ଜନ୍ମଦିନ ପାର୍ଟିରୁ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲେ ହନି ସିଂଙ୍କ ପୁତୁରା ଓ ସାଙ୍ଗ

ନୂଆଦିଲ୍ଲୀ, ୧।୧୧: ଜନ୍ମଦିନ ଉତ୍ସବରୁ ଫେରିବା ବେଳେ ଛକି ବସିଥିଲା ମୃତ୍ୟୁ। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ଗାୟକ ହନି ସିଂଙ୍କ ପୁତୁରା ବିଦିତ ଆଲୋକ ଥିବା ଜଣାପଡ଼ିଛି। ଅନ୍ୟ ମୃତକ ହେଉଛନ୍ତି ପଞ୍ଜାବର ଏକ ମ୍ୟୁଜିକ୍ କମ୍ପାନୀ ମାଲିକଙ୍କ ପୁଅ ଆରବ ତଲବାର।

ସୂଚନା ଅନୁସାରେ, ପଞ୍ଜାବର ଜଳନ୍ଧରସ୍ଥିତ ପୋଲିସ ଲାଇନ୍ ଅଞ୍ଚଳରେ ରବିବାର ଭୋର୍‌ରୁ ଏହି ଦୁର୍ଘଟଣା ଘଟିଛି। ବିଦିତ ଓ ଆରବ ଏକ କାର୍‌ରେ ଜନ୍ମଦିନ ପାର୍ଟିରୁ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟରକୁ କାର୍‌ଟି ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା।

ଘଟଣା ପରେ ହନି ସିଂ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି। ଏହି ଘଟଣାକୁ ନେଇ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ଏନେଇ ବରାଦରୀ ଥାନା ଅଧିକାରୀ ସାହିଲ ଚୌଧରୀ କହିଛନ୍ତି ଯେ, ରବିବାର ସକାଳେ ପୋଲିସକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଦୁର୍ଘଟଣା ସମୟରେ ସେହି ରାସ୍ତାରେ ନଗର ନିଗମର ସଫେଇ ଗାଡ଼ି ରହିଥିଲା। କର୍ମଚାରୀମାନେ ଫ୍ଲାଏଓଭର ସଫା କରୁଥିବା ବେଳେ କାର୍‌ଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ, କାର୍‌ରେ ମୋଟ ୫ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି। ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ