ଭୁବନେଶ୍ୱର, ୨୧/୦୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି। ଆଗାମୀ ଦିନରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବୁଲେଟିନ୍ ଅନୁସାରେ, ଏହି ପ୍ରଣାଳୀ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଛି।
ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ସ୍ଥଳଭାଗକୁ ପ୍ରବେଶ କରିବାର ଅଧିକ ସମ୍ଭାବନା ରହିଛି।
ଆଇଏମଡି ଆକଳନ ଅନୁଯାୟୀ, ଆସନ୍ତା ୨୨ ତାରିଖ ରାତିରୁ ୨୩ ତାରିଖ ମଧ୍ୟରେ ଗଭୀର ଅବପାତ ଉପକୂଳ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିପାରେ।
ଲଘୁଚାପର ଗତିପଥ ଏବଂ ତୀବ୍ରତା ଉପରେ ଆଇଏମଡି ନଜର ରଖିଛି। ଆଗାମୀ ବୁଲେଟିନ୍ରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।

