ଦର୍ଶକବନ୍ଧୁ ଆଜିର ଆଧୁନିକ ଯୁଗରେ ସୁନ୍ଦର ହେବା ପାଇଁ ସମସ୍ତେ ଚାହଁନ୍ତି । ବିଶେଷ କରି ଯୁବତୀ ନିଜକୁ ସୁନ୍ଦର କରିବା ପାଇଁ ଆପଣାଇ ଥାଆନ୍ତି ବିଭିନ୍ନ ପ୍ରଥା । ଅନେକ କସମେଟିକ ବ୍ୟବହାର କରିବା ସହ ଆପଣ କେବେ କେବେ ପ୍ଲାଷ୍ଟିକ ସର୍ଜରୀ କଥା ମଧ୍ୟ ଶୁଣିଥିବେ । ଅନେକଙ୍କ ଚେହେରା କସମେଟିକ ସର୍ଜରୀ ସାହାଯ୍ୟରେ ସୁନ୍ଦର ଦେଖାଯାଏ ତ ।ଉ କାହାର ବିଗିଡି ଯାଏ । ଏମିତିରେ କସମେଟିକ ସର୍ଜରୀ କରାଇବା ମଧ୍ୟ ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ଏହା ବହୁତ ମହଙ୍ଗା । ସେଥିପାଇଁ ଅନେକ ଲୋକେ କେବଳ ଏମିତି ଭାବି ଭାବି ରହିଯାଆନ୍ତି । ହେଲେ ତାହା ବାସ୍ତବତାର ରୂପ ନେଇନଥାଏ । ହେଲେ ସେତେବେଳେ କଣ ହେବ ଯେତେବେଲେ ଜଣେ ଫେସଲିଫ୍ଟ କରିବା ପାଇଁ ଏତେ ପାଗଳ ହୋଇଯିବ ଯେ, ନିଜ ଘର ହିଁ ବିକ୍ରି କରିଦେବ । ଏ କଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଆମେରିକାରେ ରହୁଥିବା ଜଣେ ମହିଳା କିଚି ଏମିତି ହିଁ କରିଛନ୍ତି ।
କେଲି ବିସଲି ନାମକ ଜଣେ ଆମେରିକୀୟ ମହିଳା ଅଧିକ ୟଙ୍ଗ ଏବଂ ସୁନ୍ଦର ଦେଖାଯିବା ପାଇଁ ଏତେ ମାତ୍ରାରେ ବ୍ୟସ୍ତ ଥିଲେ ଯେ ସେ ତାଙ୍କ ତିନି ବଖରା ଘର ବିକ୍ରୟ କରିଥିଲେ। ଅଧିକ ସୁନ୍ଦର ଦେଖାଯିବା ଲାଗି ଆମେରିକୀୟ ମହିଳା ଜଣଙ୍କ ଫେସଲିଫ୍ଟ ସର୍ଜରୀ କରିବାକୁ ପଛେଇ ନ ଥିଲେ। ମୁହିଁରେ ଅସ୍ତ୍ରୋପଚାର କରିବା ଲାଗି ଆବଶ୍ୟକ ପଡ଼ୁଥିବା ପାଣ୍ଠି ଯୋଗାଡ଼ କରିବା ପାଇଁ ମହିଳା ଜଣଙ୍କ ତାଙ୍କ ଘର ବିକ୍ରି କରି ଦେଇଥିଲେ।
ଏହି ଆମେରିକୀୟ ମହିଳା ଜଣଙ୍କ ବର୍ତ୍ତମାନ ଏକ ଭ୍ୟାନ୍ ମଧ୍ୟରେ ରହୁଛନ୍ତି। ସେ ଏହି ଗାଡ଼ି ବ୍ୟବହାର କରି ଦେଶ ଭ୍ରମଣ କରୁଛନ୍ତି। ହେଲେ ତଥାପି ସେ ତାଙ୍କର ନିଷ୍ପତ୍ତିକୁ ନେଇ ଅନୁତାପ କରନ୍ତି ନାହିଁ। ଏପରିକି ସେ କୁହନ୍ତି ଯେ ମୁହଁରେ ଅସ୍ତ୍ରୋପଚାର କରିବା ଦ୍ୱାରା ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ହୋଇଛନ୍ତି।
୫୦ ବର୍ଷୀୟ ବ୍ଲଗର୍ କେଲି ବିସଲି ଅନୁଭବ କରିଥିଲେ ଯେ ତାଙ୍କ ଚେହେରା ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଏହା ପରେ ସେ ୧୪ ହଜାର ଡଲାର୍ ମୂଲ୍ୟରେ ଫେସେଲିଫ୍ଟ ସର୍ଜରୀ କରିଥିଲେ। ମୁହଁରେ ହେଉଥିବା ଏହି ଅସ୍ତ୍ରୋପଚାର ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତାଙ୍କୁ ୨୦ ବର୍ଷ ପୂରଣ ହେବା ପରେ କେଲି ବିସଲି ବୋଟକ୍ସ ଏବଂ ବିଗତ ୧୫ ବର୍ଷ ଧରି ଫିଲର୍ସ ନେଇ ଆସୁଥିଲେ। ହେଲେ ଯେତେବେଳେ ସେ ଅନୁଭବ କଲେ ଯେ ଏହି ପଦ୍ଧତି ଆଉ ସେତେ ଲାଭଦାୟକ ହେଉନାହିଁ ସେତେବେଳେ ସେ ଅଧିକ କଠୋର ପଦକ୍ଷେପ ନେବାକୁ ଚିନ୍ତା କରିଥିଲେ।
ଏହି ୫୦ ବର୍ଷୀୟ ଆମେରିକୀୟ ମହିଳା ଜଣଙ୍କ ଗତ ୧୩ ଫେବୃଆରୀରେ ମେକ୍ସିକୋ ଗସ୍ତରେ ଯାଇ ଅସ୍ତ୍ରୋପଚାର କରିଥିଲେ। ଯେଉଁଥିରେ ତାଙ୍କ ଜଙ୍ଘରୁ ଚର୍ବି ନେଇ ଓଠ ଏବଂ ମୁହଁରେ ଲଗାଯାଇଥିଲା। ଯାହା ଫେସଲିଫ୍ଟ ସର୍ଜରୀ ନାମରେ ଜଣାଶୁଣା। ମୁହଁରେ ହେଉଥିବା ଏହି ଅସ୍ତ୍ରୋପଚାର ପାଇଁ ୧୪ ହଜାର ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିଲା। କେଲି ବିସଲି ବିଶ୍ୱାସ କରନ୍ତି ଯେ ଏହି ଅସ୍ତ୍ରୋପଚାର ତାଙ୍କୁ ତାଙ୍କର ଚେହେରାର ଚମକ ବଢିଯାଇଥିଲା। ସେ ତାଙ୍କର ୨୦ ବର୍ଷ ପୂର୍ବର ଚେହେରା ଫେରି ପାଇଥିଲେ।
କେଲି ବିସଲି କହିଥିଲେ ଯେ ଫେସଲିଫ୍ଟ ସର୍ଜରୀ ହେଉଛି ସହଜ। ପ୍ରାୟ ୨ ସପ୍ତାହ ପର୍ୟ୍ୟନ୍ତ ଫେସ୍ ବ୍ରା ପିନ୍ଧିବା ପରେ ସେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି। ତାଙ୍କର ୩୦ ବର୍ଷ ଚେହେରା ତୁଳନାରେ ସେ ବର୍ତ୍ତମାନ ଭଲ ଦେଖାଯାଉଥିବା କହିଛନ୍ତି। ଏହି ଅସ୍ତ୍ରୋପଚାରର ଫଳାଫଳ ବାବଦରେ ଯାହା ମୁଁ ଆଶା କରିଥିଲି ତାହା ବାହାରେ ହୋଇଛି। ମୁଁ ପୁଣି ଥରେ ଯବ ଦେଖାଯିବି ତାହା ଆଶା କରିନଥିଲି। ମୁଁ ମୋର ଚେହେରାକୁ ଭଲପାଏ। ଏବେ ମୁଁ ସବୁଠାରୁ ଅଧିକ ଚମତ୍କାର ଦେଖାଯାଉଛି। ନିଜର କାହାଣୀ ମାଧ୍ୟମରେ ଆମେରିକୀୟ ମହିଳା ଜଣଙ୍କ ଆଶା କରିଛନ୍ତି ଯେ ଅନ୍ୟମାନେ ପ୍ଲାଷ୍ଟିକ୍ ସର୍ଜରୀ ପ୍ରତି ରହିଥିବା ଲଜ୍ଜା ଠାରୁ ଦୂରେଇ ରହିବେ।

