ଭୁବନେଶ୍ୱର : ସମସ୍ତେ କୋହିନୂର୍ ହୀରା କଥା ଜାଣିଛନ୍ତି । ଏହା ବିଶ୍ଵର ସବୁଠୁ ଦାମୀ ହୀରା । ଏବେ ବି ଇଂଲଣ୍ଡ ରାଣୀଙ୍କ ମୁକୁଟରେ ଏହା ଶୋଭା ପାଏ । କିନ୍ତୁ ଅନେକ ବ୍ୟକ୍ତି କୋହିନୁର ହୀରାର ଇତିହାସ ବାବଦରେ ଜାଣି ନାହାନ୍ତି ।
ଦିନ ଥିଲା ଭାରତକୁ କୁହାଯାଉଥିଲା ସୁନା ଚଢେଇ । ଧନ ଧାନ୍ୟରେ ଭରପୁର ଥିଲା ଭାରତ ବର୍ଷ । ଏଥିପାଇଁ ସହ ସହ ବିଦେଶୀ ଶାସକଙ୍କ ଟାର୍ଗେଟରେ ଭାରତ ରହିଥିଲା । ସେମାନେ ନେଇ ଯାଇଥିଲେ କୋଟି କୋଟି ଟଙ୍କାର ସଂପତ୍ତି । ଯାହା ଥିଲା ଦୁର୍ମୂଲ୍ୟ । ଏହା ମଧ୍ୟରେ ଖାସ ଥିଲା ବିଶ୍ୱ ବିଖ୍ୟାତ କୋହିନୁର ହୀରା । ଯାହା ଏବେ ବ୍ରିଟେନରେ ।ହେଲେ ଏହାର ଇତିହାସ ଆଜି ମଧ୍ୟ ରହସ୍ୟମୟ ହୋଇ ରହିଛି ।
କେଉଁଠୁ ଆସିଥିଲା କୋହିନୁର୍?
ଐତିହାସିକଙ୍କ କହିବାନୁସାରେ, ୫୦୦୦ ବର୍ଷ ପୁରୁଣା ହେଉଛି କୋହିନୁର ହୀରାର ଇତିହାସ । ଏହାର ନାମର ଅର୍ଥ ଫରାସୀ ଭାଷାରେ ଦିଆଯାଇଛି । ଯାହାର ଅର୍ଥ ଆଲୋକର ପାହାଡ଼ । ଆନ୍ଧ୍ରପ୍ରଦେଶର ଗୁନ୍ତୁର ଜିଲାରେ ପ୍ରଥମେ ମିଳିଥିଲା ଏହି ହୀରା । ତେବେ କିଏ ଏହାକୁ ପ୍ରଥମେ ପାଇଥିଲା ସେ ନେଇ
କିଛି ପ୍ରମାଣ ନାହିଁ। କୁହାଯାଏ ଆଗରୁ କାକତୀୟ ରାଜାଙ୍କ ଅଧିନରେ ଥିଲା ଗୁନ୍ତୁର ହୀରା ଖଣି । ହେଲେ ବେସି ସମୟ ରହି ପାରିଲାନି ଏହି ଦୁର୍ମୂଲ୍ୟ ବସ୍ତୁ । କାରଣ ସେତେବେଳେ ଦକ୍ଷିଣ ଭାରତ ଉପରେ ଆକ୍ରମଣ କରିଥିଲେ ଆଲ୍ଲାଉଦିନ ଖିଲଜି । ଆଉ ଛଡ଼େଇ ନେଇଥିଲେ କୋହିନୁର । ୧୩୧୦ରେ ସୁଲତାନ ଶାସକକଙ୍କ କବଜାକୁ ଏହି ହୀରା ଆସିଥିଲା।।
ଏହା ପରେ ସୁଲତାନର ଗୋଟିଏ ପିଢିରୁ ଆଉ ଏକ ପିଢିଙ୍କୁ ଗଲା ହୀରା । ହେଲେ ୧୫୨୬ରେ ମୋଗଲ ବାଦଶହ ଏହାକୁ ହାସଲ କରିଥିଲେ । ଇବ୍ରାହିମ ଲୋଦିଙ୍କଠୁ ସେ ଏହାକୁ ଛଡ଼େଇ ନେଇଥିଲେ । କିଛି ଜଣଙ୍କ କହିବାନୁସାରେ ଶାହଜାହାନଙ୍କ ରତ୍ନ ସିଂହାସନରେ ଶୋଭା ପାଉଥିଲା କୋହିନୁର । କିନ୍ତୁ ସେଠାରେ ବି ଏହା ବେଶୀଦିନ ତିଷ୍ଠି ପାରିନଥିଲା ।
୧୭୩୯ରେ ଭାରତ ଉପରେ ଆକ୍ରମଣ କରିଥିଲେ ପାର୍ସି ସାଶକ ନାଦୀର ଶହ । ଇରାନ ନେଇ ଚାଲି ଯାଇଥିଲେ କୋହିନୁର । ଆଉ ସେ ହି ହୀରାର ନାଁ ଦେଇଥିଲେ କୋହିନୁର । ତେବେ ନାଦୀରଙ୍କ ହତ୍ୟା ପରେ ଭାରତ ଫେରିଥିଲା ଏହା । ଆଉ ରଣଜିତ ସିଂକୁ ମିଳିଥିଲା କୋହିନୁର । ଶେଷରେ ଇଂରେଜ ସରକାର ଏହାକୁ ନେଇ ଯାଇଥିଲେ । ୧୮୫୦ରେ ରାଣୀ ଭିକ୍ଟୋରିଆଙ୍କ ମୁକୁଟରେ ଏହା ଶୋଭା ପାଇଥିଲା ।

