ଆମାଜନରେ ଫେକ ରାମ ମନ୍ଦିର ଭୋଗ ! ଲାଗିଲା ଲକ୍ଷେ ଟଙ୍କାର ଫାଇନ

ନୂଆଦିଲ୍ଲୀ: ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ସାଧାରଣ ମିଠା ବିକ୍ରି କରି ଗ୍ରାହକଙ୍କୁ ଭ୍ରମିତ କରିବା ଅଭିଯୋଗରେ ଇ-କମର୍ସ କମ୍ପାନୀ ଆମାଜନ୍‌କୁ ୧ ଲକ୍ଷ ଟଙ୍କା ଜରିମାନା କରିଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA)। ଅଗଷ୍ଟ ୪, ୨୦୨୬ରେ ଜାରି ହୋଇଥିବା ନିର୍ଦ୍ଦେଶରେ ଏହି ଦଣ୍ଡାଦେଶ ଦିଆଯାଇଛି।

CCPA ଅନୁସାରେ, ଆମାଜନ୍ ପ୍ଲାଟଫର୍ମରେ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ର କୌଣସି ଆନୁଷ୍ଠାନିକ ଅନୁମତି ନଥାଇ ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ଭାବରେ ବିକ୍ରି କରାଯାଉଥିଲା। ପ୍ରାଧିକରଣ ଏହାକୁ ଇ-କମର୍ସ ନିୟମାବଳୀ, ୨୦୨୦ର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି।

CCPA କହିଛି, ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମଟି ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଜଡ଼ିତ। ତେଣୁ ବିନା ଅନୁମତିରେ ସାଧାରଣ ମିଠାକୁ ପ୍ରସାଦ ଭାବେ ପ୍ରଚାର ଓ ବିକ୍ରି କରିବା କେବଳ ଗ୍ରାହକଙ୍କୁ ଭ୍ରମିତ କରିବା ନୁହେଁ, ବରଂ ଧାର୍ମିକ ଭାବନାକୁ ମଧ୍ୟ ପ୍ରଭାବିତ କରୁଛି।

ଏହି ମାମଲାରେ ‘କନ୍‌ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (CAIT) ପକ୍ଷରୁ ୨୦୨୪ ଜାନୁଆରୀ ୧୯ରେ ଆମାଜନ୍ ବିରୋଧରେ ଅଭିଯୋଗ ହୋଇଥିଲା। ଆମାଜନ୍‌ରେ ୨୯୯ରୁ ୩୮୫ ଟଙ୍କା ମଧ୍ୟରେ ବିଭିନ୍ନ ମିଠାକୁ ‘ଅଯୋଧ୍ୟା ପ୍ରସାଦ’ ନାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା।

ଜରିମାନା ଲଗାଇବା ସହ CCPA ଆମାଜନ୍‌କୁ କଡ଼ା ନିର୍ଦ୍ଦେଶ ଦେଇଛି। କୌଣସି ଧାର୍ମିକ ଅନୁଷ୍ଠାନର ବୈଧ ଅନୁମତି ବିନା କୌଣସି ଉତ୍ପାଦକୁ ‘ପ୍ରସାଦ’, ‘ମହାପ୍ରସାଦ’ କିମ୍ବା ‘ଭୋଗ’ ନାମରେ ଅନଲାଇନ୍‌ରେ ବିକ୍ରି କିମ୍ବା ପ୍ରଚାର କରିହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଏହାପରେ ଆମାଜନ୍ ପକ୍ଷରୁ ରାମ ଜନ୍ମଭୂମି ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ତିରୁମାଲା ତିରୁପତି ଦେବସ୍ଥାନମ୍, ଶ୍ରୀ କାଶୀ ବିଶ୍ୱନାଥ, କେଦାରନାଥ, ବଦ୍ରୀନାଥ ଓ ମହାକାଳେଶ୍ୱରଙ୍କ ସମେତ ୧୦ଟି ପ୍ରମୁଖ ଧାର୍ମିକ ପୀଠକୁ ନେଇ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇ CCPA ନିକଟରେ ଦାଖଲ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ