23.3 C
Odisha
Friday, March 6, 2026

ଶୋଭିତାଙ୍କ ପ୍ରେମରେ ନାଗା ଚୈତନ୍ୟ

କିଛିଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ସାମନ୍ଥା ରୁଥ ପ୍ରଭୁଙ୍କ ଏକ୍ସ ହଜବ୍ୟାଣ୍ଡ ତଥା ସୁପରଷ୍ଟାର ନାଗା ଚୈତନ୍ୟ । ପୂର୍ବରୁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଫେୟାରକୁ ଖୁବ୍ ଚର୍ଚ୍ଚାରେ । ୨୦୨୧ରେ ପତ୍ନୀ ସାମନ୍ଥାଙ୍କୁ ଛାଡ଼ପତ୍ର ଦେବା ପରେ ନାଗା ଚୈତନ୍ୟଙ୍କ ଦିଲ୍ ସାଉଥର ଆଉ ଜଣେ ହିରୋଇନଙ୍କ ପାଇଁ ଧକ୍ ଧକ୍ ହେଉଛି । ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଶୋଭିତା ଧୁଲିପାଲା । ମାତ୍ର ଉଭୟ ଉଭୟଙ୍କ ସମ୍ପର୍କକୁ ନେଇ ମୁଁହ ବି ଖୋଲୁନାହାନ୍ତି । କିନ୍ତୁ ଏହାରି ଭିତରେ ସୋସିଆଲ ମିଡିଆରେ ନାଗା ଚୈତନ୍ୟଙ୍କର ଏକ ଫଟୋ ଭାଇରାଲ ହୋଇଛି । ଭାଇରାଲ ହେଉଥିବା ଏହି ଫଟୋରେ ନାଗାଙ୍କ ଇଲୁ ଇଲୁ କଥା ହାଲକା ହାଲକା ଜଣାପଡୁଛି । ଫଟୋରେ ନାଗା ଚୈତନ୍ୟ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ସେଫ୍ ସୁରେନ୍ଦ୍ର ମୋହନଙ୍କ ସହ ଫଟୋ ଉଠାଇଛନ୍ତି। ମାତ୍ର ଏହି ଫଟୋ ଭାଇରାଲ ହେବା ମାତ୍ରେ ନାଗାଙ୍କ ଅପେକ୍ଷା ପଛରେ ଥିବା ଝିଅଟି ଉପରେ ଫ୍ୟାନ୍ସଙ୍କ ନଜର ବେଶୀ ପଡିଛି । କାରଣ ସେହି ଫଟୋର ପଛରେ ଅଭିନେତ୍ରୀ ଧୁଲିପାଲା ମୁହଁରେ ହାତ ଦେଇ ବସିଥିବା ଦେଖାଯାଇଛି । ତେଣୁ ଦୁହେଁ ଦୁହଁଙ୍କୁ ଡେଟ୍‌ କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ନାନା କମେଣ୍ଟ କରୁଛନ୍ତି । ଏହି ଫଟୋକୁ ସେଫ୍‌ ସୁରେନ୍ଦ୍ର ମୋହନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଫଟୋ ଭାଇରାଲ ହେବା ପରେ ସେ ଏବେ ସେହି ଫଟୋକୁ ଡିଲିଟ୍‌ କରିଦେଇଛନ୍ତି। ତେଣୁ ଯଦି ଉଭୟଙ୍କର ମଧ୍ୟରେ ସେମିତି କିଛି ନାହିଁ ଏ ଫଟୋକୁ ଡିଲିଟ ମାରିବାର କୌଣସି ଆବଶ୍ୟକତା ନଥିଲା ।

ପୂର୍ବରୁ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେତେବେଳେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ। କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ଶୋଭିତାଙ୍କ ସହ ସମ୍ପର୍କ ନେଇ ନାଗା ଚୈତନ୍ୟକୁ ପ୍ରଶ୍ନ କରାଯାଇଥିଲା । ନାଗା କହିଥିଲେ ମୁଁ କେବଳ ହସିବା ଲୋକ । ନାଗାଙ୍କର ଏଭଳି ଉତ୍ତର ପଛରେ କିଛି ଗୁଢ଼ ରହସ୍ୟ ହିଁ ଲୁଚି ରହିଥିବା ପରି ମନେ ହେଉଥିଲା । ଏପରିକି ସାମନ୍ଥା ଓ ତାଙ୍କ ନାଗାଙ୍କ ସମ୍ପର୍କ ପୁଣି ଥରେ ଯୋଡି ହେବ କି ପ୍ରଶ୍ନରେ ସେ ଉତ୍ତର ଦେଇଥିଲେ, ଏହି ମାମଲାରେ ଆମେ ଦୁହେଁ ବହୁତ ଆଗକୁ ବଢିଯାଇଛୁ । ଦୁନିଆକୁ ଏହାଠାରୁ ଅଧିକ ମୁଁ ଆଉ କିଛି କହିପାରିବିନି । ଏଥିରୁ ଯାହା ଜଣାପଡୁଛି ସାମନ୍ଥାଙ୍କ ସହ ସମ୍ପର୍କ ଯୋଜି ହେବାର ନାହିଁ । କାରଣ ନାଗାଙ୍କ ଦିଲ୍ ଯାଇ ଏବେ ଶୋଭିତାଙ୍କ ପାଖରେ ଲାଖି ଯାଇଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ