ବି ଟାଉନର ଷ୍ଟାଇଲିସ ଷ୍ଟାର ରିତିକ ରୋଶନ । ଆକ୍ଟିଂ, ଡାନ୍ସ ଆଉ ଫିଟନେସ। ସବୁଥିରେ ସେ ଜବରଦସ୍ତ । ନିଜ ଲୁକକୁ ନେଇ ମଧ୍ୟ ସଦାବେଳେ ସେ ହାଇଲାଇଟରେ ରୁହନ୍ତି । କିନ୍ତୁ ଦିନେ ଭୟଙ୍କର ରୋଗର ସାମ୍ନା କରୁଥିଲେ ହୃତିକ । ଯାହା ଥିଲା ତାଙ୍କ ପାଇଁ ସବୁଠୁ ଦୁର୍ଦ୍ଦୀନ । ଏକ ଇଣ୍ଟରଭିଉରେ ନିଜେ ଏକଥା କହିଛନ୍ତି ହ୍ରିତିକ୍ ।
କହୋନା ପ୍ୟାର ହେ ରେ ଫିଲ୍ମ କ୍ୟାରିଅର ଷ୍ଟାର୍ଟ କରିଥିଲେ ହୃତିକ । ହିଟ ହେଇଥିଲା ଡେବ୍ୟୁ ଫିଲ୍ମ । ଦର୍ଶକ କରିଥିଲେ ପସନ୍ଦ । ସମସ୍ତଙ୍କ ମନକୁ ଛୁଇଁଥିଲା ତାଙ୍କର ଆକ୍ଟିଂ ଆଉ ଡ୍ୟାନ୍ସିଂ । ଅମିଶା ପଟେଲଙ୍କ ସହ କେମେଷ୍ଟ୍ରି ବି ଦେଇଥିଲା ଜବରଦସ୍ତ ଫାଇଦା । ତାଙ୍କ ବାପା ରାକେଶ ରୋଶନ ମଧ୍ୟ ବି ଟାଉନର ଚର୍ଚ୍ଚିତ ଡ଼ାଇରେକ୍ଟର । ପୁଅର ଗୁଡ ଷ୍ଟାର୍ଟରେ ତାଙ୍କର ଥିଲା ବଡ ଭୂମିକା ।
ବଡ ଘରର ପିଲା ଥିଲେ ସେ । କିନ୍ତୁ ଭଲରେ କଟିନଥିଲା ତାଙ୍କର ପିଲା ଦିନ । ସେତେବେଳେ ନିଜ ଉପରେ ଭରସା କରି ପାରୁନଥିଲେ ହୃତିକ । ମେଣ୍ଟାଲ ଟ୍ରମାର ଥିଲେ ଶିକାର । ଫଳରେ ଅନେକ ସମସ୍ୟାର ସେ କରୁଥିଲେ ସାମ୍ନା । ବହୁତ କାନ୍ଦୁଥିଲେ । ହେଲେ ବୁଝୁନଥିଲେ କେହି । ସାଙ୍ଗ ମାନେ ବି ଉଡାଉଥିଲେ ମଜାକ । ଥଟା ପରିହାସ ପାଲଟିଥିଲା ନିଦିତିନିଆ ଅଭ୍ୟାସ ।
କେବଳ ଏତିକି ନୁହେଁ । ଛୋଟ ବେଳେ ଭଲରେ କଥା କହି ପାରୁନଥିଲେ ମିଷ୍ଟର୍ କ୍ରିସ୍ । ରହି ରହି କହୁଥିଲେ କଥା । ଯେଉଁଠି ପାଇଁ ତାଙ୍କ ସହ ମିସୁନଥିଲେ କେହି । ହସୁଥିଲେ ସବୁ ସାଙ୍ଗ । ଆଉ ଘରକୁ ଆସି ଏକା କାନ୍ଦୁଥିଲେ ହୃତିକ । ଗୋଟିଏ କୋଠରୀରେ ନିଜକୁ ବନ୍ଦ କରି ରଖୁଥିଲେ ।
ଏବେ ବଲିଉଡର ଗ୍ରୀକ୍ ଗ୍ରାଣ୍ଡ୍ ହୃତିକ । ଆଜି ହୃତିକ ବଲିଉଡର ହିଟ୍ ଅଭିନେତା । କୋଟି କୋଟି ଟଙ୍କା କରନ୍ତି ଆୟ । ତେବେ ସେ ଇଣ୍ଟରଭିୟୁରେ ମେଣ୍ଟାଲ ଟ୍ରମା କଥା କହିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥଲେ ଫ୍ୟାନ । ସହଜରେ କେହି କରିନଥିଲେ ବିଶ୍ୱାସ । ଏତେ ବଡ ଷ୍ଟାରଙ୍କ ଡାର୍କ ହିଷ୍ଟ୍ରି ଶୁଣି ତାଜୁବ ହୋଇଥିଲେ ଫ୍ୟାନ୍ ।

