ମମତା ବାନାର୍ଜୀଙ୍କ ଘରେ ବଡ଼ ଦୁଃଖ : ଚାଲିଗଲେ ମମତାଙ୍କ ଝିଆରୀ, ଖୁବ୍ କାନ୍ଦିଲେ ଦିଦି

କୋଲକାତା, ୦୧/୦୯: ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚିତ ଘଟଣା। ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଝିଆରୀ ବ୍ରିଷ୍ଟି ମୁଖାର୍ଜୀଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ବୀରଭୂମି ଜିଲ୍ଲାର ରାମପୁରହାଟ ଅଞ୍ଚଳର କୁସୁମ୍ବା ଗାଁରେ ଥିବା ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମୃତ ବ୍ରିଷ୍ଟିଙ୍କ ବୟସ ୨୮ ବର୍ଷ। ସେ ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଭାଇ ନିହାରରଞ୍ଜନ ମୁଖାର୍ଜୀଙ୍କ ଝିଅ ବୋଲି ଜଣାପଡ଼ିଛି। ପରିବାର ପକ୍ଷରୁ ବ୍ରିଷ୍ଟି ମାନସିକ ଚାପରେ ଥିବା ଏବଂ ଏହି କାରଣରୁ ଚରମ ପଦକ୍ଷେପ ନେଇଥାଇପାରନ୍ତି ବୋଲି କୁହାଯାଇଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ପରିବାର ସୂତ୍ର ଅନୁସାରେ, ମଙ୍ଗଳବାର ଘରର ଦ୍ୱିତୀୟ ମହଲାର ଏକ କୋଠରୀରୁ ବ୍ରିଷ୍ଟିଙ୍କ ମୃତଦେହ ମିଳିଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରିବାରର ବିଭିନ୍ନ ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ପ୍ରାଥମିକ ଭାବେ ପୋଲିସ ଏହାକୁ ଅପମୃତ୍ୟୁ ମାମଲା ଭାବେ ନେଇ ଯାଞ୍ଚ କରୁଛି।

ବ୍ରିଷ୍ଟି ପୂର୍ବରୁ ବୋଲପୁରର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ। ତେବେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତାକୁ ନେଇ ଚାଲିଥିବା ମାମଲାରେ ପ୍ରାୟ ୨୬ ହଜାର ଚାକିରି ବାତିଲ ହୋଇଥିବା ସମୟରେ ସେ ମଧ୍ୟ ଚାକିରି ହରାଇଥିଲେ।

ବ୍ରିଷ୍ଟିଙ୍କ ବାପା ନିହାରରଞ୍ଜନଙ୍କ ଦାବି ଅନୁସାରେ, ତାଙ୍କ ଝିଅ ପାଠପଢ଼ାରେ ଭଲ ଥିଲେ ଏବଂ ନିଜ ଯୋଗ୍ୟତା ବଳରେ ଚାକିରି ପାଇଥିଲେ। ଚାକିରି ହରାଇବା ପରେ ତାଙ୍କ ଉପରେ ମାନସିକ ଚାପ ବଢ଼ିଥିବା ପରିବାର ପକ୍ଷରୁ କୁହାଯାଇଛି।

ଏହା ସହିତ ବ୍ରିଷ୍ଟିଙ୍କ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି। ଶ୍ୱଶୁରଘର ସହ ତାଙ୍କ ସମ୍ପର୍କ ଭଲ ନଥିବାବେଳେ ଛାଡ଼ପତ୍ର ସମ୍ପର୍କିତ ଏକ ମାମଲା ଚାଲିଥିଲା। ସେ ନିଜର ଏକମାତ୍ର ସନ୍ତାନ ସହ ବାପାମାଆଙ୍କ ଘରେ ରହୁଥିଲେ। ଏହି ସମସ୍ତ ପରିସ୍ଥିତି ତାଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ