ପ୍ଲେନ୍ ନା ବସ୍ ? ଖୁଣ୍ଟରେ ବିମାନକୁ ପିଟିଦେଲେ ପାଇଲଟ୍

ଶ୍ରୀନଗର, ୦୪/୦୯: ଶ୍ରୀନଗର ବିମାନବନ୍ଦରରେ ଶୁକ୍ରବାର ସକାଳେ ଏକ ବଡ଼ ଅଘଟଣ ଘଟିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ। ନବୀ ମୁମ୍ବାଇରୁ ଶ୍ରୀନଗର ଆସିଥିବା ଇଣ୍ଡିଗୋର ଏକ ବିମାନ ପାର୍କିଂ କରାଯାଉଥିବା ବେଳେ ବିମାନବନ୍ଦରର ଭିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍‌ର ଖୁଣ୍ଟରେ ଧକ୍କା ଦେଇଥିଲା। ତେବେ ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସୁରକ୍ଷିତ ଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

ପାର୍କିଂ ବେଳେ ଧକ୍କା ଖାଇଲା ବିମାନ

ଇଣ୍ଡିଗୋର ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯ଟା ୨ ମିନିଟ୍‌ରେ ‘୬ଇ୨୨୫’ ବିମାନଟି ଶ୍ରୀନଗର ବିମାନବନ୍ଦରର ୦୬ ନମ୍ବର ବେ’ରେ ପାର୍କିଂ ପାଇଁ ଯାଉଥିବା ସମୟରେ ଭିଡିଜିଏସ୍‌ ଖୁଣ୍ଟ ସହ ଧକ୍କା ହୋଇଥିଲା। ଘଟଣା ପରେ ତୁରନ୍ତ ମାନୁଆଲ୍‌ ସିଡ଼ି ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା।

ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରିୟୁ ସଦସ୍ୟ ଆହତ ହୋଇନାହାନ୍ତି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ କରିବେ। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ବିମାନଟି କିପରି ଭାବେ ଖୁଣ୍ଟରେ ଧକ୍କା ହେଲା, ତାହା ସ୍ପଷ୍ଟ ହେବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ