INDIA ମେଣ୍ଟରେ ମିଶିଗଲା ବିଜେଡି : ଏବେ ଏକାଠି ହୋଇଗଲେ କଂଗ୍ରେସ ଓ ବିଜେଡି

ଭୁବନେଶ୍ୱର: SIR ବା ସ୍ପେସିଆଲ୍ ଇଣ୍ଟେନସିଭ୍ ରିଭିଜନ୍‌କୁ ନେଇ ରାଜନୀତି ତେଜ ହୋଇଛି। ଭୋଟର ତାଲିକାରୁ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ପଡ଼ିବା ଏବଂ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ବିରୋଧୀ ଦଳଗୁଡ଼ିକ ଆସନ୍ତାକାଲି ବିରୋଧ ପଦଯାତ୍ରା କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ମଧ୍ୟ ସାମିଲ ହେବ।

ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଂସଦମାନେ ପଦଯାତ୍ରାରେ ଯୋଗଦେବେ। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି।

ମଙ୍ଗରାଜଙ୍କ କହିବା ଅନୁସାରେ, SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଏହାସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ମଧ୍ୟ ଦଳ ପୂର୍ବରୁ ଦାବି କରିଥିବା ସେ କହିଛନ୍ତି।

ବିଜେଡିର ଅଭିଯୋଗ ଅନୁସାରେ, SIR ପ୍ରକ୍ରିୟାରେ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଏବଂ ସାରା ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ପଡ଼ିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଧାମନଗର ଘଟଣା ଏହି ସନ୍ଦେହକୁ ଆହୁରି ବଢ଼ାଇଥିବା ଦଳ କହିଛି।

ଦଳର ଦାବି ହେଉଛି, ଧାମନଗରର ଏକ ଅଞ୍ଚଳରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଅଜ୍ଞାତସାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଜଣଙ୍କ ଭୋଟ ବାଦ୍ ଦିଆଯାଇଛି। ଏହାସହ ଧାମନଗର ବିଧାନସଭା କ୍ଷେତ୍ରରୁ ମଧ୍ୟ ବହୁ ସଂଖ୍ୟକ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟାଯାଇଥିବା ବିଜେଡି ଅଭିଯୋଗ କରିଛି।

ଅନ୍ୟପଟେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି। ଏହା ସହିତ SIRରେ ଫର୍ମ-୬ ସମ୍ପର୍କିତ ନିର୍ଦ୍ଦେଶକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଦଳ ନିଜ ଦାବିର ଆଧାର ଭାବେ ଉପସ୍ଥାପନ କରିଛି।

ମାନସ ମଙ୍ଗରାଜ କହିଛନ୍ତି ଯେ, ବିଜେଡି ଇଣ୍ଡିଆ ମେଣ୍ଟ ଏବଂ ଏନ୍‌ଡିଏଠାରୁ ସମଦୂରତା ବଜାୟ ରଖିଛି। କିନ୍ତୁ ଏକ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ଭୋଟରଙ୍କ ସମ୍ପର୍କିତ ପ୍ରସଙ୍ଗରେ ଆୟୋଜିତ ବିରୋଧ ପଦଯାତ୍ରାରେ ଦଳ ସାମିଲ ହେବ।

ଏବେ SIR ପ୍ରସଙ୍ଗକୁ ନେଇ ଆସନ୍ତାକାଲିର ବିରୋଧ ପଦଯାତ୍ରାରେ ବିଜେଡିର ଭୂମିକା ଉପରେ ରାଜନୈତିକ ମହଲର ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ