ପାକିସ୍ତାନରେ ଜୋରଦାର ଭୂମିକମ୍ପ : ଆତଙ୍କବାଦୀଙ୍କ ଘର ବି ଧ୍ଵଂସ !

ନୂଆଦିଲ୍ଲୀ, ୧୭/୧୦: ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଥିବା ବେଳେ ଭାରତର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଖୁଜଦାର ସହର ନିକଟରେ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଭୂକମ୍ପର ତୀବ୍ରତା ୫.୮ ଥିଲା। ଏହାର ଝଟକା ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘର ଓ ବାଣିଜ୍ୟିକ କୋଠାରୁ ବାହାରକୁ ଚାଲିଆସିଥିଲେ।

ସତର୍କ ରହିବାକୁ ପରାମର୍ଶ

ଭୂକମ୍ପ ପରେ ସମ୍ଭାବ୍ୟ ପରବର୍ତ୍ତୀ ଝଟକାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିଚାଳନା ଦଳ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସ୍ଥାନୀୟ ପ୍ରଶାସନ, ଚିକିତ୍ସା ସେବା ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳକୁ ମଧ୍ୟ ସଜାଗ ରଖାଯାଇଛି।

ତେବେ ଏପର୍ଯ୍ୟନ୍ତ ବଡ଼ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ସମ୍ପର୍କରେ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭୂକମ୍ପ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, ତାହା ଜାଣିବା ପାଇଁ ଆକଳନ ଜାରି ରହିଛି।

କାହିଁକି ଭୂକମ୍ପପ୍ରବଣ ପାକିସ୍ତାନ?

ଭୌଗୋଳିକ ଦୃଷ୍ଟିକୋଣରୁ ପାକିସ୍ତାନ ଏକ ଭୂକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ। ଭାରତୀୟ ଓ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍‌ର ଗତିବିଧି ଯୋଗୁଁ ଏହି ଅଞ୍ଚଳରେ ବାରମ୍ବାର ଭୂକମ୍ପ ହୋଇଥାଏ। ଏହି କାରଣରୁ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଆଶଙ୍କା ରହିଥାଏ

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ