ନୀଳ ଡ୍ରମ୍ ହତ୍ୟାକାଣ୍ଡ: ମୁସ୍କାନ୍ ଓ ସାହିଲ୍‌ଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: : ଉତ୍ତରପ୍ରଦେଶର ମେରଠରେ ଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାରେ ଆସିଛି ବଡ଼ ରାୟ। ନିଜ ସ୍ୱାମୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ପତ୍ନୀ ମୁସ୍କାନ୍ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ୍ ଶୁକ୍ଲାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ମେରଠ ଜିଲ୍ଲା ଅଦାଲତ। ବୁଧବାର, ଅକ୍ଟୋବର ୧୪ ତାରିଖରେ ଅଦାଲତ ଏହି ରାୟ ଶୁଣାଇଥିବା ଖବର ଆସିଛି। ଏହା ସହିତ ଉଭୟ ଦୋଷୀଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଯାଇଛି।

କ’ଣ ଥିଲା ପୂରା ଘଟଣା?

୨୦୨୫ ମାର୍ଚ୍ଚ ୩ ତାରିଖରେ ମେରଠର ବ୍ରହ୍ମପୁରୀ ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଅଭିଯୋଗ ଅନୁସାରେ, ମୁସ୍କାନ୍ ନିଜ ସ୍ୱାମୀ ସୌରଭଙ୍କ ଖାଦ୍ୟରେ ନିଦ ବଟିକା ମିଶାଇଥିଲେ। ଏହାପରେ ସାହିଲ୍‌ଙ୍କ ସହ ମିଶି ସୌରଭଙ୍କୁ ହତ୍ୟା କରିଥିଲେ।

ଘଟଣାକୁ ଲୁଚାଇବା ପାଇଁ ଦୁହେଁ ସୌରଭଙ୍କ ମୃତଦେହକୁ ଖଣ୍ଡବିଖଣ୍ଡ କରି ଏକ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍‌ରେ ରଖିଥିବା ଅଭିଯୋଗ ହୋଇଥିଲା। ଡ୍ରମ୍‌ରେ ସିମେଣ୍ଟ ଭର୍ତ୍ତି କରିବା ପରେ ଦୁହେଁ ହିମାଚଳ ପ୍ରଦେଶକୁ ଚାଲିଯାଇଥିଲେ।

ପରେ ପୋଲିସ ତଦନ୍ତ କରି ୨୦୨୫ ମାର୍ଚ୍ଚ ୧୮ ତାରିଖରେ ମୁସ୍କାନ୍ ଓ ସାହିଲ୍‌ଙ୍କୁ ଗିରଫ କରିଥିଲା। ଏହାପରେ ନୀଳ ଡ୍ରମ୍‌ରୁ ସୌରଭଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାଟି ସେହି ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସେପ୍ଟେମ୍ବର ୩୦ରେ ଦୋଷୀ ସାବ୍ୟସ୍ତ

ଏହି ମାମଲାରେ ଗତ ସେପ୍ଟେମ୍ବର ୩୦ ତାରିଖରେ ଅଦାଲତ ମୁସ୍କାନ୍ ଓ ସାହିଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରବର୍ତ୍ତୀ ଶୁଣାଣିରେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।

ରାୟ ଶୁଣାଣି ସମୟରେ ଦୁଇ ଅଭିଯୁକ୍ତ ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତରେ ଉପସ୍ଥିତ ଥିଲେ। ଅଦାଲତଙ୍କ ରାୟ ପରେ ସୌରଭଙ୍କ ପରିବାରକୁ ନ୍ୟାୟ ମିଳିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ପୁଅକୁ ହରାଇଥିବା ମା’ଙ୍କ ଆଖିରେ ଲୁହ

ରାୟ ଘୋଷଣା ସମୟରେ ସୌରଭଙ୍କ ମା’, ମାଉସୀ ଓ ଭାଇ ଅଦାଲତରେ ଉପସ୍ଥିତ ଥିଲେ। ଦୀର୍ଘ ଦିନର ଅପେକ୍ଷା ପରେ ନ୍ୟାୟ ମିଳିଥିବାରୁ ସୌରଭଙ୍କ ପରିବାର ଅଦାଲତ ଓ ତଦନ୍ତରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିବା କୁହାଯାଇଛି।

ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ମୁସ୍କାନ୍

ରିପୋର୍ଟ ଅନୁସାରେ, ମୃତ୍ୟୁଦଣ୍ଡ ଘୋଷଣା ପରେ ମୁସ୍କାନ୍ ନିଜର ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ସେ ନିଜ ବଡ଼ ଝିଅ ପିହୁଙ୍କୁ ଦେଖା କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ମଧ୍ୟ ଖବର ଆସିଛି। ଝିଅର ଠିକଣା ନ ଜାଣିପାରିବାରୁ ସେ ତାଙ୍କ ପାଇଁ ଏକ ଭାବପ୍ରବଣ ଚିଠି ଲେଖିଥିବା କୁହାଯାଉଛି

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ