ଶୋଇବା ବେଳେ କିଏ ବାଧା ସାଜିଲେ କରିପାରିବେ କେସ୍‌

ଦର୍ଶକବନ୍ଧୁ ଆଜିକାଲିର ଯୁଗ ହେଉଚି ବେଶ ବ୍ୟସ୍ତବହୁଳ । ସମସ୍ତେ ନିଜ ଲାଇଫରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ନିଜ ପାଇଁ ଟିକିଏ ହେଲେ ବି ସମୟ ବାହାର କରୁିପାରାୁନାହାନ୍ତି । ରାତି ପାହିବା ମାତ୍ରେ ଖାଲି କାମ ଆଉ କାମ । ତେବେ ଅନେକ ଲୋକେ ଏମିତି ଥିବେ ଯାହାଙ୍କ ଶୋଇବା ଭାରି ପସନ୍ଦ । ହେଲେ କେବେ କେବେ ଶୋଇଥିବା ବେଲେ ଆପଣଙ୍କୁ କିଏ ହଠାତ ଉଠାଉଥିବା କିମ୍ବା ଶୋଇଥିବା ବେଳେ କିଛି ସମସ୍ୟା କରିବା ଆପଣଙ୍କ ସହ ଘଟୁଥିବ । ଏମିତିରେ ଭଲ ନିଦ କିଏ ବା ନଚାହାଁନ୍ତି। ହେଲେ ଆଜିର ବ୍ୟସ୍ତବହୁଳ ଜୀବନରେ ଭଲ ନିଦ ହେବା ଓ ଶୋଇବା ଏକ ବଡ଼ ସମସ୍ୟା ହୋଇଗଲାଣି। ଖାଲି ଚାକିରିଆଙ୍କ କ୍ଷେତ୍ରରେ ନୁହେଁ ବ୍ୟବସାୟୀ ହୁଅନ୍ତୁ କି ଘରେ ରହୁଥିବା ବ୍ୟକ୍ତି ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଛି। ତେଣୁ ଏଭଳି କ୍ଷେତ୍ରରେ ଭଲ ନିଦ ହେବା ବହୁତ ଦୂରର କଥା। ହେଲେ ଆପଣ ଜାଣନ୍ତି କି ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର। ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ।

ରାତିରେ ଭଲ ନିଦ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥିବା ବେଳେ ଏହାଦ୍ୱାରା ଅନେକ ଫାଇଦା ମଧ୍ୟ ମିଳିଥାଏ। ଆପଣ ଜାଣନ୍ତି କି ଭାରତରେ ଶୋଇବାର ଅଧିକାର ଆମର ମୌଳିକ ଅଧିକାରରେ ମଧ୍ୟ ସାମିଲ ଅଛି। ଧାରା ୨୧ରେ ପ୍ରତ୍ୟେକ ନାଗରିକଙ୍କୁ ବିନା କୌଣସି ବାଧାବିଘ୍ନରେ ଶାନ୍ତିରେ ଶୋଇବାର ଅଧିକାର ଦିଆଯାଇଛି।

ଧାରା ୨୧- ‘ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅଧିକାର’ ଅଧିନରେ ଶୋଇବା ଅଧିକାରକୁ ମୌଳିକ ଅଧିକାର ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ସମ୍ବିଧାନର ଧାରା ୨୧ ଅନୁଯାୟୀ, ଆଇନ୍ ଦ୍ୱାରା ପ୍ରଣୟନ ନିୟମ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇପାରିବନି। ୨୦୧୨ ମସିହାରେ ଦିଲ୍ଲୀରେ ଆୟୋଜିତ ବାବା ରାମଦେବଙ୍କ ରାଲିରେ ଶୋଇପଡ଼ିଥିବା ଜନତାଙ୍କ ଉପରେ ପୋଲିସ୍ କାର‌୍ୟ୍ୟାନୁଷ୍ଠାନ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୋଲିସ୍‌ର ଏଭଳି କାର‌୍ୟ୍ୟାନୁଷ୍ଠାନ ମୌଳିକ ଅଧିକାରର ଉଲ୍ଲଂଘନ।

ଭଲ ସ୍ୱାସ୍ଥ୍ୟର ସନ୍ତୁଳନ ବଜାୟ ରଖିବା ପାଇଁ ଶୋଇବା ଜରୁରୀ। ତେଣୁ ନିଦ ଏକ ପ୍ରକାରର ମୌଳିକ ଅଧିକାର ଓ ମୌଳିକ ଆବଶ୍ୟକତା ମଧ୍ୟ। ଭଲ ନିଦ ନହେଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ଥାଏ। ରିପୋର୍ଟ ଅନୁସାରେ, ନିଦ ନାଗରିକଙ୍କ ଏକ ମୌଳିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ