ରାହୁଙ୍କ ଗୋଚର ! ଏହି ସବୁ ରାଶି ଉପରେ ପଢ଼ିବ ପ୍ରଭାବ, ରୁହନ୍ତୁ ସାବଧାନ

ଭୁବନେଶ୍ୱର: : ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ରାହୁଙ୍କ ଗୋଚରକୁ ଜୀବନରେ ହଠାତ୍ ପରିବର୍ତ୍ତନ, ନୂଆ ସୁଯୋଗ ଓ ଅନିଶ୍ଚିତତା ସହ ଯୋଡ଼ି ଦେଖାଯାଏ। ଜ୍ୟୋତିଷୀୟ ମତ ଅନୁସାରେ, ରାହୁଙ୍କ ରାଶି ପରିବର୍ତ୍ତନର ପ୍ରଭାବ କ୍ୟାରିୟର, ଅର୍ଥ, ବ୍ୟବସାୟ ଓ ନିଷ୍ପତ୍ତି ନେବା ଭଳି କ୍ଷେତ୍ରରେ ଦେଖାଦେଇପାରେ।

ରାହୁ ପ୍ରାୟ ୧୮ ମାସରେ ଗୋଟିଏ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ରହିଥିବା ବେଳେ ୨୦୨୬ ଡିସେମ୍ବର ୫ ତାରିଖରେ ମକର ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷୀୟ ଗଣନା ଅନୁସାରେ, ଏହି ଗୋଚର ସନ୍ଧ୍ୟା ପ୍ରାୟ ୭ଟା ୨୮ ମିନିଟ୍‌ରେ ହେବ। ମକର ରାଶିରେ ରାହୁ ପ୍ରାୟ ୫୪୮ ଦିନ ରହିବେ ବୋଲି କୁହାଯାଉଛି।

ମେଷ

ମେଷ ରାଶି ପାଇଁ ଏହି ଗୋଚର କ୍ୟାରିୟର କ୍ଷେତ୍ରରେ ପରିବର୍ତ୍ତନର ସଙ୍କେତ ଦେଇପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିବା ସହ ନୂଆ ସୁଯୋଗ ଆସିପାରେ। ବ୍ୟବସାୟୀଙ୍କ ପାଇଁ ନୂଆ ଡିଲ୍‌ କିମ୍ବା ପ୍ରୋଜେକ୍ଟର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି।

ମିଥୁନ

ମିଥୁନ ରାଶିର ଲୋକଙ୍କ ପାଇଁ ରାହୁଙ୍କ ଏହି ଗୋଚର ନୂଆ ସୁଯୋଗ ଆଣିପାରେ। ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଡିଲ୍‌ ଆଗକୁ ବଢ଼ିପାରେ। ଚାକିରି ପରିବର୍ତ୍ତନ ଚାହୁଁଥିବା ଲୋକଙ୍କୁ ନୂଆ ସୁଯୋଗ ମିଳିପାରେ। ବିଦେଶ ଯାତ୍ରା, ବିଦେଶରେ ଚାକିରି କିମ୍ବା ଉଚ୍ଚଶିକ୍ଷା ସମ୍ପର୍କିତ ଯୋଜନାରେ ମଧ୍ୟ ଗତି ଆସିପାରେ।

ସିଂହ

ସିଂହ ରାଶି ପାଇଁ ଏହି ଗୋଚର ଶିକ୍ଷା, ଡିଜିଟାଲ୍ କ୍ଷେତ୍ର ଓ କ୍ୟାରିୟର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଜ୍ୟୋତିଷୀମାନେ ମତ ଦିଅନ୍ତି। ଚାକିରିରେ ଉନ୍ନତିର ସୁଯୋଗ ମିଳିପାରେ। ବିଦେଶ ସମ୍ପର୍କିତ କାମ କିମ୍ବା ଯାତ୍ରାର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ଆର୍ଥିକ କ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ