କଲମ୍ବିଆ ଭୂମିକମ୍ପ : ୨୦୦୦ରୁ ଅଧିକ ମୃତ, ଧ୍ଵଂସ ହେଇଗଲା ଦେଶ !

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର କଲମ୍ବିଆ। ସୋମବାର ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି। ତେବେ କଲମ୍ବିଆ ଭୂବୈଜ୍ଞାନିକ ସେବା ପକ୍ଷରୁ ପ୍ରାରମ୍ଭିକ ଭାବେ ଏହାର ତୀବ୍ରତା ୬.୭ ଥିବା କୁହାଯାଇଛି। ରାଜଧାନୀ ବୋଗୋଟାଠାରୁ ପ୍ରାୟ ୪୦୦ କିଲୋମିଟର ପଶ୍ଚିମରେ ପାଲମାର ଅଞ୍ଚଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଭୂପୃଷ୍ଠରୁ ପ୍ରାୟ ୧୦୭ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ଥିବା ଜଣାପଡ଼ିଛି।

ଭୂକମ୍ପର ଝଟକା ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିଲା। ହଠାତ୍ ଭୂମି ଥରିବାରୁ ଲୋକେ ଭୟଭୀତ ହୋଇ ଘର ଓ ଅଟ୍ଟାଳିକାରୁ ବାହାରକୁ ଦୌଡ଼ି ଆସିଥିଲେ। ଅନେକ ସ୍ଥାନରେ ଘର, ବଡ଼ ବଡ଼ ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ ଭୁଶୁଡ଼ି ପଡ଼ିଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।ସବୁ ଛାରଖାରଭୂକମ୍ପ ପରେ କଲମ୍ବିଆର ଅନେକ ସହରରେ ଧ୍ୱଂସର ଚିତ୍ର ସାମ୍ନାକୁ ଆସିଛି।

ରାସ୍ତାଘାଟରେ ଭଗ୍ନାବଶେଷ ପଡ଼ିଥିବା ବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଦେଶର କେତେକ ପ୍ରମୁଖ ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ଏବେ ଉଦ୍ଧାରକାରୀ ଦଳ ପକ୍ଷରୁ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି।ଏପର୍ଯ୍ୟନ୍ତ ଭୂକମ୍ପରେ ୧୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ତେବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଥିବାରୁ ପ୍ରକୃତ କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।ଭୂକମ୍ପ ପରେ ସରକାରୀ ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି। ଅନେକ ଅଞ୍ଚଳରେ ଭଗ୍ନ ଅଟ୍ଟାଳିକା ଓ ଦୁର୍ବଳ ଢାଞ୍ଚା ଥିବାରୁ ଲୋକଙ୍କୁ ସତର୍କତାର ସହ ରହିବାକୁ କୁହାଯାଇଛି। ଦଶନ୍ଧି ମଧ୍ୟରେ କଲମ୍ବିଆରେ ଏହା ଅନ୍ୟତମ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି। କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ଆସିବା ପରେ ଦୁର୍ଘଟଣାର ପ୍ରକୃତ ଭୟାବହତା ସାମ୍ନାକୁ ଆସିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ