33.6 C
Odisha
Saturday, March 7, 2026

ମାଛ ଓ ମଟନ ଖାଉଥିଲେ ବିବେକାନନ୍ଦ

ଭାରତର ପାରମ୍ପରିକ ଜ୍ଞାନ, ଧର୍ମ ଓ ଆଧ୍ୟାତ୍ମ ପ୍ରଚାର କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ନିଧନ ହୋଇଥିଲା ୧୯୦୨ ମସିହା ଜୁଲାଇ ୪ ତାରିଖ, ପଶ୍ଚିମବଙ୍ଗର ବେଲୁର ମଠରେ । ଧ୍ୟାନମୁଦ୍ରାରେ ଥାଇ ସେ ଶେଷ ନିସ୍ୱାସ ତ୍ୟାଗ କରିଥିଲେ । ତାଙ୍କ ଜୀବନ ଲୀଳା ଯେତେବେଲେ ସେଷ ହେଲା ତାଙ୍କୁ ହୋଇଥିଲା ମାତ୍ର ୩୯ ବର୍ଷ ବୟସ । ଅବଶ୍ୟ ଭାରତୀୟ ସଂସ୍କୃତିକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବାର ଶ୍ରୟ କେବଳ ।ଉ କେବଳ ସ୍ୱାମୀ ବିବେକାନନ୍ଦଙ୍କୁ ଦିଆଯାଇପାରିବନି । ହେଲେ ଭାରତୀୟ ସଂସ୍କୃତିକୁ ଯେଉଁ ସମ୍ମାନ ଆଜି ପୁରା ଦୁନିଆରେ ଅଛି, ତାର ପ୍ରଥମ ଅଧ୍ୟାୟ ରଚନା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିବେକାନନ୍ଦଙ୍କ ନାମ ନିଶ୍ଚିତ ଭାବେ ସାମିଲ କରାଯାଇପାରେ । ସେବେଠୁ ଆରମ୍ଭ କରି ବର୍ତମାନ ଯାଏଁ ଯୁବପିଢୀଙ୍କ ପାଇଁ ପ୍ରେରଣାର ସ୍ରୋତ ହେଉଛନ୍ତି ବିବେକାନନ୍ଦ । ଚାଲନ୍ତୁ ଜାଣିବା ବିବେକାନନ୍ଦଙ୍କ ଜୀବନରେ ଏକ ଖାସ୍ ସମୟ ଉପରେ ।
ତେବେ ଜଣାଇଦେବାକୁ ଚାହିଁବୁ ଯେ, ବହୁତ ଖାଦ୍ୟ ପ୍ରିୟ ଥିଲେ ସ୍ୱାମୀ ବିବେକାନନ୍ଦ । ସମଗ୍ର ବିଶ୍ୱ ଆଜି ତାଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାକୁ ସ୍ମରଣ କରେ । ହେଲେ ହୁଏତ ବହୁତ କମ ଲୋକେ ଜାଣିଥିବେ କି, ବିବେକାନନ୍ଦଙ୍କୁ ଖାଇବା ଓ ରୋଷେଇ କରିବାର ସଉକ ଥିଲା । ଗେରୁଆ ବସ୍ତ୍ର ପରିଧାନ କଲେ ବି ସେ ଖାୁଥିଲେ ନନଭେଜ୍ । ଆନନ୍ଦ ସହକାରେ ମାଛ ଓ ମଟନ ସେ କାୁଥିଲେ । ଜଣାଶୁଣା ବଙ୍ଗାଳୀ ଉପନ୍ୟାସକାଲ ଶଙ୍କର ୨୦୦୩ ମସିହାରେ ବିବେକାନନ୍ଦଙ୍କ ଜୀବନ ଉପରେ ଏକ ପୁସ୍ତକ ଆଚେନା ଅଜନା ବିବେକାନନ୍ଦ ଲେଖିଥିଲେ । ଯେଉଁଥିରେ ଏ କଥାର ପ୍ରମାଣ ମିଳେ ।
ରୋଚକ କଥା ଏହା ଯେ, ଶାକାହାରୀ ନଥିଲେ ବିବେକାନନ୍ଦ । ମାଛ, ମଟନ ଖାଉଥିଲେ ବିବେକାନନ୍ଦ । ମୂଳଭାବରେ ବଙ୍ଗାଳୀ ପରିବାର କାୟସ୍ଥ ସଂପ୍ରଦାୟରୁ ସେ ଥିଲେ । ଘରେ ମଧ୍ୟ ସମସ୍ତେ ଖାଉଥିଲେ ଆମିଷ । ଏହି କାରଣରୁ ଏଥିରେ ଚକିତ ହେବାର କିଛି କଥା ନାହିଁ । ଏମିତିକି ରାମକୃଷ୍ଣ ମିଶନ ଯେଉଁଠି ଶାକାହାରୀ ଖାଇବା ପରଷା ଯାୁଥିଲା, ସେଠାରେ ଏମିତି କରାଯିବା ପରମ୍ପରା ନତିଲା ବାଧ୍ୟତାମୂଳକ । କିଭଳି ଖାଦ୍ୟ ପରଷା ଯିବ, ଏହି ନିର୍ଣ୍ଣୟ ଭିନ୍ନ ଭିନ୍ନ କେନ୍ଦ୍ର ଉପରେ ଛାଡି ଦିଆଯାଉଥିଲା । ଏ ସଂକ୍ରାନ୍ତରେ ବିବେକାନନ୍ଦ ଲେଖିଛନ୍ତି, ମୋର ଗୁରୁ ଥିଲେ ଶାକାହାରୀ । ହେଲେ ଯଦି ତାଙ୍କୁ ଦେବୀଙ୍କୁ ଚଢାଯାଇଥିବା ମାଂସ ଦିଆଯାଏ, ତାହେଲେ ସେ ତାକୁ ମୁଣ୍ଡରେ ଲଗାଉଥିଲେ । କାହାର ପ୍ରାଣ ନେବା ନିଶ୍ଚିତ ଭାବରେ ପାପ । ହେଲେ ରୟାସନ ଶାସ୍ତ୍ର ହିସାବରେ, ଲମ୍ବା ସମମୟ ଯାଏଁ ମାନବ ଶରୀର ପାଇଁ ଭଲ ନୁହେଁ । ସେଥିପାଇଁ ମାଂସ ଖାଇବା ବ୍ୟତୀତ ଆଉ କିଛି ଉପାୟ ବି ନାହିଁ । ଭାରତୀୟଙ୍କୁ ଶକ୍ତିଶାଳୀ ବନାଇବା ପାଇଁ ମାଂସ ଜରୁରୀ ବୋଲି ତାଙ୍କର ମତ ଥିଲା ।
ତେବେ କୁହାଯାଏ ଯବାବସ୍ଥାରେ ବିବେକାନନ୍ଦ ଏକ ଗ୍ରୀଡୀ କ୍ଲବ ଚାୁଥିଲେ । ସେଟାରେ ଖାଦ୍ୟ ରୋଷେଇ ସଂକ୍ରାନ୍ତରେ କରୁତିଲେ ଗବେଷଣା । ଫ୍ରେଂଚ ରୋଷେଇ କରିବାର ବହି ଆଣିଥିଲେ ଏବଂ ନୂଆ ନୂଆ ।ଇଟମ କରିବାକୁ ଚେଷ୍ଟା କରୁଥିଲେ ।
ସ୍ୱାମୀ ବିବେକାନନ୍ଦ ଯେତେବେଲେ ବିଦେଶ ଯାଉଥିଲେ, ତାଙ୍କ ଭିତରେ ଭିନ୍ନ ଭିନ୍ନ ପ୍ରକାରର ଚା ପିଇବା ଅଭ୍ୟାସ ସୃଷ୍ଟି ହୋଇଥିଲା । ବିଦେଶ ମାଟିରେ ଲୋକେ ଖାଉଥିବା ଖାଦ୍ୟପାନ ଉପରେ ସେ ନଜର ରଖୁଥିଲେ । ବିଦେଶ ଯାତ୍ରା ବେଳେ ସେ ଭାରତୀୟ ବ୍ୟଂଜନର ବିକଳ୍ପ ବି ବାଛିଥିଲେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ