୨୬ ଜୁଲାଇ ୨୦୨୩ରେ ଭାରତ ନିଜର ୨୪ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଦିନଟି ସେହି ଭାରତୀୟ ବୀର ଯବାନଙ୍କ ସାହାସକୁ ମନେପକାଇବାର ଦିନ । ଯ୍ଖଶ କାରିଗିଲ ଯୁଦ୍ଧରେ ପାକିସ୍ତାନ ଫୌ÷ଜକୁ ବିଧ୍ୱଂସ କରିଥିଲେ । ଏତିସହତି ୨୬ ଜୁଲାଇ ୧୯୯୯ରେ ଦୁର୍ଗମ ପାହାଡିଆ ଇଲାକାରେ ଫରଫର କରି ଉଡାଇଥିଲେ ତ୍ରିରଙ୍ଗା ।
ଭାରତ ଓ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ପ୍ରାୟ ୬୦ ଦିନ ଧରି ଚାଲିଥିଲା । ଏହି ଯୁଦ୍ଧରେ ପ୍ରାୟ ୨ ଲକ୍ଷ ସୈନିକ ସାମିଲ ହୋଇଥିଲେ । ଶହ ଶହ ଶତ୍ରୁ ସୈନିକ ଲୁଚିଥିଲେ ବରଫାଚ୍ଛନ୍ନ ଅଂଚଳରେ । ପ୍ରାୟ ୨ ଲକ୍ଷ ୫୦ ହଜାର ଗୁଳି, ବୋମା ଓ ରକେଟ ବ୍ୟବହାର ହୋଇଥିଲା ।
କୁହାଯାଏ କି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ଏକମାତ୍ର ଯୁଦ୍ଧ ଥିଲା, ଯେଉଁଥିରେ ଶତ୍ରୁ ସୈନିକ ଉପରେ ଏତବଡ ସଂଖ୍ୟାରେ ହୋଇଥିଲା ବୋମାବର୍ଷଣ । ଏହି ଲଢେଇରେ ପ୍ରାୟ ୫୨୭ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ।
ଏ ଦଋ୍ୟକୁ ମନେ ପକାଇଲେ ମନେ ହୁଏ ଆଜି ବି ନିଜ କାହାଣୀ ବଖାଣୁଛି ସେହି କାର୍ଗିଲ ମାଟି ।
ଆଜି ବି କାର୍ଗିଲ ମାଟି କୁହେ, ୧୯୯୯ ର ସେ ଶୀତ ପୂର୍ବ ଶୀତ ଠାରୁ ଥିଲା ଖୁବ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ଅନେକ ଅଜଣା ଚେହେରା ମାଡି ଆସୁଥିଲେ । ସେମାନଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ର ଶସ୍ତ୍ର ଏବଂ କାନ୍ଧରେ ଥିଲା ଭାରୀ ଓଜନର ବ୍ୟାଗ୍ । ଭୟଙ୍କର ଦେଖାଯାଉଥିବା ଏହି ଅଜଣା ଚେହେରାଗୁଡିକ କାର୍ଗିଲ ଶିଖରରେ ରହିବାକୁ ଗୋଟିଏ ପରେ ଗୋଟିଏ କଷ୍ଟଦାୟକ ବ୍ୟବସ୍ଥା କରୁଥିଲେ । ସେମାନଙ୍କ ବ୍ୟବସ୍ଥାରେ ଯେପରି କିଛି ଅସୁବିଧା ନ ଆସୁ ସେଥିପାଇଁ ଚାରିଆଡେ ରକେଟ୍ ଲଞ୍ଚର ପରି ଅନେକ ହତିଆର ଜମା କରି ଦିଆଯାଇଥିଲା ।
ଏସବୁକୁ ଭାବିଲେ ଏମିତି ଲାଗୁଛି, ବୋଧେ କାର୍ଗିଲ ମାଟି ନିଜେ ବି ଜାଣିପାରୁନଥିବ ସେଦିନ ତା ମାଟିକେ କଣ ସବୁ ଘଟିବାକୁ ଯାଉଛି ।
ଅଘଟଣ ଆଡକୁ ଇସାରା ଦେଉଥିବା ବାଦଲର ହଲଚଲ ଏବଂ ମନରେ ଉଙ୍କି ମାରୁଥିବା ଏହି ଦ୍ୱନ୍ଦ୍ୱ ଭିତରେ କେବେ ଯେ ଶୀତ ଚାଲିଗଲା ତାହା ଜଣା ପଡିନଥିଲା । ସୂର୍ୟ୍ୟର ବଢୁଥିବା ଉତ୍ତାପ ସହିତ କାର୍ଗିଲରେ ଥିବା ବରଫର ଚାଦର ଧିରେ ଧିରେ ତରଳିବାକୁ ଲାଗୁଥିଲା । ଯାହାକୁ ଆଜି ଭୁଲିପାରିନି କାର୍ଗିଲ । ୧୯୯୯ ମସିହା ମେ ୩ ତାରିଖ ଏହି ଅଜଣା ଚେହେରାକୁ ଖୋଜିବା ପାଇଁ କ୍ୟାପଟେନ୍ ସୌରଭ କାଳିଆଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ଦଳ । ଯାହାଙ୍କୁ ଭଞ୍ଜୁ ଟାପୁକୁ ପଠାଯାଇଥିଲା ।
ଏକ ନିର୍ଦ୍ଦିଷ୍ଟ ଦୂରତାରେ ପହଞ୍ଚିବା ପରେ କ୍ୟାପଟେନ୍ ସୌରଭ କାଳିଆ ଏହି ଅଜଣା ଚେହେରା ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲେ । ଏହି ଚେହେରାକୁ ଦେଖିବା ପରେ କ୍ୟାପଟେନ ବୁଝି ଯାଇଥିଲେ କି ଏମାନେ ହେଉଛନ୍ତି ପାକିସ୍ତାନର ଅନୁପ୍ରବେଶକାରୀ । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ । ଯାହା ଶେଷ ହୋଇଥିଲା ୨୬ ଜୁଲାଇ ୧୯୯୯ରେ ।


