23.3 C
Odisha
Friday, March 6, 2026

ମୋଦିଙ୍କ ସହ ସେଲଫି

ଅଭିନେତା ଆର ମାଧବନ ତାଙ୍କର ଆଗାମୀ ଫିଲ୍ମ ‘ଟେଷ୍ଟ’ ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ କରିଥିବା ମଧ୍ୟ ସେ କହିଥିଲେ । ନିକଟରେ ପ୍ୟାରିସରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍ରନଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜିରେ ମାଧବନ ଯୋଗ ଦେଇଥିଲେ। ଆଉ ଏହାର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି କିଛି ଫଟୋ ଏବଂ ଉଭୟ ନେତାଙ୍କୁ ପ୍ରଶଂସା କରି ଏକ ଲମ୍ବା ନୋଟ ମଧ୍ୟ ଲେଖିଛନ୍ତି ।
ମାଧବନ କହିଛନ୍ତି, ଆମର ପରସ୍ପର ପ୍ରତି ସମାନ ସକାରାତ୍ମକତା ଏବଂ ସମ୍ମାନ ରହିବା ଉଚିତ୍‌। ରାଷ୍ଟ୍ରପତି ମାକ୍ରନ ଉତ୍ସାହର ସହିତ ଆମ ସହ ଏକ ସେଲଫି ନେଇଥିଲେ।
ମାଧବନ ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଅନ୍ୟମାନଙ୍କ ସହ ଏକ ଟେବୁଲରେ ବସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାତ ମିଳାଇଥିଲେ। ଯାହାର ଫଟୋ ଆପଣ ଦେଖି ପାରୁଥିବେ ।

ତେବେ କହିରଖିବୁ କି, ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ଘଟିଥିବା ଅନେକ ପ୍ରସଙ୍ଗ କୁ ନେଇ ସବୁଠି ଚର୍ଚ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ ଅଫ୍ ଦି ଲିଜିଅନ୍ ଅଫ୍ ଅନର’ ପ୍ରଦାନ କରାଯିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ୟାରିସରେ ବଲିଉଡ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ହେଉଛି ଖୁବ ଭାଇରାଲ ।

ଆପଣ ଦେଖିପାରୁଥିବେ, ଦୁହେଁ ପରସ୍ପରର ହାତ ଧରିଥିବା ବେଳେ ପାଖରେ ଫ୍ରାନ୍ସ ରା‌ଷ୍ଟ୍ରପତି ଇମାନୁ‌ଏଲ ମାକ୍ରନ ବସିଥିବା ଦେଖାଯାଇଛି। ୩ଜଣକର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଫଟୋଟି ଇମାନୁ‌ଏଲ ମାକ୍ରନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆୟୋଜନ କରିଥିବା ରାତ୍ର ଭୋଜନର। ଏହି ରାତ୍ର ଭୋଜନରେ ଅନେକ ବଡ଼ ବଡ଼ ନେତାଙ୍କ ସହ ଅଭିନେତା ଆର ମାଧବନ ଓ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟିର କିଛି ଫଟୋ ଏବେ ଆର ମାଧବନ ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି। ଅନ୍ୟପକ୍ଷ‌ରେ, ରାତ୍ର ଭୋଜନରେ ଫ୍ରାନ୍ସର କଣ୍ଠଶିଳ୍ପୀମାନେ ଏଆର ରେହମାନଙ୍କ ଜୟ ହୋ ଗୀତ ଗାଇଥିବା ଦେଖାଯାଇଥିଲା, ଯାହର ଭିଡିଓ ଏବେ ଭାଇରାଲ ହେଉଛି।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ