23.3 C
Odisha
Friday, March 6, 2026

କୃଷ୍ଣଙ୍କୁ ପୂଜା କରୁଛନ୍ତି ମୁସଲିମ ମହିଳା

କୁହାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯସୋଦା, ଭକ୍ତ ସୁଦାମ ହୁଅନ୍ତୁ କି ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇଦେଇଥିଲେ । କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଓ ଲୀଳା ସ୍ଥାନ ବୃନ୍ଦାବନ ସମଗ୍ର ଦେଶ ତଥା ବିଶ୍ୱରେ ଆଧ୍ୟାତ୍ମିକତା, ଭକ୍ତି ଏବଂ ପ୍ରେମ ରୂପରେ ନିଜର ପ୍ରମୁଖ ସ୍ଥାନ ଅଧିକାର କରିଛି । ସେଥିପାଇଁ ଏହି ସହରରେ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତଙ୍କୁ ଦେଖିବାକୁ ପାଇବେ । ଏହି ଭକ୍ତମାନେ ବିଭିନ୍ନ ଧର୍ମ ରହିଥାନ୍ତି । ଏହିପରି ଜଣେ ମୁସଲମାନ ଭକ୍ତ ତାଙ୍କ ଘର ଏବଂ ପରିବାର ଛାଡି ବୃନ୍ଦାବନରେ କାହ୍ନାଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

ଶବନମ୍ ଉତ୍ତରପ୍ରଦେଶ ର ମୋରାଡାବାଦର ଜିଗର କଲୋନୀ ନିବାସୀ ଇକ୍ରାମ ହୁସେନଙ୍କ ଝିଅ। ଇକ୍ରାମ ହୁସେନ୍ ବାସନ ଏବଂ ପିତ୍ତଳ ମୂର୍ତ୍ତି ତିଆରି କରନ୍ତି । ତାଙ୍କ ଝିଅ ଶବନମ ଆରମ୍ଭରୁ ହିନ୍ଦୁ ଦେବତା ଏବଂ ଦେବୀଙ୍କ ପ୍ରତି ବହୁତ ଆକର୍ଷିତ ଥିଲେ । ଏହି କାରଣରୁ, କୃଷ୍ଣଙ୍କ ପ୍ରେମ ତାଙ୍କୁ ବ୍ରଜଭୂମି ଆଡକୁ ଟାଣି ନେଇଥିଲା । ୪ ମାସ ପୂର୍ବେ ସେ ହାତରେ ଲଡୁ ଗୋପାଳଙ୍କୁ ଧରି ବୃନ୍ଦାବନ ଧାମକୁ ଯାଇଥିଲେ । ଏଠାରେ ସେ ଗୋବର୍ଦ୍ଧନ ପାରିକ୍ରମା ମାର୍ଗରେ ଅବସ୍ଥିତ ଗୋପାଳ ଆଶ୍ରମରେ ତାଙ୍କୁ ଏକ ସ୍ଥାନ ମିଳି ଯାଇଥିଲା ଓ ଏବେ ଶବନମ ନିଜ ଜୀବନକୁ ଭଗବାନଙ୍କ ନିକଟରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି।

୨୦୦୦ ମସିହାରେ, ଶବନମ୍ ଦିଲ୍ଲୀର ଶାହଦରା ନିବାସୀ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ମାତ୍ର ୨୦୦୫ ମସିହାରେ ବିବାହର ୫ ବର୍ଷ ପରେ ଶବନମଙ୍କର ଛାଡପତ୍ର ହୋଇଥିଲା । ଏହା ପରେ ସେ ତାଙ୍କ ପିତା ଇକ୍ରାମଙ୍କ ସହ ଘରକୁ ଫେରି ଆସିଥିଲେ। ତାଙ୍କ ପରିବାରର ଚାରି ଭାଇଭଉଣୀଙ୍କ ମଧ୍ୟରୁ ଶବନମ ହେଉଛନ୍ତି ତୃତୀୟ। ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଶବନମ୍ ପରିବାର ଛାଡି ଦିଲ୍ଲୀରେ ରହିବାକୁ ଲାଗିଲେ । ତା’ପରେ ସେ କିଛି ଦିନ ଏକ ଘରୋଇ କମ୍ପାନୀରେ କାମ କଲେ । ଏହା ପରେ ଶବନମ୍ କିଛି ମାସ ପାଇଁ ଲେଡି ବାଉନ୍ସର୍ ଭାବରେ ମଧ୍ୟ କାର‌୍ୟ୍ୟ କରିଥିଲେ ।

ଭଗବାନ କୃଷ୍ଣଙ୍କର ଭକ୍ତ ଶବନମ୍ କହିଛନ୍ତି ଯେ, ସେ ତାଙ୍କ ପରିବାର ସହିତ ସମ୍ପର୍କ କାଟି ଦେଇଛନ୍ତି। ବର୍ତ୍ତମାନ ତାଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କ ସହ କୌଣସି କଥାବାର୍ତ୍ତା ନାହିଁ । ଶବନମ୍ ତାଙ୍କ ଲଡୁ ଗୋପାଳଙ୍କୁ ସାଙ୍ଗରେ ନେଇ ନିଜ ହିସାବରେ ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ଏପର‌୍ୟ୍ୟନ୍ତ ହୋଇପାରି ନାହିଁ । ସେ ତାଙ୍କ ମା’ଙ୍କ ଘରେ ଅଧିକ ସମୟ ରହିପାରିଲେ ନାହିଁ । ସେହି ସମୟରେ ଶବନମ୍ ଏକ ଘରୋଇ କମ୍ପାନୀରେ ଚାକିରି ମଧ୍ୟ ପାଇଥିଲେ। ସେ କିଛି ମାସ ପାଇଁ ଲେଡି ବାଉନ୍ସର୍ ଭାବରେ କାର‌୍ୟ୍ୟ କରିଥିଲେ, କିନ୍ତୁ ଚାକିରି ପସନ୍ଦ ଆସିଲା ନାହିଁ। ସେ ଇଶ୍ୱରଙ୍କ ଭକ୍ତିରେ ଲୀନ ରହିବାକୁ ଚାହୁଁଥିଲେ । ଶବନମ୍ ତାଙ୍କ ନାମ ମୀରାକୁ ପରିବର୍ତ୍ତନ କରିଛନ୍ତି । ସେ ମଧ୍ୟ ତାଙ୍କ ନାମ ମୀରା ଡକ୍ୟୁମେଣ୍ଟରେ ରଖିବାକୁ ଚାହୁଁଛନ୍ତି । କିନ୍ତୁ, ଏପର‌୍ୟ୍ୟନ୍ତ ଏହା ହୋଇନାହିଁ । ସେ ବିଶ୍ୱାସ ରଖିଛନ୍ତି ଯେ ଦିନେ ନା ଦିନେ ଏହା ହେବ । ସେ କହିଛନ୍ତି ଯେ ସେ ସାରା ଜୀବନ କୃଷ୍ଣଙ୍କ ଭକ୍ତିରେ ବିତାଇବାକୁ ଚାହୁଁଛନ୍ତି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ