ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ! ୟୁନିଫର୍ମ ପିନ୍ଧି ରିଲ୍ସ କରିବା ମନା, ନ ମାନିଲେ ଆକ୍ସନ

ଭୁବନେଶ୍ୱର: କମିଶନରେଟ୍‌ ପୋଲିସର ଅଫିସର ଓ କର୍ମଚାରୀଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶାନାମା। ପୋଲିସ ପୋଷାକ ପିନ୍ଧି ରିଲ୍ସ କରିବାଠାରୁ ଆରମ୍ଭ କରି କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ୟୁନିଫର୍ମରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ ଲଗାଯାଇଛି କଟକଣା।
ପୋଲିସ କମିଶନରଙ୍କ ପକ୍ଷରୁ ଗତ ୧୯ ତାରିଖରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଥିବା ଜଣାପଡ଼ିଛି। ନିର୍ଦ୍ଦେଶ ଅନୁସାରେ, କୌଣସି ଅଫିସର କିମ୍ବା କର୍ମଚାରୀ ପୋଲିସ ପୋଷାକ ପିନ୍ଧି ରିଲ୍ସ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ।
ଏସବୁ ସ୍ଥାନରେ ଫଟୋ ପୋଷ୍ଟ ଉପରେ କଟକଣା
ନିର୍ଦ୍ଦେଶାନାମାରେ ବିଧାନସଭା, ମନ୍ଦିର ଓ ଧାର୍ମିକ ସ୍ଥଳରେ ପୋଲିସ ପୋଷାକରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ସେହିପରି ଲୋକ ଭବନ, ଲୋକସେବା ଭବନ, ରିଜର୍ଭ ବ୍ୟାଙ୍କ ଏବଂ ହାଇକୋର୍ଟ ସମ୍ମୁଖରେ ପୋଲିସ ପୋଷାକରେ ଫଟୋ ପୋଷ୍ଟ କରିବା ଉପରେ ମଧ୍ୟ କଟକଣା ରହିଛି।
ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
କମିଶନରେଟ୍‌ ପୋଲିସର ଏହି ନିୟମକୁ କୌଣସି ଅଫିସର କିମ୍ବା କର୍ମଚାରୀ ଅଣଦେଖା କଲେ, ତାଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୋସିଆଲ ମିଡିଆରେ ପୋଲିସ କର୍ମଚାରୀଙ୍କ ରିଲ୍ସ ଓ ଫଟୋ ପୋଷ୍ଟକୁ ନେଇ ଏହି ନିର୍ଦ୍ଦେଶାନାମା ପରେ ବିଭାଗୀୟ ସ୍ତରରେ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ