ଭୟଙ୍କର ଦୁର୍ଘଟଣା : ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ଭ୍ୟାନ୍, ୬ ମୃତ

ଜୟପୁର, ୦୧/୦୯: ହରିୟାଣାର କେଏମପି ଏକ୍ସପ୍ରେସ୍‌ୱେରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌। ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଏକ ଦଳ ଶ୍ରଦ୍ଧାଳୁ ଧାର୍ମିକ ଯାତ୍ରାରେ ରାଜସ୍ଥାନ ଯାଇଥିଲେ। ସେଠାରେ ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ବୁଲିବା ପରେ ସେମାନେ ବୃନ୍ଦାବନ ଫେରୁଥିଲେ। ମଙ୍ଗଳବାର ସକାଳେ ସେମାନଙ୍କ ପିକ୍‌ଅପ୍‌ ଭ୍ୟାନ୍‌ କେଏମପି ଏକ୍ସପ୍ରେସ୍‌ୱେ ଦେଇ ପଲୱଲ ଅଭିମୁଖେ ଯାଉଥିଲା। ଏହି ସମୟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପିକ୍‌ଅପ୍‌ ଭ୍ୟାନ୍‌ଟି ପଛରୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ପିକ୍‌ଅପ୍‌ ଭ୍ୟାନ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଭ୍ୟାନ୍‌ ଭିତରେ ଫସି ରହିଥିବା ଶ୍ରଦ୍ଧାଳୁମାନେ ଚିତ୍କାର କରିଥିଲେ। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ିକୁ ଜବତ କରାଯାଇଥିବା ସ୍ଥାନୀୟ ଡିଏସ୍‌ପି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ