ଶସ୍ତାରେ ମିଳୁଛି ପେଟ୍ରାଲ । ଦାମ୍ ଶୁଣିଲେ ଖୁସି ହୋଇଯିବ ମନ । ଗାଡିର ଟାଙ୍କି ଫୁଲ୍ ପାଇଁ ଇଚ୍ଛା ବି ହେବ । ହଁ ଆଜ୍ଞା ଏମିତି କିଛି ସ୍ଥାନ ରହିଛି ଯେଉଁଠି ଟଙ୍କାକରେ ମିଳୁଛି ଗୋଟେ ଲିଟର୍ ପେଟ୍ରୋଲ । ଯଦି ଆପଣ ଏଠାରୁ କିଣନ୍ତି ତାହାଲେ ଖୁବ୍ ଲାଭରେ ରହିବେ ।
ଭାରତରେ ଦିନକୁ ଦିନ ବଡୁଛି ତେଲ ଦର । ଦିନେ ଏହା 60 ଟଙ୍କା ଥିବା ବେଳେ ଏବେ ଶହେ ଟପିଲାଣି । ମୁମ୍ବାଇ ଦିଲ୍ଲୀ ଭଳି ଜାଗାରେ ତେଲ ଦାମ୍ 120 ଟଙ୍କାରୁ ବେଶି । ଯାହା ସାଧାରଣ ଖାଉଟିଙ୍କୁ ଖୁବ୍ ବାଧୁଛି । ଏପରିକି ବଜାର ଉପରେ ବି ଏହାର ପ୍ରଭାବ ପଡୁଛି । ଦରବୃଦ୍ଧିର କାରଣ ବି ପେଟ୍ରୋଲ ଆଉ ଡିଜେଲର ଦାମ୍ । କିନ୍ତୁ ଯଦି ଆପଣ ଶସ୍ତାରେ ତେଲ କିଣିବାକୁ ଚାହୁଁଛନ୍ତି ତେବେ ଆଫଣଙ୍କ ପାଇଁ ଅଚି ବଡ ସୁଯୋଗ । ଆମେ ଏମିତି କିଛି ଜାଗା ବିଷୟରେ କହିବୁ ଯେଉଁଠି ଆପଣଙ୍କୁ ଟଙ୍କାକରୁ ଦଶ ଟଙ୍କା ମଧ୍ୟରେ ତେଲ ମିଳିବ ।
ସବୁଠୁ ଶସ୍ତା ତେଲ ମିଳେ ଭେନଜୁଏଲାରେ । ଏଠାରେ ତୈଳଦର ଖୁବ୍ କମ୍ । କାରଣ ଏଠାରେ ରହିଛି ପେଟ୍ରୋଲର ଭଣ୍ଡାର । ଭେନଜୁଏଲାରେ ଆପଣ ଦେଢ ଟଙ୍କାରେ ଲିଟର ତେଲ କିଣିପାରିବେ । ଆଉ ଟାଙ୍କି ଫୁଲ୍ କରିବାକୁ ଲାଗିବ ମାତ୍ର 15 ଟଙ୍କା ।
ଭେନଜୁଏଲା ପଛରେ ରହିଛି ଲିବ୍ୟା । ଏଠାରେ ମାତ୍ର 2 ଟଙ୍କାରେ ଗୋଟେ ଲିଟର ପେଟ୍ରୋଲ ମିଳେ । ତେଣୁ ଅନେକ ଆଖପାଖ ଦେଶ ଏଟାରୁ କରନ୍ତି ତେଲ ଆମାଦାନୀ । ଆଉ ନିଜ ଦେଶର ଗ୍ରାହକଙ୍କୁ କମ୍ ମୂଲ୍ୟରେ ଯୋଗାନ୍ତି ଡିଜେଲ୍ ।
ସେହିପରି ଆଉ ଏକ ଦେଶ ହେଲା ଇରାନ । ଏହା ବିଶ୍ୱର ପ୍ରାୟ ଅଧା ତେଲ ଉତ୍ପାଦନ କରିଥାଏ । ଇରାନରେ ମଧ୍ୟ ପେଟ୍ରୋଲ ଦର ଖୁବ୍ ଶସ୍ତା । ଆପଣଙ୍କୁ ଲିଟରଟେ ତେଲ ପାଇଁ ଖର୍ଚ୍ଚ କରିବାକୁ ପଡିବ ମାତ୍ର 4 ଟଙ୍କା ।
ଆହୁରି ମଧ୍ୟ ତେଲ ଉତ୍ପାଦନରେ ଅଗ୍ରଣୀ ଦେଶ ହେଲା ଆଙ୍ଗୋଲା । 2022ରେ ଏହି ଦେଶରେ ଦୈନିକ 1.16 ମିଲିୟନ ବ୍ୟାରେଲ ତେଲ ଉତ୍ପାଦନ ହେଉଥିଲା । ଏହାର କାରଣ ମଧ୍ୟ ମାତ୍ରାଧିକ ପେଟ୍ରୋଲ ଭଣ୍ଡାର । ଯଦି ଆପଣ ଆଙ୍ଗୋଲାରେ ତେଲ କିଣିବାକୁ ଚାହୁଁଛନ୍ତି ତାହାଲେ 26 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଯଦି ଭାରତ ଏହି ସବୁ ଦେଶରୁ ତେଲ ଆମାଦୀନୀ କରେ ତାହାଲେ ଖୁବ୍ ଭଲ ହେବ । ଏହାଦ୍ୱାରା ଟ୍ୟାକ୍ସ ପଡିବା ସତ୍ତ୍ୱେ 40 ଟଙ୍କାରେ ତେଲ ମିଳିପାରିବ । ଆଉ ସାଧାରଣ ଖାଉଟି ଖୁବ୍ ଉପକୃତ ମଧ୍ୟ ହେବେ ।

