କାଞ୍ଜିପାଣି ଘାଟିରେ ବଡ଼ ଅଘଟଣ ! ଭୂସ୍ଖଳନ ହୋଇ ସବୁ ଭାଙ୍ଗିଗଲା…

ତେଲକୋଇ: ଲଗାଣ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିର ଧଳାପଥର ବାଙ୍କ ନିକଟରେ ଭୁସ୍ଖଳନ ଘଟିଛି। ପାହାଡ଼ରୁ ବଡ଼ ବଡ଼ ପଥର, ମାଟି ଓ ଗଛ ଧସି ରାସ୍ତା ଉପରେ ପଡ଼ିବାରୁ ଚାରିଥାକିଆ ରାସ୍ତାର ଗୋଟିଏ ପାର୍ଶ୍ୱରେ ଯାତାୟାତ ବନ୍ଦ ହୋଇଥିଲା। ବିଭାଗୀୟ ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏହି ଭୁସ୍ଖଳନ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଶୁକ୍ରବାର ସକାଳୁ ଏନଏଚଆଇ ପକ୍ଷରୁ ରାସ୍ତା ସଫା କରିବା କାମ ଆରମ୍ଭ ହୋଇଛି। ଦୁଇଟି ଜେସିବି ଓ ଗୋଟିଏ ହାଇୱା ମେସିନ ନିୟୋଜିତ କରାଯାଇ ମାଟି, ପଥର ଓ ଗଛ ହଟାଯାଉଛି। ତେବେ ମଝିରେ ମଝିରେ ବର୍ଷା ଲାଗି ରହୁଥିବାରୁ ଉଦ୍ଧାର ଓ ସଫେଇ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ରାତିରେ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଶୁକ୍ରବାର ସକାଳୁ ବିଭାଗ ପକ୍ଷରୁ ଗୋଟିଏ ପାର୍ଶ୍ୱ ରାସ୍ତା ସଫା କରାଯାଇ ଯାତାୟାତ ସ୍ୱାଭାବିକ କରାଯାଇଛି। ଆସନ୍ତା ୨ରୁ ୩ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତା ସଫା କରି ଯାତାୟାତ ପାଇଁ ଖୋଲି ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ