19 C
Odisha
Saturday, March 7, 2026

ଧରିତ୍ରୀକୁ ଏଲିଅନ ଆସିଲେ କଣ ହେବ ?

ଦର୍ଶକ ବନ୍ଧୁ ୨୦୨୩ରେ ଏମିତି ଅନେକ ଘଟଣା ଘଟିଛି, ଯେଉଁଠି ଚର୍ଚ୍ଚା ହୋଇଛି ଏଲିଅନମାନଙ୍କୁ ନେଇ । ଏମିତିରେ ପୂର୍ବରୁ ଆପଣ ଏଲିଅନଙ୍କ ବିଷୟରେ ଶୁଣିଥିବେ ଏବଂ ଅନେକ ଥର ଫିଲ୍ମରେ ବି ଦେଖିଥିବେ । ଏଲିଅନଙ୍କ ବିଷୟରେ କିଛି ନୂଆ କଥା ଜାଣିବାକୁ ମନରେ ଇଛା ସବୁବେଳେ ରୁହେ । ବିଶ୍ବର ଅନେକ ବୈଜ୍ଞାନିକ ଏମାନଙ୍କୁ ନେଇ ଅନେକ ଗବେଷଣା ଏବେ ବି ଜାରି ରଖିଛନ୍ତି । ତେବେ ୨୦୨୩ ବର୍ଷର ଆରମ୍ଭ କଥା ଯଦି ଦେଖିବା, ତେବେ ଆମେରିକା ଆକାଶରେ ୪ଟି ରହସ୍ୟମୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ଆମେରିକା ରାଷ୍ଟ୍ରପତିଙ୍କ ଆଦେଶରେ ଏଫ୍ -୧୬ ବିମାନ ମିଶାଇଲ ଦ୍ଵାରା ଏହାକୁ କରାଯାଇଥିଲା ଧ୍ବଂସ ।
ଏହାର କିଛି ଦିନ ପରେ ସାମ୍ନାକୁ ଆସିଥିଲା ଆଉ ଏକ ଘଟଣା । ନାଭି ପାଇଲଟଙ୍କ ୟୁଏଫଓ କଣ୍ଟାକ୍ଟ ରୁ ଲିକ ହୋଇଥିବା ଫୁଟେଜ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା ।
ତେବେ ଏତିକିରେ ଥମି ନଥିଲା ଚର୍ଚ୍ଚା । ଜୁନ ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା କି, ଆମେରିକା ସରକାରଙ୍କ ଏକ ଗୁଇନ୍ଦା ଏଜେନ୍ସୀ ୟୁଏଫଓ ସହ ଜଡ଼ିତ ସମସ୍ତ ତଥ୍ୟ ସଂଗ୍ରହ କରୁଚି ।
ହେଲେ ଦର୍ଶକବନ୍ଧୁ ଏତେ ସବୁ ଚର୍ଚ୍ଚା ଯୁକ୍ତି ଭିତରେ ଆପଣ କେବେ ଭାବିଛନ୍ତି କି, ଯଦି ମଣିଷ ଏଲିଅନ ମାନଙ୍କ ସହ ଭେଟ ହୁଏ ତାହେଲେ ଅବସ୍ଥା କଣ ହେବ ?

ଦେଖିବାକୁ ଗଲେ, ପୃଥିବୀ ବାହାରେ ଯଦି କୌଣସି ଜୀବନ ବ୍ୟାକ୍ଟେରିଆ ରୂପରେ ବି ଥିବ, ତେବେ ତାକୁ ବି କୁହାଯିବ ଏଲିଅନ । ହେଲେ ଏଠି ଆମେ ସେହି ଅଲୌକିକ ଜୀବନ ବିଷୟରେ କହୁଚୁ, ଯିଏ ମଣିଷ ଭଳି ସବୁ ବୁଝୁଥିବେ । ବିଶେଷଜ୍ଞଙ୍କ କହିବା ହିସାବରେ, ଯଦି ଏମିତି ହୁଏ, ମଣିଷ କୁ ଦେଖିବାକୁ ମିଳିପାରେ ଐତିହାସିକ ପରିବର୍ତ୍ତନ । ଏହା ଉପରେ ଗବେଷଣା କରୁଥିବା ଏକ ସଂସ୍ଥା କହିଛି ଯେ, ଏଲିଅନଙ୍କ ସହ ଦେଖା ହେବା ଠିକ୍ ସେମିତି ରହିବ, ଯେମିତି ପୂର୍ବରୁ କିଛି ମଣିଷ ସଂସ୍କୃତି ନିଜ ଭିତରେ ମିଶୁଥିଲେ।
ତେବେ ସଂପୃକ୍ତ ସଂସ୍ଥା ଅନେକ ବର୍ଷ ପୂର୍ବରୁ ମନୁଷ୍ୟ ସଂସ୍କୃତି ସମ୍ପର୍କର ଅଧ୍ୟୟନ କରିଛନ୍ତି । ଏଥିରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫ୍ରିକା ଓ ଆମେରିକାରେ ଦୁଇଟି ସଂସ୍କୃତି ମିଶୁଥିବା ଦେଖା ଯାଇଥିଲା । ଅନେକ ହିଂସା ହେବା ସହ ବ୍ୟାପିଥିଲା ମହାମାରୀ ।
ଏବେ ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ଯଦି ବି ଏଲିଅନ ଦେଖା ହେଉଛନ୍ତି, ତାହେଲେ ସମ୍ପର୍କ କିଏ କରିବ ? ଗବେଷଣା କରୁଥିବା ଗ୍ରୁପ କହିଛି କି, ଏଲିଅନଙ୍କ ସହ ସିଧା କଣ୍ଟାକ୍ଟ ମିଲେଟ୍ରି, କର୍ପୋରେଟ ଓ ବୈଜ୍ଞାନିକ କରିବେ ।
ଏମିତିରେ ନାସା ଅନ୍ତରୀକ୍ଷ କୁ ସିଗନାଲ ପଠାଇଥାଏ ।
ତେବେ ସେମାନଙ୍କ ମତରେ ଏଲିଅନଙ୍କ ସହ ଦେଖା ହେବା ପାଇଁ କେବେ ବି ମନରେ ଉତ୍ସାହ ଆଣିବା ଉଚିତ୍ ନୁହେଁ । କାରଣ ଯଦି କୌଣସି ସଭ୍ୟତା ଅନ୍ତରୀକ୍ଷରୁ ଧରିତ୍ରୀ ଆସେ, ତେବେ ନିହାତି ଭାବେ ସେମାନେ ମଣିଷ ଠାରୁ ଅଧିକ ଉନ୍ନତ ଥିବେ । ସେମାନଙ୍କ ଆଗମନ ବିପଦର କାରଣ ହୋଇପାରେ । କ୍ରିଷ୍ଟୋଫର କୋଲମ୍ବସ ଯେତେବେଳେ ପ୍ରଥମଥର ୟୁରୋପ ରୁ ଆମେରିକା ଯାଇଥିଲେ, ସେଠିକାର ଲୋକଙ୍କୁ ମାରିଥିଲେ ଏବଂ କରିଥିଲେ ଗୁଲାମ। ଯଦି ଏଲିଅନ ଧରିତ୍ରୀ କୁ ଆସନ୍ତି ସେମାନେ ବି କିଛି ଏମିତି କରିପାରନ୍ତି ।
ତେବେ ଦର୍ଶକ ବନ୍ଧୁ, ଏଲିଅନ ଙ୍କୁ ନେଇ ଆପଣ ଙ୍କୁ କଣ ଲାଗୁଚି, ତାଙ୍କ ସହ ମଣିଷ ର କେବେ ଦେଖା ହେବ କି ନାହିଁ, ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ