28.2 C
Odisha
Thursday, April 16, 2026

କରଣ ଜୋହର ସମଲିଙ୍ଗୀ କହିଲେ ‘ତମେ ଇଚ୍ଛୁକ କି’ ?

ଯେଉଁଠି ଅନେକ ସିଲେବ୍ରିଟି ମନଖୋଲି ନିଜ ହୋମସେକ୍ସୁଆଲ ହେବା ନେଇ ଗ୍ରହଣ କରିସାରିଛନ୍ତି, ସେହିକ୍ଷେତ୍ରରେ ବଲିଉଡରେ କିଛି ସିଲେବ୍ରିଟିଙ୍କ ପାଇଁ କୁହାଯାଏ କି ସେମାନେ ସମଲିଙ୍ଗି । ହେଲେ ସେମାନେ କେବେ ବି ଏସବୁକୁ ଗ୍ରହଣ କରିନାହାନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଫିଲ୍ମମେକର କରଣ ଜୋହର । ତାଙ୍କ ସେକ୍ସୁଆଲିଟି ଉପରେ ସବୁବେଳେ ପ୍ରଶ୍ନ ଉଠି ଆସିଛି । ଅନେକ ଥର ଏ ସଂପର୍କରେ ତାଙ୍କୁ କରାଯାଇଛି ପ୍ରଶ୍ନ । ଅବଶ୍ୟ ନିକଟରେ ପୁଣି କିଛି ଏମିତି ହୋଇଛି । କରଣ ଜୋହର ଯେତେବେଲେ ‘ଥ୍ରେଡସ’ ଉପରେ ‘ଆସ୍କ କରନ ଏନିଥିଙ୍ଗ’ ସେସନ ରଖିଥିଲେ, ଜଣେ ୟୁଜର ତାଙ୍କୁ ପଚାରିଥିଲେ, ସେ କଣ ସମଲିଙ୍ଗି କି ? ଏହାର ଉତର ଦେଇ କରଣ ଏହା ମଧ୍ୟ କହିଥିଲେ କି ଜୀବନରେ ତାଙ୍କୁ କେଉଁ କଥା ପାଇଁ ସବୁଠୁ ଅଧିକ ପଶ୍ଚାତାପ ରହିଛି ।
ବର୍ତମାନ ସମୟରେ କରଣ ନିଜ ଫିଲ୍ମ ‘ରକି ଔର୍ ରାନୀ କି ପ୍ରେମ୍ କାହାନୀ’ କୁ ନେଇ ରହିଛନ୍ତି ଚର୍ଚ୍ଚାରେ । ନିକଟରେ ଏହାର ଟ୍ରେଲର ରିଲିଜ ହୋଇତିଲା । ଯାହାକୁ କାଫି ପସନ୍ଦ କରିଥିଲେ ୟୁଜର । ଏହାମଧ୍ୟରେ କରନ ଘୋଷଣା କରିଥିଲେ କି, ସେ ନୂଆ ପ୍ଲାଟଫର୍ମ ‘ଥ୍ରେଡସ୍‌’ ରେ ଫ୍ୟାନ୍ସଙ୍କ ସହ ଚାଟ୍ କରିବେ ଏବଂ ମନରେ ପ୍ରଶ୍ନ ଯାହା ବି ଅଛି ସେମାନେ ଚାହିଁଲେ ପଚାରିପାରିବେ ।
ଏହି ପରିପ୍ରେକ୍ଷୀରେ ଜଣେ ୟୁଜର ପଚାରିଥିଲେ, ଆପଣ ସମଲିଙ୍ଗି ତ ? କରଣ ମଜାଳିଆ ଢଙ୍ଗରେ ଓଲଟା ପ୍ରଶ୍ନ କରିଥିଲେ କି, ତମେ ଇଚ୍ଛୁକ ଅଛ କି । ଏହି ଜବାବ ପରେ ସମସ୍ତେ କହୁଛନ୍ତି କରଣ ସମଲିଙ୍ଗି ବୋଲି । ସୋସିଆଲ ମିଡିଆରେ ଅନେକପ୍ରକାର ମନ୍ତବ୍ୟ ଆସୁଛି କରଣଙ୍କୁ ନେଇ ।
ଏହାପରେ ଆଉ ଜଣେ ୟୁଜର କରଣଙ୍କୁ ପଚାରିଥିଲେ , ତାଙ୍କୁ ସବୁଠୁ ଅଧିକ ପଶ୍ଚାତାପ କେଉଁ କଥାରେ ଅଛି । ପରେ ଫିଲ୍ମ ମେକର ଲେଖିଥିଲେ, ମୋତେ ମୋର ପ୍ରିୟ ଆକ୍ଟ୍ରେସ ଶ୍ରୀଦେବୀଙ୍କ ସହ କାମ କରିବା ଓ ତାଙ୍କୁ ଡାଇରେକ୍ଟ କରିବାର ମଉକା ମିଳିନାହିଁ । ଏହା ମୋ ଜୀବନର ସବୁଠୁ ବଡ ପଶ୍ଚାତାପ ।
ତେବେ କରଣଙ୍କୁ ଆହୁରି ମଧ୍ୟ ପଚରା ଯାଇଥିଲା କି ଭବିଷ୍ୟତରେ ତାଙ୍କର ଧର୍ମା ପ୍ରଡକ୍ସନ ଶାହାରୁଖ ଖାନଙ୍କ ସହ ସଲମାନଙ୍କ ସହ କାମ କରିବେ କି । ହେଲେ ଏ ପ୍ରଶ୍ନର ସେ କୌଣସି ଉତ୍ତର ଦେଇନଥିଲେ ।

ତେବେ ଯଦି କରଣଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍ କାହାନୀ’ କଥା କହିବା, ତେବେ ଏହା ଜୁଲାଇ ୨୮ ତାରିଖରେ ରିଲିଜ ହେବ । ଫିଲ୍ମ ଜରିଆରେ କରଣ ଜୋହର ୬ ବର୍ଷ ପରେ ଡାଇରେକ୍ସନରେ କମବ୍ୟାକ୍ କରୁଛନ୍ତି । ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର ସିଂ, ଜୟା ବଚ୍ଚନ, ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଅନ୍ୟ କଳାକାରମାନେ ରହିଛନ୍ତି । କୁହାଯାଉଛି କି, ଏଥିରେ ବରଣ ଧାବନ, ସାରା ଅଲ୍ଲୀ ଖାନ୍ ଓ ଅନନ୍ୟା ପାଣ୍ଡେ କ୍ୟାମିଓରେ ଅଛନ୍ତି । ତେବେ ଦେଖାଯାଉ ଆଗକୁ କରଣଙ୍କୁ ନେଇ ଆଉ କେଉଁ ସବୁ ଅପଡେଟ୍ ସାମ୍ନାକୁ ଆସୁଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ