ଓଡିଶା ପାଇଁ ସେ ଥିଲା ଅଭିଶାପ । ଜଗତରନାଥ ଜଗନ୍ନାଥଙ୍କ ମନ୍ଦିର ଉପରେ କରିଥିଲା ଆକ୍ରମଣ । ଧ୍ୱଂସ କରିଥିଲା ହଜାର ହଜାର ହିନ୍ଦୁ ମନ୍ଦିର । ଛଡାଇ ନେଇଥିଲା କଳିଙ୍ଗର ଗର୍ବ ଆଉ ଗୌରବ । ହେଲେ ତା ମୃତ୍ୟୁ ମଧ୍ୟ ସେମିତି ଥିଲା ଭୟଙ୍କର ।
ଦିନେ କଳିଙ୍ଗ ଗଜପତିଙ୍କ ସେନାପତି ଥିଲେ ରାଜୀବ ଲୋଚନ ରାଏ । ଜାତିରେ ନୈଷ୍ଟିକ ବ୍ରାହ୍ମଣ । ଯୁଦ୍ଧ ଭୂମିରେ ପାଦ ଦେଲେ ବିଜୟ ଥିଲା ନିଶ୍ଚିଚ । ତାଙ୍କୁ ଡରୁଥିଲେ ବଙ୍ଗର ମୁସଲିମ ନବାବ । ହେଲେ କାଇଦା କରି ତାଙ୍କର ହୋଇଥିଲା ଧର୍ମ ପରିବର୍ତ୍ତନ । ଯାହା ପଛରେ ଥିଲା ବଙ୍ଗ ନବାବ ସୁଲେମାନ କରାନୀଙ୍କ ଚକ୍ରବ୍ୟୁହ । ନିଜ ଝିଅଙ୍କୁ ବ୍ୟବହାର କରି ରାଜୀବଙ୍କର କରିଥିଲେ ଲଭ୍ ଜିହାଦ । ଆଉ ରାଜୀବ ଲୋଚନରୁ ମହମ୍ମଦ ଫାରମୁଲି ହୋଇଯାଇଥିଲା କଳିଙ୍ଗ ସେନାପତି ।
ତେବେ କିଛି ଅଲଗା ଚିନ୍ତା କରିଥିଲେ ରାଜୀବ । ମୁସଲିମ ହେଲା ପରେ ପୁନର୍ବାର ସେ ହିନ୍ଦୁ ଧର୍ମକୁ ଫେରି ଆସିବେ ବୋଲି ଭାବିଥିଲେ । ହେଲେ ନିଆଁ ଭଳି ବ୍ୟାପିଯାଇଥିଲା ମୁସିଲମ୍ ରାଜକୁମାରୀଙ୍କ ସହ ବାହାଘରର ଖବର । ଠିକ୍ ଏୟା ଚାହୁଁଥିଲେ ବଙ୍ଗର ନବାବ୍ କରାନୀ । ସେତେବେଳର ଗଜପତି ମୁକୁନ୍ଦ ଦେବ ମଧ୍ୟ କଳାପାହାଡ ସହ ଛିନ୍ନ କରିଥିଲେ ସବୁ ସମ୍ପର୍କ । ଏପରିକି ସାକ୍ଷାତ କରିବାକୁ ଦେଇନଥିଲେ ସମୟ । ଏମିତିକି କଳାପାହାଡ କିମ୍ବା ତା ପୁଅଙ୍କୁ ଜଗନ୍ନାଥ ମନ୍ଦିରର ମାଟି ମାଡିବାକୁ ଦିଆଯିବନି ବୋଲି ଦେଇଥିଲେ ନିର୍ଦ୍ଦେଶ ।
ଏସବୁ ପ୍ରତିବନ୍ଧକ ପରେ ହିନ୍ଦୁ ଧର୍ମକୁ ଫେରିବାକୁ ଶତ ଚେଷ୍ଟା କରିଥିଲେ କଳାପାହାଡ । କିନ୍ତୁ ବାଧାକ ସାଜିଥିଲେ ହିନ୍ଦୁ ପୂଜାରୀ । ସେମିତି ଆଉ ହୋଇପାରିବ ନାହିଁ ବୋଲି ସଫାସଫା କହିଦେଇଥିଲେ । ଯାହାପରେ ପାଗଳ ହୋଇଯାଇଥିଲା କଳାପାହାଡ । ପ୍ରତିଶୋଧ ନିଆଁରେ ଜଳିଥିଲା । ମୁକୁନ୍ଡଦେବ ଓ ହିନ୍ଦୁ ପୂଜାରୀଙ୍କୁ ବଦ୍ଧ କରିବା ପାଇଁ ନେଇଥିଲା ପ୍ରତିଜ୍ଞା । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ପ୍ରତିଶୋଧର ପ୍ରକ୍ରିୟା ।
ଯୁଦ୍ଧଭୂମିରେ କଳିଙ୍ଗ ଗଜପତି ମୁକୁନ୍ଦ ଦେବାକୁ ପରାସ୍ତ କରିଥିଲା କଳାପାହାଡ । ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ କରିଥିଲା ଆକ୍ରମଣ । ପୁରୀ ଆଖପାଖରେ ଥିବା ଅନେକ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିଦେଇଥିଲା । ଆକ୍ରମଣରୁ ବାଦ୍ ପଡିନଥିଲା ହିଞ୍ଜିଲି, ଯାଜପୁର ଓ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର । ଶେଷରେ ବଢିଯାଇଥିଲା କଳାପାହାଡର ପାପ ଭାର । ସହିନଥିଲେ ଦଇବ । ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀରେ ବୁଡି ପ୍ରାଣ ହରାଇଥିଲା ସେ । ଆଉ କେହି କେହି କୁଆଡେ ମା ସମଲେଶ୍ୱରୀ ତା ଜୀବନ ନେଇଥିବା ମତ ଦିଅନ୍ତି ।

