22.6 C
Odisha
Friday, October 31, 2025

ମଝି ଆକାଶରୁ ‘ଚନ୍ଦ୍ରଯାନ-୩’ର ଦୃଶ୍ୟ

‘ଚନ୍ଦ୍ରଯାନ ୩’ ଲଞ୍ଚ ହେବା ହେଉଛି ଏକ ଐତିହାସିକ ଘଟଣା । ଚନ୍ଦ୍ରକୁ ପଠାଯାଇଥିବା ଇସ୍ରୋର ଏହି ମିଶନ କୁ ପୃଥିବୀ ବ୍ୟତୀତ ଫ୍ଲାଇଟ ରେ ବସିଥିବା ଯାତ୍ରୀ ବି ଦେଖିଛନ୍ତି । ଏଭଳି ସୁନ୍ଦର ଦୃଶ୍ୟ କୁ ଅନେକ ଲୋକେ ପ୍ଲେନ ର ଉଇଣ୍ଡୋ ରୁ ନିଜ କ୍ୟାମେରା ଫ୍ରେମ ରେ କଏଦ କରିଛନ୍ତି । ଚେନ୍ନାଇ ରୁ ଢାକା ଯାଉଥିବା ପ୍ଲେନ ଉଇଣ୍ଡୋ ରୁ ଉଠାଯାଇଥିବା ଚନ୍ଦ୍ରଯାନ ୩ ର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଯାହାକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ୟୁଜର । ବାସ୍ତବରେ ଦେଖିବାକୁ ଭାରତ ଚନ୍ଦ୍ରଯାନ ୩ ଲଞ୍ଚ କରିବା ପ୍ରତି ଭାରତୀୟ ପାଇଁ କେତେ ଗର୍ବର କଥା । ତେବେ ସେ ଯାହା ବି ହେଉ ଆକାଶ ମଝିରୁ ଏ ଦୃଶ୍ୟ ଦେଖି ମନ ରେ ଗର୍ବର ଏକ ଭିନ୍ନ ଅନୁଭୂତି ସାଉଁଟିଥିଲେ ବିମାନ ଯାତ୍ରୀ ।

ଜୁଲାଇ ୧୪ରେ ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇତିହାସ ରଚିଛି ଇସ୍ରୋ । ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ର ସଫଳତାର ସହ ଉତକ୍ଷେପଣରେ ଏବେ ଗର୍ବିତ ସାରା ଦେଶ । ସବୁ କିଛି ଠିକ୍ ରହିଲେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ନଜରପକାନ୍ତୁ ଏହି ଦୃଶ୍ୟ ଉପରେ । ବିମାନରେ ବସିଥିବା ଜଣେ ଯାତ୍ରୀ ଅଧା ଆକାଶରୁ ଚନ୍ଦ୍ରଯାନ-୩ର ଉତକ୍ଷେପଣକୁ ଦେଖୁଛନ୍ତି । ହୁଏତ ସେ କେବେ ବି ସ୍ବପ୍ନ ରେ ଭାବି ନଥିବେ କି ଦିନେ ଏମିତି ଦୃଶ୍ୟ ବି ସେ ରେକର୍ଡ କରିବାର ସୌଭାଗ୍ୟ ଆର୍ଜିବେ । ତା ପୁଣି ମଝି ଆକାଶରୁ ।

ମଝି ଆକାଶରେ ବିମାନ ସାମନାରେ ଉଡାଣଭରୁଥିବା ଚନ୍ଦ୍ରଯାନ-୩କୁ ଦେଖି ଯାତ୍ରୀ ଜଣଙ୍କ ଜଣେ ନିଜ କ୍ୟାମେରାରେ ଏହାକୁ ଏକଦ କରିଥିଲେ । ବ୍ୟକ୍ତି ଜଣଙ୍କ ଟ୍ଵିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି । ସତୀଶ ଧାୱାନ ସ୍ପେସ ସେଣ୍ଟରରୁ ଏଲଭିଏମ-ଏମ ରକେଟରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ପଠାଯାଇଛି । ଚନ୍ଦ୍ରଯାନ ନିଜ ଗନ୍ତବ୍ୟସ୍ଥଳ ଆଡକୁ ବଢିବା ବେଳେ ଚେନ୍ନାଇରୁ ଢାକା ଅଭିମୁଖେ ଉଡାଣ ଭରୁଥୁବା ଇଣ୍ଡିଗୋ ମଧ୍ୟ ଆକାଶରେ ଥିଲା । ଚନ୍ଦ୍ରଯାନ-୩କୁ ଆକାଶରେ ଦେଖିୁବା ପରେ ଫ୍ଲାଇଟର ପାଇଲଟ୍ ଯାତ୍ରୀଙ୍କୁ କହିଥିଲେ ଯେ ଆପଣଙ୍କ ବାମ ପଟେ ଇତିହାସ ରଚାଯାଉଛି । ଏହାପରେ ଏହି ସୁଯୋଗକୁ ହାତଛଡା କରିନଥିଲେ କୌଣସି ଯାତ୍ରୀ । ତୁରନ୍ତ ସେମାନେ ଏହି ଐତିହାସିକ ମୁହୂର୍ତ୍ତର ଭିଡିଓ ରେକର୍ଡ କରିଥିଲେ । ଝରକା ପାଖ ସିଟରେ ବସିଥିବା ଜଣେ ଯାତ୍ରୀ ଏହି ଐତିହାସିକ ମୁହୂର୍ତ୍ତକୁ ନିଜ ଫୋନରେ କଏଦ କରିଥିଲେ । ଚନ୍ଦ୍ରଯାନ-୩ ଭାରତ ପୃଷ୍ଠରୁ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପାଇଁ ସମୟ ଲାଗିବ । ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ରୁହେ ତେବେ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରରେ ସଙ୍ଗେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଏହା ପୂର୍ବରୁ ସେ ଚନ୍ଦ୍ରର ଚାରିପଟେ ୪୧ ଦିନ ଯାଏ ପରିକ୍ରମା କରିବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ