ବଢ଼ିଗଲା ଓମଫେଡ କ୍ଷୀର ଦାମ୍ : ସବୁ ଜିନିଷ ମହଙ୍ଗା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଓମଫେଡ୍ କ୍ଷୀରର ଦର। ବିଭିନ୍ନ ପ୍ରକାର କ୍ଷୀରର ଲିଟର ପିଛା ଦାମ୍‌ରେ ୨ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଅକ୍ଟୋବର ୪ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ରାଜ୍ୟର ଲକ୍ଷାଧିକ ଗ୍ରାହକଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିବ।

ସୂଚନା ଅନୁସାରେ, ଗତ ୫ ମାସ ମଧ୍ୟରେ ଓମଫେଡ୍ ପକ୍ଷରୁ ଦ୍ୱିତୀୟ ଥର ପାଇଁ କ୍ଷୀର ଦର ବୃଦ୍ଧି କରାଯାଇଛି। ନୂଆ ଦର ଅନୁସାରେ କେଉଁ କ୍ଷୀର କେତେ ଟଙ୍କାରେ ମିଳିବ, ଆସନ୍ତୁ ଜାଣିବା।

ପ୍ରିମିୟମ୍ କ୍ଷୀର: ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବା ପ୍ରିମିୟମ୍ କ୍ଷୀରର ଦାମ୍‌ ଏବେ ୬୦ ଟଙ୍କା ହୋଇଛି।

ଗୋଲ୍ଡ କ୍ଷୀର: ଗୋଲ୍ଡ କ୍ଷୀରର ଦାମ୍‌ ୨ ଟଙ୍କା ବଢ଼ି ଲିଟର ପିଛା ୬୨ ଟଙ୍କାରେ ପହଞ୍ଚିଛି।

ଗୋଲ୍ଡ ପ୍ଲସ୍: ଏହି କ୍ଷୀରର ନୂଆ ଦର ଲିଟର ପିଛା ୬୬ ଟଙ୍କା ହୋଇଛି।

ଟୋନ୍ଡ କ୍ଷୀର: ଟୋନ୍ଡ କ୍ଷୀରର ଦାମ୍‌ ମଧ୍ୟ ବଢ଼ି ଲିଟର ପିଛା ୫୮ ଟଙ୍କା ହୋଇଛି।

ଅକ୍ଟୋବର ୪ରୁ ଗ୍ରାହକମାନଙ୍କୁ ଏହି ବର୍ଦ୍ଧିତ ଦରରେ ଓମଫେଡ୍ କ୍ଷୀର କିଣିବାକୁ ପଡ଼ିବ। ତେବେ କ୍ଷୀର ଦର ବୃଦ୍ଧି ଦୈନନ୍ଦିନ ଘରୋଇ ବଜେଟ୍‌ ଉପରେ ଅତିରିକ୍ତ ଚାପ ପକାଇବାର ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ