ସୁପ୍ରିମକୋର୍ଟ ଦେଲେ ଶେଷ ସୁଯୋଗ : ନହେଲେ ସବୁଦିନ ରହିବେ ଜେଲରେ

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ୍ ଯାଦବଙ୍କୁ ନେଇ ଆସିଛି ବଡ଼ ଖବର। ୨ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଆବେଦନକାରୀଙ୍କ ବକେୟା ରାଶି ପରିଶୋଧ କରିବାକୁ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲା ୨୦୧୦ ମସିହାର। ନିଜ ନିର୍ଦ୍ଦେଶିତ ଫିଲ୍ମ ‘ଆତା ପାତା ଲାପାତା’ର ନିର୍ମାଣ ପାଇଁ ରାଜପାଲ ଯାଦବ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କଠାରୁ ୫ କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ରହିଛି। ଋଣ ପରିଶୋଧ ପାଇଁ ଦିଆଯାଇଥିବା ଚେକ୍ ବ୍ୟାଙ୍କରେ ବାଉନ୍ସ ହେବା ପରେ ମାମଲା କୋର୍ଟକୁ ଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଆଇନଗତ ପ୍ରକ୍ରିୟା ପରେ ରାଜପାଲଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହେବା ସହ ଅଦାଲତ ଅବମାନନା ମାମଲାରେ ସେ ଜେଲ୍ ଦଣ୍ଡ ମଧ୍ୟ ଭୋଗିଥିଲେ।

ଟଙ୍କା ଜମା ପାଇଁ ଶେଷ ମୋହଲତ

ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ରାଜପାଲଙ୍କୁ ବକେୟା ୨ କୋଟି ଟଙ୍କା ଜମା କରିବାକୁ କହିଛନ୍ତି। ଖଣ୍ଡପୀଠ ଏହାକୁ ତାଙ୍କୁ ଦିଆଯାଇଥିବା ଶେଷ ସୁଯୋଗ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ଦ୍ଧାରିତ ସମୟରେ ଟଙ୍କା ଜମା ନହେଲେ ତାଙ୍କ ବିରୋଧରେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରେ।

ରାଜପାଲଙ୍କ ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଅଭିନେତା କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ଏବଂ ବକେୟା ରାଶି ଜମା କରିବାକୁ ପ୍ରତିଶ୍ରୁତିବଦ୍ଧ।

ରାଜପାଲ ଯାଦବ ‘ଭୁଲ୍ ଭୁଲେୟା’, ‘ହଙ୍ଗାମା’ ଓ ‘ଢୋଲ୍’ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ପରିଚିତ। ଏବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ମାମଲାର ପରବର୍ତ୍ତୀ ପ୍ରକ୍ରିୟା ଉପରେ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ