ଦିନର ଟପ୍ ୧୦ ଖବର, ଚର୍ଚ୍ଚାରେ ଏହି ସବୁ ପ୍ରସଙ୍ଗ : ପଢନ୍ତୁ…

୧- କାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା କଡାକଡି । କଟକ, ଭୁବନେଶ୍ୱରର ଅନେକ କାର୍ଯ୍ୟକ୍ରମରେ ହେବେ ସାମିଲ ।

୨- ଏବେ ନାହିଁ ବନ୍ୟା ଆଶଙ୍କା । କମିଛି ବିଭିନ୍ନ ନଦୀର ଜଳସ୍ତର । ଅଗଷ୍ଟ ୬ରେ ପୁଣି ଏକ ଘୂର୍ଣ୍ଣିବଳୟ । ୮ରେ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ।

୩- ଭାରତୀୟ ଦଳକୁ ବଡ଼ ଝଟକା । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ରୁ ଜସପ୍ରିତ୍ ବୁମରା ବାଦ୍ ।

୪- ଦକ୍ଷିଣ ଭାରତରେ ବର୍ଷାର କରାଳ ରୂପ । କେରଳରେ ୮ ମୃତ । କର୍ଣ୍ଣାଟକରେ ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ

୫- କକରୋଚ୍ ଜନତା ପାର୍ଟି ନେତା ଅଭିଜିତ ଦୀପକେଙ୍କ ଫଣ୍ଡିଂକୁ ନେଇ ବଢ଼ିଲା ସମସ୍ୟା, ବିଦେଶରେ ପାଠପଢ଼ା ପାଇଁ ଆଣିଥିବା ଏତେ ଟଙ୍କାକୁ ନେଇ ବିବାଦ । ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ।

୬- ଇଣ୍ଡୋନେସିଆରେ ଯାତ୍ରୀବାହୀ ଜାହାଜରେ ନିଆଁ ।।ଜୀବନ ହାରିଲେ ୫ ଯାତ୍ରୀ । ଏବେବି ୪୦ରୁ ଅଧିକ ନିଖୋଜ । ଚାଲିଛି ଉଦ୍ଧାରକାର୍ଯ୍ୟ ।

୭- ଭୟଙ୍କର ବିମାନ ଦୁର୍ଘଟଣା; ବିଲ ମଝିରେ ଖସିପଡିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ପ୍ଲେନ, ଚାଲିଗଲା ୧୩ ଜୀବନ ।

୮- ପ୍ରଥମ ଥର ପାଇଁ ଶ୍ରୀମନ୍ଦିରକୁ ଯିବ ବଲାଙ୍ଗୀର ଚାଉଳ । କୋଠ ଭୋଗରେ ଲାଗି ହେବ । ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ ।

୯- ଭଟ୍ଟାରିକା ମନ୍ଦିର ବେଢ଼ାରେ ବନ୍ୟା ପାଣି । ଧାରା ୧୬୩ ଲଗାଇଲା ପ୍ରଶାସନ । ଭକ୍ତଙ୍କ ଉପରେ କଟକଣା ।

୧୦- ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ୫ ବର୍ଷ ପରେ IFS ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ