ବିଶ୍ୱକପ ପାଇଁ ପାଇଁ ଆସିଲା ଖେଳ ସୂଚୀ ! ଏହି ଦିନ ଭାରତ – ପାକିସ୍ତାନ ମହା ମୁକାବିଲା

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଆଇସିସି ପକ୍ଷରୁ ଖେଳସୂଚୀ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି ମହାକୁମ୍ଭରେ ୧୪ଟି ଦଳ ଅଂଶଗ୍ରହଣ କରିବେ। ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୧୨ଟି ସହରରେ ମ୍ୟାଚ୍‌ ଖେଳାଯିବ। ନଭେମ୍ବର ୨୧ରେ ଜୋହାନ୍ସବର୍ଗରେ ଫାଇନାଲ୍‌ ମୁକାବିଲା ହେବ।

ଭାରତୀୟ ଦଳର ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ ହେବ। ଅକ୍ଟୋବର ୭ରେ ଦୁଇ ଦଳ ମୁହାଁମୁହିଁ ହେବେ। ଏହାର ମାତ୍ର ତିନି ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଜୋହାନ୍ସବର୍ଗରେ ଏହି ମୁକାବିଲା ହେବାକୁ ଥିବାରୁ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିଛି।

ଭାରତ ଅକ୍ଟୋବର ୧୪ରେ ଆଫଗାନିସ୍ତାନକୁ ଭେଟିବ। ପରେ ଅକ୍ଟୋବର ୧୭ରେ କ୍ୱାଲିଫାୟର୍‌ ଏ’ ଦଳ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଲିଗ୍‌ ପର୍ଯ୍ୟାୟରେ ଭାରତର ଶେଷ ମୁକାବିଲା ଅକ୍ଟୋବର ୨୪ରେ ଜିମ୍ବାୱେ ବିପକ୍ଷରେ ରହିଛି।

କେଉଁ ଗ୍ରୁପ୍‌ରେ କେଉଁ ଦଳ?

୨୦୨୭ ବିଶ୍ୱକପ୍‌ରେ ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।

ଗ୍ରୁପ୍‌-ଏ: ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ପାକିସ୍ତାନ, ଜିମ୍ବାୱେ ଓ କ୍ୱାଲିଫାୟର୍‌ ଏ।

ଗ୍ରୁପ୍‌-ବି: ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଓ କ୍ୱାଲିଫାୟର୍‌ ବି।

ଏଥର ବଦଳିଛି ବିଶ୍ୱକପ୍‌ର ଫର୍ମାଟ୍‌

ଆଗାମୀ ବିଶ୍ୱକପ୍‌ରେ ନୂଆ ଫର୍ମାଟ୍‌ ଦେଖିବାକୁ ମିଳିବ। ୧୪ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ସେମିଫାଇନାଲ୍‌ ପୂର୍ବରୁ ତିନିଟି ପର୍ଯ୍ୟାୟରେ ମ୍ୟାଚ୍‌ ଖେଳାଯିବ।

ପ୍ରଥମ ପର୍ଯ୍ୟାୟରେ ନିମ୍ନସ୍ଥ ତିନିଟି ଦଳକୁ ନେଇ ସୁପର ସିରିଜ୍‌ ଖେଳାଯିବ। ଏଥିରୁ ଶୀର୍ଷ ଦଳ ପରବର୍ତ୍ତୀ ରାଉଣ୍ଡକୁ ଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଦଳ ଲେଖାଏଁ ଦୁଇଟି ଗ୍ରୁପ୍‌ ରହିବ।

ଏହାପରେ ତୃତୀୟ ପର୍ଯ୍ୟାୟରେ ଉଭୟ ଗ୍ରୁପ୍‌ରୁ ଶ୍ରେଷ୍ଠ ଦଳଗୁଡ଼ିକୁ ନେଇ ‘ସୁପର ସେଭେନ୍‌’ ପର୍ଯ୍ୟାୟ ଖେଳାଯିବ। ଏଠାରୁ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲ୍‌କୁ ଯୋଗ୍ୟତା ହାସଲ କରିବେ।

ଭାରତ-ପାକିସ୍ତାନ ମୁକାବିଲା ୩ ଥର ହୋଇପାରେ!

୨୦୨୭ ବିଶ୍ୱକପ୍‌ର ଫର୍ମାଟ୍‌ ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟିଏ ନୁହେଁ, ସର୍ବାଧିକ ତିନିଥର ମୁକାବିଲାର ସମ୍ଭାବନା ରହିଛି।

ପ୍ରଥମେ ଲିଗ୍‌ ପର୍ଯ୍ୟାୟରେ ଦୁଇ ଦଳ ଅକ୍ଟୋବର ୧୦ରେ ଖେଳିବେ। ଏହାପରେ ଉଭୟ ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କଲେ ସୁପର-୭ରେ ପୁଣି ମୁହାଁମୁହିଁ ହୋଇପାରନ୍ତି। ଆଉ ଯଦି ଦୁଇ ଦଳ ସେମିଫାଇନାଲ୍‌ ପର୍ଯ୍ୟାୟକୁ ପହଞ୍ଚନ୍ତି ଏବଂ ଡ୍ର’ ଅନୁକୂଳ ରହେ, ତେବେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ମଧ୍ୟ ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ