ହୁଏତ ମୋହର ମାରିପାରନ୍ତି । ଯାହାକୁ ପରବର୍ତୀ ସମୟରେ ସମସ୍ତେ ଦେଖିବାକୁ ପାଇବେ । ତାଙ୍କ ନେତୃତ୍ୱରେ ଦଳ କିଭଳି ପ୍ରଦର୍ଶନ କରୁଛି, ତାହା ମଧ୍ୟ ଦେଖିବେ କ୍ରିଡାପ୍ରେମୀ ।
ଅନ୍ୟପଟେ ଟେଷ୍ଟ ଓ ଦିନିକିଆ କପ୍ତାନୀରୁ ବିରାଟ କୋହଲୀ ହଟିବା ପରେ ଭାରତୀୟ ଟିମର ସମସ୍ତ ଫର୍ମାଟର କପ୍ତାନ କରାଯାଇଥିଲା ରୋହିତ ଶର୍ମାଙ୍କୁ । ହେଲେ ତାଙ୍କ ହାତକୁ ଏ ଦାୟିତ୍ୱ ଭାର ଆସିବା ପରେ ଭଲ ପ୍ରଦର୍ଶନ କରିପାରିନି ଭାରତୀୟ ଟିମ । ସମସ୍ତେ ରୋହିତଙ୍କ କପ୍ତାନୀରେ ଅସନ୍ତୁଷ୍ଟ ଥିବା ପରି ମନେ ହେଉଛି । ବାସ୍ତବରେ ଦେଖିବାକୁ ଗଲେ, ଟିମ ଇଣ୍ଡିଆ ଏବେ ଭଲ ଫର୍ମରେ ନାହିଁ । ଯାହା ମଧ୍ୟରେ ଅନେକ ଆଇସିସି ଇଭେଟଂ ସାମିଲ ରହିଚି । ଉଦାହରଣ ସ୍ୱରୂପ, ୨୦୨୨ ଆଇସିସି ଟି୨୦ ବିଶ୍ୱକପ ହେଉ କିମ୍ବା ନିକଟରେ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ର ଫାଇନାଲ ମୁକାବିଲା । ଏଥିରେ ବହୁତ ଖରାପ ପ୍ରଦର୍ଶନ ଦେଖାଇଥିଲେ ରୋହିତ । ଖାଲି ରୋହିତ ନୁହଁନ୍ତି ବରଂ ସଂପୂର୍ଣ୍ଣ ଟିମ ଫ୍ଲପ୍ ପ୍ରଦର୍ଶନ ଦେଖାଇ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶା କରିଥିଲେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ