ଏବେଠୁ BJP -BJD ଫାଇଟ : ନବୀନଙ୍କୁ ଟାର୍ଗେଟ କଲେ ମନମୋହନ, ଆଗକୁ ଘଟିବ କିଛି ବଡ଼ କଥା

ଭୁବନେଶ୍ୱର, ୨୧।୧୦: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନକୁ ନେଇ ରାଜ୍ୟ ରାଜନୀତିରେ ବୟାନବାଜି ଜୋର୍ ଧରିଛି। ଏହି ପ୍ରସଙ୍ଗରେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେଡି ନେତାଙ୍କ ବିଚାରରେ ବିଭ୍ରାଟ ରହିଥିବା ଅଭିଯୋଗ କରିବା ସହ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ।

ମନମୋହନ କହିଛନ୍ତି, କିଛି ନେତା ଦେଶର ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଷ୍ଟ୍ରବିରୋଧୀ ଶକ୍ତିଙ୍କୁ ସମର୍ଥନ କରିବା ଆଦୌ ଉଚିତ ନୁହେଁ। ଏଭଳି ଆଭିମୁଖ୍ୟକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି। ବିଜେଡି ନେତାମାନେ କେତେବେଳେ ଗୋଟିଏ କଥା କହୁଛନ୍ତି ତ ଆଉ କେତେବେଳେ ଭିନ୍ନ ମତ ରଖୁଛନ୍ତି। ତେଣୁ ସେମାନେ କାହା ସହ ରହିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ କରିବା ଆବଶ୍ୟକ ବୋଲି ମନମୋହନ ମତ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ବିଜେଡି ସମଦୂରତା ନୀତି କଥା କହୁଥିଲା। କିନ୍ତୁ ବର୍ତ୍ତମାନ ଦଳର ଆଭିମୁଖ୍ୟରେ ସ୍ପଷ୍ଟତା ନାହିଁ। ଦଳର ନେତାମାନେ କେଉଁ ପ୍ରସଙ୍ଗରେ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ବୁଝିବା କଷ୍ଟକର ହୋଇପଡ଼ିଛି। ବିଜେଡି ନେତାମାନେ ଦିଗହରା ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ନବୀନ ପଟ୍ଟନାୟକ କେଉଁ ଉଦ୍ଦେଶ୍ୟରେ ସମର୍ଥନ ଦେଉଛନ୍ତି, ସେ ସମ୍ପର୍କରେ ସେ ନିଜେ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ମନମୋହନ କହିଛନ୍ତି। ଦେଶର ସ୍ୱାର୍ଥକୁ ପଛରେ ପକାଇ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ନେତାଙ୍କ ପାଇଁ ଠିକ୍ ନୁହେଁ ବୋଲି ସେ ମତ ରଖିଛନ୍ତି।

ଏଥିସହ ଜନସାଧାରଣ ସବୁ ଘଟଣା ଉପରେ ନଜର ରଖିଛନ୍ତି ଏବଂ ଉପଯୁକ୍ତ ସମୟରେ ଏହାର ଜବାବ ଦେବେ ବୋଲି ମନମୋହନ ସାମଲ କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ