୧୦ ହଜାର ଟଙ୍କା କମିଲା ସୁନା – ରୁପା: ଖୁବ୍ ଶସ୍ତା ହେଇଗଲା ରେଟ୍

ନୂଆଦିଲ୍ଲୀ, ୧୮/୦୮ : ସପ୍ତାହ ଆରମ୍ଭରେ ବଢ଼ିଥିବା ସୁନା ଦର ମଙ୍ଗଳବାର ପୁଣି ହ୍ରାସ ପାଇଛି । କାରବାର ଆରମ୍ଭରୁ ହିଁ ହଳଦିଆ ଧାତୁର ଦାମରେ କମିବା ଦେଖିବାକୁ ମିଳିଛି । ସୁନା ସହ ରୁପା ଦର ମଧ୍ୟ ହ୍ରାସ ପାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ୦.୪୬ ପ୍ରତିଶତ କମି ଆଉନ୍ସ ପିଛା ୪୪୫୨.୯୦ ଡଲାରରେ ପହଞ୍ଚିଛି । ଅନ୍ୟପଟେ ରୁପା ଦର ୧.୩୫ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୬୫.୩୩୫ ଡଲାରରେ କାରବାର କରୁଛି ।ଘରୋଇ ବଜାରରେ ମଧ୍ୟ ସମାନ ଚିତ୍ର ଦେଖାଯାଇଛି । ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନା ଦର ସୋମବାର ତୁଳନାରେ ୬୯୧ ଟଙ୍କା କମି ୧୦ ଗ୍ରାମ ପିଛା ୧,୫୫,୧୪୯ ଟଙ୍କାରେ ପହଞ୍ଚିଛି ।

ସେହିପରି ରୁପା ଦର ୨୨୪୮ ଟଙ୍କା ହ୍ରାସ ପାଇ କେଜି ପିଛା ୨,୩୫,୮୦୦ ଟଙ୍କା ରହିଛି ।ଅଗଷ୍ଟ ୧୮ ତାରିଖରେ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୫୫ ହଜାର ୫୦୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୪୨ ହଜାର ୫୬୯ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧ ଲକ୍ଷ ୧୬ ହଜାର ୬୪୮ ଟଙ୍କା ରହିଛି । ରୁପା ଦର କେଜି ପିଛା ୨ ଲକ୍ଷ ୩୬ ହଜାର ୮୨୦ ଟଙ୍କା ରହିଛି ।

u

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ