ରାମାୟଣ କଥା ସମସ୍ତେ ଜାଣନ୍ତି । କିପରି ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରିଥିଲେ । ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ତାହା ମଧ୍ୟ ସମସ୍ତଙ୍କୁ ଜଣା । ଏହାସହ ଶ୍ରୀରାମଙ୍କର ଚାରି ଭାଇଥିବା ଅନେକ ଶୁଣିଥିଲେ । କିନ୍ତୁ ରାମାୟଣର ଆଉ ଏକ କଥା ପ୍ରାୟ ଅନେକ ଜାଣି ନାହାଁନ୍ତି । ତାହା ହେଲା ଶ୍ରୀରାମଙ୍କର ଦୁଇ ଭଉଣୀ ମଧ୍ୟ ଥିଲେ ।
ତ୍ରେତୟା ଯୁଗରେ ଧରାବତାରଣ କରିଥିଲେ ପ୍ରଭୁ ଶ୍ରୀରାମ । ଦଶରଥ ଓ କୌଶଲ୍ୟାଙ୍କ କୋଳ ମଣ୍ଡିତ ହୋଇଥିଲା । ଦଶରଥଙ୍କ ଆଉ ଦୁଇ ପତ୍ନୀଙ୍କଠୁ ଜନ୍ମ ନେଇଥିଲେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ । ଏମାନେ ହେଲେ ଅଯୋଧ୍ୟାର ଚାରି ଯୁବରାଜ । ତେବେ ସାରା ଦେଶରେ ଶ୍ରୀରାମଙ୍କୁ କରାଯାଏ ପୂଜା । ହେଲେ ଦଶରଥଙ୍କର ଦୁଇ ଝିଅ ମଧ୍ୟ ଥିଲେ । ଯାହା ଅନେକଙ୍କୁ ଅଜଣା । କିଛି ମନ୍ଦିରରେ ଏବେ ବି ପୂଜା ପାଆନ୍ତି ରାମଙ୍କ ଦୁଇ ଭଉଣୀ ।
ପୁରାଣ ଅନୁସାରେ, ପ୍ରଭୁ ରାମଙ୍କ ଥିଲେ ଦୁଇ ଭଉଣୀ । ସେମାନେ ହେଲେ ସାନ୍ତା ଏବଂ କୁକବି। ତେବେ କୁକବିଙ୍କ ବିଷୟରେ ବେସି କିଛି ଉଲ୍ଲେଖ ନାହିଁ ରାମାୟଣରେ । କିନ୍ତୁ ଶାନ୍ତାଙ୍କ ଉପରେ ରହିଛି ଅନେକ କାହାଣୀ । କିଛି ଲୋକକଥା ବି ରହିଛି ।
ଶାନ୍ତା ଥିଲେ କୌଶଲ୍ୟା ଏବଂ ଦଶରଥଙ୍କ ଜ୍ୟେଷ୍ଠ କନ୍ୟା । ସେ ରଘୁକୁଳର ଚାରି ଭାଇଙ୍କଠୁ ଥିଲେ ବଡ଼ । କିନ୍ତୁ ଜନ୍ମ ହେବାର କିଛି ଦିନ ପରେ ଶାନ୍ତାଙ୍କୁ ରାଜା ରୋମ୍ପଦଙ୍କୁ ଦାନ କରିଦେଇଥିଲେ ଦଶରଥ । କାରଣ ରୋମ୍ପଦ ଥିଲେ ନିସନ୍ତାନ । ଦଶରଥ ତାଙ୍କୁ ନିଜ କନ୍ୟା ଦାନ କରିବେ ବୋଲି ଦେଇଥିଲେ ପ୍ରତିଶୃତି । ଆଉ ପରେ ଅଙ୍ଗଦେଶର ରାଜକୁମାରୀ ହୋଇଥିଲେ ଶାନ୍ତା ।
ତେବେ ହିମାଚଳ ପ୍ରଦେଶର କୁଲୁରେ ଅଛି ଶାନ୍ତାଙ୍କ ପ୍ରାଚୀନ ମନ୍ଦିର । ଶ୍ରୀଙ୍ଗି ଋଷିଙ୍କ ସହ ଏଠାରେ ପୂଜା ପାଆନ୍ତି ସେ । ସବୁଦିନ ଏଠାରେ ଭକ୍ତଙ୍କ ଭିଡ଼ ଜମେ । ଏହି ମନ୍ଦିରରେ ପୂଜା କଲେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ମିଳେ ବୋଲି ରହିଛି ବିଶ୍ୱାସ। ତେଣୁ ପ୍ରତିଦିନ ଏଠାରେ ଭକ୍ତଙ୍କ ଗହଳି ଲାଗି ରହିଥାଏ । ଭିଓ-୫- ଆହୁରି ମଧ୍ୟ କର୍ଣ୍ଣାଟକର ଶ୍ରୀଙ୍ଗେରୀରେ ମଧ୍ୟ ରହିଛି ଶାନ୍ତାଙ୍କ ଭବ୍ୟ ମନ୍ଦିର । ଏଠାରେ ଋଷି ଶ୍ରୀଙ୍ଗିଙ୍କ ସହ ପୂଜା ପାଆନ୍ତି ଦଶରଥ ତନୟା । ଶ୍ରୀଙ୍ଗେରୀରେ ନା ଋଷି ଶ୍ରୀଙ୍ଗୀଙ୍କ ନାଁ ଅନୁସାରେ ହୋଇଛି ବୋଲି କିମ୍ବଦନ୍ତୀ କହେ । କାରଣ ଏଠାରେ ଜନ୍ମ ନେଇଥିଲେ ଋଷି ଶ୍ରୀଙ୍ଗି । ଏହି ମନ୍ଦିରକୁ ମଧ୍ୟ ଭକ୍ତମାନେ ଆସିଥାନ୍ତି । ଆଉ ବର ମାଗିଥାନ୍ତି ।

