ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଏବେ ସାମ୍ନାକୁ ଆସୁଚି ଭିନ୍ନ ଭିନ୍ନ ତଥ୍ୟ । ଦର୍ଶକବନ୍ଧୁ ସୁନାବେଶରେ କାଳିଆ ସାଆନ୍ତ ମହଣ ମହଣ ସୁନା ପିନ୍ଧି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପ୍ରଭୁଙ୍କ ସେଇ ବେଶ ଦେଖିଦେଲେ ଆତ୍ମା ପୁରିଯାଏ । ହେଲେ ବର୍ଷ ବର୍ଷ ଧରି ଗୋଟିଏ ବିବାଦ ଚାଲିଆସିଛି ରତ୍ନ ଭଣ୍ଡାରକୁ ନେଇ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ନେଇ ବିଭିନ୍ନ ପ୍ରକାର ଲୋକକଥା ସାମ୍ନାକୁ ଆସେ । ରତ୍ନ ଭଣ୍ଡାର ଭିତରେ ଅଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା । ହେଲେ ତାକୁ ଏବେ ଯାଏଁ କେହି ଦେଖିନାହାନ୍ତି କି ଖୋଲିନାହାନ୍ତି । କାରଣ ରତ୍ନ ଭଣ୍ଡାର ପ୍ରବେଶ ପଥରେୁ ଜଗି ରହିଛନ୍ତି ବିଷଧର ସାପ । ଯେଉଁମାନେ ଭିତରକୁ ଯିବାକୁ ଦେବେ ନାହିଁ । ଆଉ ଚେଷ୍ଟା କଲେ ମାଡିଆସିବ ଘୋର ବିପଦ । ୍ଣହଲେ ଏବେ ଧିରେ ଧିରେ ରତ୍ନ ଭଣ୍ଡାର ପାଇଁ ବଢିଲାଣି ବିପଦ । କାରଣ ବର୍ଷା ହେଲେ ସେଠାରେ ପାଣି ପଡୁଛି । ଯାହାଫଳରେ କାହିଁ କେଉଁ ଅମଳରୁ ଗଚ୍ଛିତ ଥିବା ସୁନା ନଷ୍ଟ ହେବାର ରହିଚି ସମ୍ଭାବନା । ହେଲେ ରୋଚକକର କଥା ହେଲା, ରତ୍ନ ଭଣ୍ଡାରକୁ କୁଆଡେ ଜଗି ରହିଛନ୍ତି ବିଷଧର ସାପ । ଆଉ ଖୋଲିବା ମାତ୍ରେ ଭଣ୍ଡାର ଭିତରୁ ଶୁଭୁଛି ଘୋର ଗର୍ଜନ । ଯେଉଁଥିପାଇଁ କେହି ବି ଖୋଲିବାକୁ କରୁନାହାନ୍ତି ସାହସ । ବାସୁକୀ ନାଗ ରତ୍ନ ଭଣ୍ଡାରକୁ ସୁରକ୍ଷା ଦେଉଥିବା କୁହାଯାଏ । ଅନେକ ଲୋକକଥା ମଧ୍ୟରେ ସପୂର୍ଣ୍ଣ ଭାବେ ଏବେ ରହସ୍ୟ ଘେରରେ ପୁରୀ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର । ତେବେ ସତରେ କଣ ରତ୍ନ ଭଣ୍ଡାରକୁ ଜଗିରହିଛନ୍ତି ବାସୁକୀ ନାଗ । ନା ଭିତରେ ଆଉ କିଚି ରହସ୍ୟ ଲୁଚି ରହିଛି । ହେଲେ ଲୋକକଥାକୁ ଯଦି ବିଶ୍ୱାସ କରାଯାଏ ସେମାନେ ଲୋକନାଥଙ୍କର ଚଳନ୍ତି ପ୍ରତିମା । ଯେତେବେଲେ କେହି ବି ରତ୍ନ ଭମ୍ଡାରକୁ ଖୋଲିବାକୁ ଚେଷ୍ଟା କରନ୍ତି ସେ ସମୟରେ ଘୋର ଗର୍ଜନ ଶୁଭେ ଭିତରୁ । ଏମିତି ଅନେକ କଥାକୁ ନେଇ ରତ୍ନ ଭଣ୍ଡାର ଖୋଲିବା ସସପେନ୍ସ ବଢୁଛି । ବାସ୍ତବରେ ଏସବୁ କଥା ସତ ନା ଏହା ପଛରେ କଣ କାରଣ ରହିଚି, ତାହା ତ ସେତେବେଳେ ଜଣାପଡିବ ଯେତେବେଲେ ଖୋଲାଯିବ ରତ୍ନ ଭଣ୍ଡାର ।
ଦେଖିବାକୁ ଗଲେ ବିଦଶୀ ଆକ୍ରମଣକାରୀ ମାନେ ବି ରତ୍ନ ଭଣ୍ଡାରକୁ ଖୋଲିବାରେ ରହିଛନ୍ତି ବିଫଳ । ଦେଶ ସ୍ୱାଧୀନତା ପୂର୍ବରୁ ଜଣେ ଇଂରେଜ ସରକାର ଏହି ରତ୍ନ ଭଣ୍ଡାର ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ ହୋଇନଥିଲେ ସଫଳ । କୁହାଯାଏ ଯେତେବେଲେ ରତ୍ନ ଭମ୍ଡାରକୁ କୋଲିବାକୁ ଚେଷ୍ଟା ହୋଇଥିଲା ଭିତରୁ ଶୁଭୁଥିଲା ସାପ ମାନଙ୍କର ଫଁ ଫଁ ଶବ୍ଦ । ଏହାର କିଛି ଦିନ ପରେ ତାଙ୍କ ପୁଅର ଅଚାନକ ହୋଇଯାଇଥିଲା ମୃତ୍ୟୁ । ଏମିତି ଘଟଣା ଘଟିବା ପରେ ଆଉ ପୁନର୍ବାର ସାହାସ କରିନଥିଲେ ରତ୍ନ ଭଣ୍ଡାର ଖୋଲିବା ପାଇଁ ।
ଶେଷ ଥର ପାଇଁ ୨୦୧୮ ମସିହାରେ କରାଯାଇଥିଲା ନିଷ୍ପତି । ଏଥିପାଇଁ ଗଠନ ହୋଇଥିଲେ ୧୬ ଜଣିଆ କମିଟି । ଭିତରେ ସାପ ଥିବା କଥାକୁ ଦୃଷ୍ଟିରେ ରଖି ସ୍ନେକ ହେଲପ ଲାଇନ ସଦସ୍ୟଙକ୍ ସମେତ ଆଣ୍ଟି ଭେନମ ଇଂଜେକ୍ସନ ରଖାଯାଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା । ହେଲେ ଶେଷ ମୁହୂର୍ତରେ ଗାୟବ ହୋଇଯାଇଥିଲା ରତ୍ନ ବମ୍ଡାର ଚାବି । ଆସିଥିଲା ଅନେକ ବାଧାବିଗ୍ନ ।ଉ ଖୋଲିନଥିଲା ରତ୍ନ ବଣ୍ଡାର ।
ସେପଟେ ବର୍ତମାନ ଏହି ରତ୍ନ ଭମ୍ଡାର ଖୋଲାକୁ ନେଇ ତେଜୁଛି ବିବାଦ । ବିରୋଧୀ ଦଳ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ତୁରନ୍ତ ରତ୍ନ ଭଣ୍ଡାର ଖୋଲିବାକୁ ବିଭିନ୍ନ ଆଡୁ ସରକାରଙ୍କ ଉପରେ ଚାପ ପଡୁଛି । କିନ୍ତୁ ନିରବ ଦ୍ରଷ୍ଟା ସାଜିଛନ୍ତି ସରକାର ।
ଖାଲି ଏତିକି ନୁହେଁ, ଅଣସର ଘରେ ଥିବା ବେଳେ ଗର୍ଜନ ଶୁଭାଯାଏ । ଜଗନ୍ନାଥ ଚାହିଁଲେ ରତ୍ନଭଣ୍ଡାର ଖୋଲିବ । ରତ୍ନଭଣ୍ଡାରକୁ ନେଇ ଏଭଳି ସର୍ତକ କରାଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ରତ୍ନଭଣ୍ଡାରକୁ କେବେ ଖୋଲା ହେବ ସେ ବିତର୍କ ଓ କୋର୍ଟରେ ମାମଲା ଚାଲିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ । ଏବେ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କଲେ ବିପଦ ଆସିପାରେ । ସ୍ୱୟଂ ଲୋକନାଥ ଏହି ଶ୍ରୀଜିଉଙ୍କ ଅଳଙ୍କାରକୁ ସୁରକ୍ଷା ଦେଉଛନ୍ତି । ସାଧାରଣ ମଣିଷ ନୁହଁ କାଳିଆ ସାଆନ୍ତ ଯେବେ ଚାହିଁବେ ସେବେ ହିଁ ରତ୍ନ ଭଣ୍ଡାରେ ଖୋଲା ହୋଇପାରିବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଅଣସର ଘରେ ଜଗନ୍ନାଥ ଥିବା ବେଳେ ଗର୍ଜନ ଶୁଭାଯାଉଛି । ସରକାର ଚାହିଁଲେ କିଛି ହୋଇପାରିବନି, ଜଗା ଚାହିଁଲେ ହିଁ ରତ୍ନଭଣ୍ଡାର ଖୋଲାଯାଇପାରିବ ବୋଲି କହିଛନ୍ତି ରତ୍ନାକର ।
ତେବେ ଦର୍ଶକବନ୍ଧୁ ଏତେସବୁ କଥା, ଲୋକକଥାକୁ ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ବାସ୍ତବରେ ସତ୍ୟତା ଏହାପଛରେ କଣ ଅଛି, ତାହା ଆଗାମୀ ସମୟରେ ହିଁ ଜଣାପଡିବ । ହେଲେ ଏହି ଖବର ଉପରେ ଆପମଙ୍କ ମତାମତ କଣ, ରତ୍ନ ଭଣ୍ଡାରକୁ ନେଇ ଆପଣଙ୍କୁ କଣ ଜଣା ଆମକୁ କମେଣ୍ଟ କରି ଜଣାନ୍ତୁ ।

