ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଅନେକପ୍ରକାର ଭିଡିଓ ଭାଇରାଲ ହୁଏ । ଯାହାକୁ ଲୋକେ ବହୁତ ପସନ୍ଦ କରନ୍ତି । ଯଦି କାହାକୁ ରାତାରାତି ଷ୍ଟାର ବନ୍ଧଶ, ତାହା ହେଲା ସୋସିଆଲ ମିଡିଆ ଏବଂ ଯଦି କିଛି ଦୃଶ୍ୟ ଭାଇରାଲ ହେଲା ତାର କାରଣ ବି ଏଇ ସୋସିଆଲ ମିଡିଆରେ । ଏଠି କେତେବେଳେ ଯେ କଣ ଭାଇରାଲ ହେବ ତାହା କହିହେବ ନାହିଁ । ଅଜବଗଜବ ଭିଡିଓ ଦେଖି ମନ ଆନ୍ଦୋଳିତ ହୁଏ । ଅନେକ ସମୟରେ ଦେଶୀ ଯୁଗାଡର ଭିଡିଓ ବି ଆପଣ ଇଂଟରନେଟ ପ୍ଲାଟଫର୍ମରେ ଦେଖିଥିବେ ।
ତେବେ ଆପଣ ତ ନିହାତି ଭାବରେ ଘଟିଆର ନାଁ ଶୁଣିଥିବେ । ଶୁଣିଥିଲେ ବି ଅନେକଙ୍କ ଘରେ ନଥାଏ । ବିଶେଷ କରି ସହରରେ । ଗାଁ ମାନଙ୍କରେ ଖଟିଆ ବେଶିମାତ୍ରାରେ ବ୍ୟବହାର ହୁଏ । ଯାହାଉପରେ ଲୋକେ ଆରାମରେ ବସନ୍ତି କିମ୍ବା ଶୁଅନ୍ତି । ପୁରୁଣା ଯୁଗର ଖଟିଆ ଏବେ ଲୋକଙ୍କ ମନରୁ ଲିଭିଗଲାଣି । କାରଣ ଆଜିର ଜମାନାରେ ସୋଫା ଓ ନୂଆ ନୂଆ ବେଂଚ ବେଡ୍ ଏବେ ନେଇସାରିଛି ଖଟିଆର ସ୍ଥାନ । ସମସ୍ତେ ବେଶି ପ୍ରାଧ୍ୟାନ୍ୟତା ସେ ସବୁକୁ ଦେଉଛନ୍ତି । ଘରକୁ ଆଣୁନାହାନ୍ତି ଖଟିଆ ।
ହେଲେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଏଠି ଜମେ ବ୍ୟକ୍ତି ଖଟିଆକୁ କେମିତି ଦମଦାର ଉପାୟରେ ବ୍ୟବହାର କରିଛନ୍ତି । ଯାହାର କଳ୍ପନା ବି ଆପଣ କେବେ କରିପାରିବେନି । ସୋସିଆଲ ମିଡିଆରେ ଏହି ଭିଡିଓ ବେଶିମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଭଲକରି ଦେଖନ୍ତୁ କେମିତି ମୁଣ୍ଡ ଖଟେଇ ସେ ଇଂଜିନବାଲା ଖଟିଆ ବନାଇଛନ୍ତି । ଯେଉଁ ଖଟିଆ ଖାଲି ଘରେ ହିଁ ପଡୁରହୁଥିଲା ଏବେ ସେ ରାସ୍ତାରେ ଗଡୁଛି । ଗାଡି ଭଳି ଦୌଡୁଛି । ହଠାତ ଦେଖିଲେ ଆପଣକୁ ଅଜବ ତ ଲାଗୁତିବ । ହେଲେ ନିଶ୍ଚିତ ଭାବରେ ଏହା ତାରିଫ କରିବାର କଥା । ଖଟିଆରେ ଚକ ଲଗାଇବା ସହ ପଛରେ ଖଂଜା ହୋଇଛି ମୋଟର । କୌଣସି ୪ ଚକିଆ ଗାଡି ଠାରୁ କମ ନୁହେଁ ।
କହିରଖିବୁ ରାସ୍ତାରେ ଯେତେବେଳେ ଏହା ପ୍ରଥମେ ଗଡିଲା ଲୋକେ ଦେଖି ତାଜୁବ ହୋଇଯାଇଥିଲେ । ଆଉ ମନରେ ନିଶ୍ଚୟ ଭାବିଥିବେ କି ମାନିବାକୁ ପଡିବ ଏହି ବ୍ୟକ୍ତିଙ୍କ ବୁଦ୍ଧିକୁ । ଘଟିଆ ଗାଡିଟି ପେଟ୍ରୋଲ ପମ୍ପରେ ପହଂଚିବା ପରେ ଲୋକେ ସବୁ ସେମିତି ଚାହିଁରହିତିଲେ ଏ ଖଟିଆ ଗାଡିକୁ । ହେଲେ କିଛି ବି ଫରକ ପଡିନଥିଲା ସଂପୃକ୍ତ ବ୍ୟକ୍ତିଙକ୍ୁ । ସେ ଆରାମରେ ଆସିଲେ, ପେଟ୍ରୋଲ ପକେଇଲେ ଆଉ ସେଠାରୁ ପଳେଇଲେ । ଆଉ ଶେଷରେ ଲୋକେ କିଛି ସମୟ ପାଇଁ ଭାବିଥିବେ ସତରେ ଜୁଗାଡରେ ତ କିଛି ବି ଅସମ୍ଭବ ନୁହେଁ ।
ସେପଟେ ଏହି ବ୍ୟକ୍ତିଙ୍କ ଏଭଳି ଦେଶୀ ଯୁଗାଡର ଦୃଶ୍ୟକୁ ନିଜ କ୍ୟାମେରା ଫ୍ରେମରେ ରେକର୍ଡ କରିବା ।ପଇଁ ଆଉ ଜଣେ ବ୍ୟକ୍ତି ତାଙ୍କର ପିଛା କରିଥିଲେ ଏବଂ ଏ ସମସ୍ତ ଦୃଶ୍ୟକୁ କରିଥିଲେ ରେକର୍ଡ । ଯାହାକୁ ପରେ ଟ୍ୱିଟରରେ ପୋଷ୍ଟ କରାଯାଇଥିଲା ।
ଟ୍ୱିଟରରେ ଏହାକୁ ସେୟାର କରାଯାଇ କ୍ୟାପସନ ଦିଆଯାଇଛି, ଇନୋଭେଟିଭ ଯୁଗାଡ । ବର୍ତମାନ ଏହି ଭିଡିଓଟିକୁ ଲକ୍ଷାଧିକ ଲୋକେ ଦେଖିସାରିଲେଣି । ଦେଖିବା ପରେ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ଜମେ ଲେଖିଛନ୍ତି ଗାଁ ରେ କିଚି ମେଡିକାଲ ଏମରଜେନ୍ସି ପଡିଲେ ଏହାକୁ ସଠିକ ଭାବରେ ବ୍ୟବହାର କରାଯାଇପାରିବ । ଅପହଂଚ ଅଂଚଳରେ ଏହା ବେଶିମାତ୍ରାରେ ଉପଯୋଗୀ ହେବ ବୋଲି ଆଉ କିଛିଜଣ କମେଣ୍ଟ କରିଛନ୍ତି ।
ତେବେ ଦର୍ଶକବନ୍ଧଉ ଏହି ଦେଶୀ ଯୁଗାଡକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

