40.3 C
Odisha
Thursday, April 16, 2026

କେବେଠୁ ଆରମ୍ଭ ହୋଇଛି କାଉଡିଆ ଯାତ୍ରା

ଦେବ ଦେବ ମହାଦେବ । ତାଙ୍କ ଇଚ୍ଛା ଆଶୀର୍ବାଦ ବିନା କିଛି ବି ସମ୍ଭବ ନୁହେଁ । କେତେବେଳେ ଭକ୍ତ ତାଙ୍କୁ ଶମ୍ଭୁନାଥକହି ଡାକନ୍ତି ତ ପୁଣି କେତେବେଳେ ଭୋଳାନାଥ କହି ମନସ୍କାମନା ପୂର୍ଣ୍ଣ ପାଇଁ କରିଥାଆନ୍ତି ସିବଙ୍କ ପୂଜା । ତେବେ ସବୁ ମାସ ମଧ୍ୟରୁ ଶ୍ରାବଣ ମାସ ହେଉଚି ଶିବଙ୍କର ଅତି ପ୍ରିୟ । ସେଥିପାଇଁ ଏହି ମାରେ ଶିବଙ୍କୁ ମନଧ୍ୟାନ ଦେଇ ପୂଜା କଲେ ସବୁ ଇଚ୍ଛା ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ । ଶିବ ଭକ୍ତ ଏହି ମାସକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି ।
ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ ଉପବାସ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ। ଏହି ମାସରେ ଶିବ ଭକ୍ତମାନେ କାଉଡି଼ଆ ଯାତ୍ରାରେ ଯାଇଥାଆନ୍ତି । ପ୍ରତିବର୍ଷ କାହିଁ କେତେ ଦୂରରୁ ଆସି କାଉଡ଼ିଆ ଭକ୍ତ ମାନେ ମହାଦେବଙ୍କ ଉପରେ କରିଥାଆନ୍ତି ଜଳଲାଗି । ଏହି ଯାତ୍ରା ସମୟରେ କାଉଡ଼ିଆ ମାନେ କାଉଡ଼ିକୁ ଭୂମିରେ ରଖନ୍ତି ନାହିଁ । ଆପଣ ଦେଖିଥିବେ ଅଧିକାଂଶ କାଉଡ଼ିଆ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧନ୍ତି । କୌଣସି ପବିତ୍ର ନଦୀରୁ ଜଳ ଉଠାଇ ଶିବଙ୍କ ଉପରେ ଜଳଲାଗି କରିବା ପରେ ସେମାନଙ୍କର ଯାତ୍ରା ସମାପ୍ତ ହୋଇଥାଏ ।
କାଉଡି଼ଆ ଯାତ୍ରାର ଇତିହାସ ଭଗବାନ ପର୍ଶୁରାମଙ୍କ ସମୟ ସହିତ ଜଡିତ । ପର୍ଶୁରାମ ଭଗବାନ ଶିବଙ୍କ ସର୍ବୋଚ୍ଚ ଭକ୍ତ ଥିଲେ। ବିଶ୍ୱାସ କରାଯାଏ ଯେ, ଥରେ ସେ କାଉଡି଼ଆ ନେଇ ପର୍ଶୁରାମ ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ନିକଟ \’ପୁରା ମହାଦେବ\’ ମନ୍ଦିରକୁ ଯାଇଥିଲେ। ସେ ଗଢମୁକେଶ୍ୱରରୁ ଗଙ୍ଗା ଜଳ ନେଇ ଶିବଙ୍କୁ ଜଳାଭିଷେକ କରିଥିଲେ, ସେତେବେଳେ ଶ୍ରାବଣ ମାସ ଚାଲିଥିଲା। ସେବେଠାରୁ ଶ୍ରାବଣ ମାସରେ କାଉଡି଼ଆ ଯାତ୍ରା ନେଇ ଆରମ୍ଭ ହୋଇଥିଲା ପରମ୍ପରା । ଓଡ଼ିଶା, ଉତ୍ତରପ୍ରଦେଶ ସମେତ ପ୍ରାୟ ସମସ୍ତ ରାଜ୍ୟରେ ଶିବ ଭକ୍ତମାନେ ପ୍ରତିବର୍ଷ ଶ୍ରାବଣ ମାସରେ କାଉଡି଼ଆ ଯାତ୍ରାରେ ବାହାରିଥାଆନ୍ତି ।
ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସରେ ଯେଉଁମାନେ କାଉଡି଼ଆ ଯାତ୍ରାରେ ଯାଇ ଭୋଳାଶଙ୍କରଙ୍କ ଉପରେ ଜଳାଭିଷେକ କରନ୍ତି ସେମାନଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଆଉ କିଛି ବିଶ୍ୱାସ କରନ୍ତି ଯେ, ଶ୍ରବଣ କୁମାର ତ୍ରେତେୟା ଯୁଗରେ କାଉଡି଼ଆ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କର ଅନ୍ଧ ପିତା ମାତା ହରିଦ୍ୱାରର ଗଙ୍ଗାରେ ଗାଧୋଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପିତାମାତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଶ୍ରବଣ କୁମାର ସେମାନଙ୍କୁ କାଉଡି଼ଆରେ ବସାଇ ନେଇ ହରିଦ୍ୱାରରେ ସ୍ନାନ କରାଇଥିଲା । ଫେରିବାବେଳେ ଶ୍ରବଣ କୁମାର ଗଙ୍ଗା ଜଳ ଆଣି ଆଣିଥିଲେ । ସେହି ଗଙ୍ଗା ଜଳରେ ସେ ଶିବଙ୍କୁ ଜଳାଭିଷେକ କରିଥିଲେ । ତେବେ ଏପରି ଭାବେ କାଉଡି଼ଆ ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ବିଶ୍ବାସ କରାଯାଏ ।

କହିରଖିବୁ ଯେ, ଚଳିତ ବର୍ଷ ଶ୍ରାବଣ ମାସରେ ରହିଛି ୮ ଟି ସୋମବାର । ଏହି ମାସରେ ଶୁଭ ସଂଯୋଗ ଘଟିବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ରହିବ। ସେପଟେ ଶ୍ରାବଣ ମାସ ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର‌୍ୟ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ