28.2 C
Odisha
Thursday, April 16, 2026

ସ୍କିନ୍ କଲର ପାଇଁ ଥିଲେ ଅସୁରକ୍ଷିତ


ସାଉଥର ସୁପରଷ୍ଟାର ଆକ୍ଟ୍ରେସ ସାଇ ପଲ୍ଲବୀଙ୍କ ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ସ । ଦିନେ ସମୟ ଏମିତି ଥିଲା ଯେତେବେଳେ ସାଇ ପଲ୍ଲବୀ, ନିଜ ଚେହେରାକୁ ନେଇ ଇନସିକ୍ୱରିଟି ଅନୁଭବ କରୁଥିଲେ । ଅନେକ ସାକ୍ଷାତକାରରେ ସେ କହିସାରିଛନ୍ତି କି, ବ୍ୟୁଟି ପ୍ରଡକ୍ଟରୁ ସେ ସର୍ବଦା ଦୂରରେ ରୁହନ୍ତି । ଏମିତିକି କୌଣସି କସମେଟିକ ପ୍ରଡକ୍ଟର ସେ ବିଜ୍ଞାପନ ମଧ୍ୟ କରନ୍ତି ନାହିଁ । ତେବେ ନିକଟରେ ସେ କହିଛନ୍ତି କି, ନିଜ ଚେହେରା, ସ୍ୱର, ବ୍ରଣ ଓ ଲୁକସ ପାଇଁ ସେ ଦିନେ ଇନସିକ୍ୱିରିଟି ଅନୁଭବ କରୁଥିଲେ । ହେଲେ ଗୋଟିଏ ଫିଲ୍ମରେ ଲିଡ୍ ରୋଲ ମିଳିବା ପରେ ତାଙକ୍ର ଆତ୍ମବିଶ୍ୱାସ ବଢିଥିଲା । ଆଉ ସେହି ଫିଲ୍ମ ଥିଲା ୨୦୧୫ରେ ମାଲାୟଲାମ ଫିଲ୍ମ ପ୍ରେମମ । ଏହି ଫିଲ୍ମରୁ ହିଁ ନିଜ ଆକିଟଂ କ୍ୟାରିଅର ଆରମ୍ଭ କରିଥିବା ସାଇ ପଲ୍ଲବୀ କିଛି ବର୍ଷ ଭିତରେ ଫିଲ୍ମ ଇଷ୍ଟ୍ରିର ସବୁଠୁ ପସନ୍ଦିତା ଆକ୍ଟ୍ରେସ ବନିଥିଲେ । ଏମିତିକି ତାଙ୍କର ଲକ୍ଷ ଲକ୍ଷ ମେଲ୍ ଫ୍ୟାନ ଫଲୋଇଂ ବି ରହିଛନ୍ତି । ଏକ ଇଣ୍ଟରଭ୍ୟୁରେ ସାଇ ପଲବୀ ପ୍ରେମମର ଡାଇରେକ୍ଟର ଅଲଫୋନ୍ସ ପୃଥରେନ ଙ୍କୁ ତାଙ୍କ ଲୁକସ ନେଇ କନଫିଡେଣ୍ଟ ଫିଲ୍ କରାଇବା କାରଣରୁ ଶ୍ରେୟ ଦେଇଥିଲେ । ଅଲଫୋନ୍ସଙ୍କ ସହ ପ୍ରେମମର ସୁଟିଂ ପୂର୍ବରୁ ସାଇ, ନିଜକୁ ଜଣେ ଅସୁରକ୍ଷିତ ମହିଳା ବୋଲି କହିଥିଲେ । ସେ ଖୁଲାସା କରିଛନ୍ତି କି , ଅଲଫୋନ୍ସଙ୍କ ପ୍ରେମମରେ କାମ କରିବା ପୂର୍ବରୁ ସେ ନିଜ ଭଏସ, ଆକନେ ଓ ଲୁକସକୁ ନେଇ ଇନସିକ୍ୱୋର ଥିଲେ ।
ସାଇ ଆହୁରି ମଧ୍ୟ କହିଛନ୍ତି, ଛୋଟ ପିଲା ଭଳି ମୋତେ ସବୁ ଜିନିଷକୁ ନେଇ ସନ୍ଦେହ ରହୁଥିଲା । ମୋର ସ୍ୱର, ମୋର ଆକନେ, ମୁଁ କିଭଳି ଦେଖିବାକୁ, ମୋର ଲୁକସ କେମିତି ଏସବୁ ଭାବି ମୁଁ ବହୁତ ନର୍ଭସ ଥିଲି । ହେଲେ ମୋତେ ଜଣାଅଛି କି, କେତେବେଳେ ଜଣେ ନିର୍ଦେଶକ ଆପଣଙ୍କୁ ଗୋଟିଏ ଫିଲ୍ମ ପାଇଁ ବାଛନ୍ତି । ଭରଷା ଓ ବିଶ୍ୱାସର ସହ ସେମାନେ କୁହନ୍ତି ଏଇ ଝିଅ ଭିତରେ ନିଶ୍ଚୟ କିଛି ଅଛି । ପ୍ରେମମ ସିନେମାଟିକୁ ଯେତେବେଳେ ହଲରେ ବସି ଦେଖିଲି ଏବଂ ଦର୍ଶକଙ୍କର ପ୍ରତିକିୟା ଦେଖି ମୋତେ ଅନୁଭବ ହୋଇଥିଲା କି, ମୁଁ ଭୁଲ ଥିଲି । ମୁଁ ଭାବୁଥିଲେ ସମସ୍ତେ ବିଉଟି ଦେଖି ପସନ୍ଦ କରନ୍ତି । ହେଲେ ଦର୍ଶକେ ଲୁକସ ନୁହଁ ବରଂ ଚରିତ୍ର ଏବଂ ଅଭିନୟର ନିପୁଣତା ଦେଖୁଛନ୍ତି । ଆଉ ମୁଁ ଏଇଟା ବି ଦେଖିଲି ଯେ, ପରଦାରେ ଯୋଉ ଝିଅଟି ଅଭିନୟ କରୁଛି ସେ ଝିଅଟି ହେଉଛି ମୁଁ । ଯାହାପାଇଁ ଲୋକେ ତାଳି ମାରୁଛନ୍ତି । ଏହି ଘଟଣାଟି ପୁରା ମୋ ଜୀବନ ବଦଳାଇଦେଇଥିଲା । ପରେ ମୋତେ ଆତ୍ମବିଶ୍ୱାସ ଆସିଥିଲା ବୋଲି ଇଣ୍ଟରଭ୍ୟୁ ବେଳେ କହିଛନ୍ତି ସାଇ । ହେଲେ ଆଜି ବି କୌଣସି ପ୍ରକାରର କସମେଟିକ ପ୍ରଡକ୍ଟ ସେ ବ୍ୟବହାର କରନ୍ତିନି କି ବିଜ୍ଞାପନ ବି କରନ୍ତିନି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ