ଇସ୍ତଫା ଦେଲେ ହର୍ମନପ୍ରୀତ କୌର: ଆଉ ନୁହନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ

ନୂଆଦିଲ୍ଲୀ, ୦୬/୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରୁ ଆସିଛି ବଡ଼ ଖବର। ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିଛନ୍ତି ହରମନପ୍ରୀତ୍ କୌର। ମଙ୍ଗଳବାର ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ସେ ଏନେଇ ସୂଚନା ଦେବା ସହ ଏକ ଭାବବିହ୍ୱଳ ବାର୍ତ୍ତା ଲେଖିଛନ୍ତି।

ହରମନପ୍ରୀତ୍ କହିଛନ୍ତି ଯେ, ଅଧିନାୟକ ପଦ ଛାଡ଼ିବା ତାଙ୍କ ପାଇଁ ଆଦୌ ସହଜ ନିଷ୍ପତ୍ତି ନଥିଲା। ବର୍ଷ ବର୍ଷ ଧରି ଚାଲିଥିବା ଏହି ଯାତ୍ରାରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି, ଯାହା ସାରା ଜୀବନ ତାଙ୍କ ସହ ରହିବ ବୋଲି ସେ କହିଛନ୍ତି।

ସେ ନିଜ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଦଳ ଓ ଦେଶ ପାଇଁ ସେ ନିଜର ସବୁକିଛି ଦେଇଛନ୍ତି। କେବଳ ପଡ଼ିଆରେ ଝାଳ ବୁହାଇବା ନୁହେଁ, ଏଥିପାଇଁ ସମୟ, ଇଚ୍ଛା ଏବଂ ବ୍ୟକ୍ତିଗତ ଜୀବନର ଅନେକ କିଛି ତ୍ୟାଗ କରିବାକୁ ପଡ଼ିଛି।

ଅଧିନାୟିକା ଭାବେ ଅନେକ ସମୟରେ ସେ ନିଜର ବ୍ୟକ୍ତିଗତ ଇଚ୍ଛା ଅପେକ୍ଷା ଦଳର ସ୍ୱାର୍ଥକୁ ଅଧିକ ପ୍ରାଥମିକତା ଦେଇଛନ୍ତି। ବ୍ୟକ୍ତିଗତ ଆଶାକୁ ପଛରେ ପକାଇ ଦଳ ପାଇଁ ନିଷ୍ପତ୍ତି ନେବାକୁ ପଡ଼ିଥିବା ଅନେକ ମୁହୂର୍ତ୍ତ ତାଙ୍କ ଯାତ୍ରାରେ ଆସିଥିବା ସେ କହିଛନ୍ତି।

ହରମନପ୍ରୀତଙ୍କ ଏହି ନିଷ୍ପତ୍ତି ସହ ଭାରତୀୟ ମହିଳା କ୍ରିକେଟ୍‌ରେ ଏକ ଅଧ୍ୟାୟର ଅନ୍ତ ଘଟିଛି। ଏବେ ଦଳର ନୂଆ ଅଧିନାୟକ କିଏ ହେବେ, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି।

ତେବେ ଅଧିନାୟକ ପଦ ଛାଡ଼ିଥିଲେ ମଧ୍ୟ କ୍ରିକେଟ୍‌ରୁ ଅବସର ନେଇନାହାନ୍ତି ହରମନପ୍ରୀତ୍। ସେ ଆଗକୁ ଜଣେ ଖେଳାଳି ଭାବେ ଭାରତୀୟ ଦଳରେ ଖେଳ ଜାରି ରଖିବେ। ଏଣିକି ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ଖେଳ ଉପରେ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ