23.3 C
Odisha
Friday, March 6, 2026

ରଥ ଯାତ୍ରା ବେଳେ କାହିଁକି ଅଟକି ଯାଆନ୍ତି ବଡ ଠାକୁର

ପୁରୀ ନାଁ ଧରିବା ମାତ୍ରେ ମନକୁ ଆସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ । ଜଗନ୍ନାଥଙ୍କୁ ନେଇ ରହିଚି ଅନେକ ପ୍ରକାର କାହାଣୀ । ହେଲେ ପୂର୍ବରୁ କିଛି ଏମିତି କାହାଣୀ ଘଟିଛି, ଯାହାକୁ ଆଜି ବି ମନେରଖିଛନ୍ତି ସମସ୍ତେ ।
ଖାଲି ପୁରୀରେ ନୁହଁନ୍ତି, ବରଂ ଅନେକ ରାଜ୍ୟରେ ତଥା ବିଦେଶରେ ବି ପାଳନ ହୁଏ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା । ଭକ୍ତଙ୍କ୍‌ୁ ଦର୍ଶନ ଦେବାକୁ ରତ୍ନ ବେଦୀରୁ ଠାକୁର ଓହ୍ଳାଇ ଆସନ୍ତି । ତେବେ ମଧ୍ୟପ୍ରଦେଶରେ ବିରାଜମାନ ରହିଛନ୍ତି ଶ୍ରୀ ଜଗନ୍ନାଥ । ସେଠାରେ ଥିବା କୁଲେଥ ଗ୍ରାମରେ ତାଙ୍କର ମନ୍ଦିର ରହିଛି ।
ମାନ୍ୟତା ରହିଚି କି, ଗ୍ୱାଲିଅରରୁ ପ୍ରାୟ ୧୭ କିମି ଦୂରରେ ଥିବା କୁଲେଥ ଗ୍ରାମରେ ଶ୍ରୀବାସ୍ତବ ପରିବାରର ଜଣେ ବ୍ୟକ୍ତି ଥିଲେ । ତାଙ୍କ ସହ ପ୍ରଭୁ ଜଗନ୍ନାଥ ଓଡିଶାରୁ ଗ୍ୱାଲିଅର ଯାଇଥିଲେ । ସେବେଠୁ ସେଠାରେ ପ୍ରତି ବର୍ଷ ରଥ ଯାତ୍ରା ପାଳନ ହୁଏ । ଶ୍ରୀବାସ୍ତବ ପରିବାର ଓ ମନ୍ଦିର ପୂଜାରୀ କିଶୋରୀଲାଲ ଶ୍ରୀବାସ୍ତବଙ୍କ ହିସାବରେ, ବାବା ସାମ୍ବଲେଦାସ ବାଲ୍ୟବସ୍ଥାରେ ଜଗନ୍ନାଥ ମନ୍ଦିରକୁ ଦଣ୍ଡବତ କରିବା ପାଇଁ ଯାଇଥିଲେ । ୧୮୪୬ ଯାଏଁ ସେ ସାତ ଥର ପୁରୀରେ ଦଣ୍ଡବତ ଯାତ୍ରା କରିଥିଲେ । ଏହିଠାରୁ ପ୍ରଭୁ ତାଙ୍କ ସହ ସେଠାକୁ ଚାଲି ଯାଇଥିଲେ । କିଶୋରୀଲାଲ ଶ୍ରୀବାସ୍ତବଙ୍କ ଅନୁସାରେ, ୧୮୦୭ରେ ବାବାଙ୍କ ପିତାମାତା ଙ୍କ ଦେହାନ୍ତ ହୋଇଥିଲା । ଏହାଉପରେ ବାଳକ ସାମ୍ବଲେ ଦାସ ଙ୍କୁ କୁହାଗଲା କି, ତାଙ୍କ ବାପା ମା ଜଗନ୍ନାଥଙ୍କ ଶରଣରେ ଯାଇଛନ୍ତି । ଯଦି ସେ ଦଣ୍ଡବତ କରି ସେଠାକୁ ଯିବେ, ତାହେଲେ ତାଙ୍କୁ ସେ ମିଳିଯିବେ । ୧୮୧୬ରେ ୯ ବର୍ଷ ବୟସରେ ସେ ଦଣ୍ଡବତ କରି ଆସିଥିଲେ ପୁରୀ । ରାସ୍ତାରେ ତାଙ୍କୁ ଜଣେ ସାଧୁ ରାମଦାସ ମହାରାଜ ଦେଖା ହୋଇଥିଲେ । ଯିଏ ତାଙ୍କୁ କହିଥିଲେ ଯେ, ତାଙ୍କ ବାପା ମା ଙ୍କର ମୃତ୍ୟୁ ହୋଇ ଯାଇଛି ଏବଂ ଯଦି ସେ ଏହି ପ୍ରକାରେ ଦଣ୍ଡବତ କରି ୭ ଥର ଯିବେ, ତାହାଲେ ଏଥିରେ ଚମତ୍କାର ହେବ । ପରେ ସାମ୍ବଲେଦାସ ଲଗାତର ଭାବେ ପୁରୀ ଯାତ୍ରା କଲେ ।
ତେବେ ୧୮୪୪ ମସିହରେ ଯାତ୍ରା ବେଲେ ତାଙ୍କୁ ଆସିଥିଲା ଏକ ସ୍ୱପ୍ନ । ତାହା ଥିଲା ଯେ, କୁଲେଥରେ ମନ୍ଦିର ନିର୍ମାଣ କରିବେ । ହେଲେ ସେ ମୂର୍ତି ପୂଜାର ଉପାସକ ବନିବାକୁ ଚାହୁଁନଥିଲେ । ସେଥିପାଇଁ କଲେନି ମନ୍ଦିର ନିର୍ମାଣ । ଦୁଇ ବର୍ଷ କାଳ ଏମିତି ଚାଲିଲା । ଏହାପରେ ସେ ୧୮୪୬ ମସିହାରେ ପୁଣି ତାଙ୍କୁ ହୋଇଥିଲା ସ୍ୱପ୍ନାଦେଶ । ଚାଉଳରେ ଏକ ବ୍ୟଂଜନ ପ୍ରସ୍ତୁତ କରି ଯଦି ସେ ଘରର ଏକ ସ୍ଥାନରେ ରଖିବେ, ତାହେଲେ ତାହା ୪ ଭାଗରେ ବିଭକ୍ତ ହୋଇଯିବ । ଆଉ ସେ ସେମିତି ହିଁ କଲେ । ବାସ୍ତବେର ସେମିତି ଘଟିଲା । ମାଟି ପାତ୍ରରେ ସେ ଚାଉଳର ସେହି ବ୍ୟଂଜନ ରଖିବା ପରେ ତାହା ୪ ଭାଗରେ ହୋଇଥିଲା ବିଭକ୍ତ । ପରେ ଗାଁ ନିକଟରେ ବହିଯାଇଥିବା ନଦୀରେ ଚନ୍ଦନ କାଠର ଦୁଇ ମୂର୍ତି ରହିଛି, ତାକୁ ଆଣି ସେଥିରେ ହାତ ଗୋଡ ପ୍ରସ୍ତୁତ କରିବାକୁ ତାଙ୍କୁ ସ୍ୱପ୍ନ ଆସିଥିଲା । ପରେ ସେ ମୂର୍ତିକୁ ଆଣି କୁଲେଥ ଗ୍ରାମରେ ସ୍ଥାପିତ କରିଥିଲେ । ସେବେଠୁ ସେହି ମନ୍ଦିରରେ ଭଗବାନ ବିରାଜମାନ ରହିଛନ୍ତି । ୧୮୪୬ରେ ଘରେ ହିଁ ସ୍ଥାପନା ହୋଇଥିଲା ମନ୍ଦିର । ଆଜି ଯାଏଁ ବି ତାର ପୂଜାର୍ଚ୍ଚନା ଜାରି ରହିଛି ।
କୁଲେଥ ଜଗନାଥ ମନ୍ଦିରର ପୂଜାରୀ କିଶୋରୀ ଲାଲଙ୍କ କହିବା କଥା ହେଲା ଯେ, ପ୍ରତିବର୍ଷ ପୁରୀରେ ହେଉଥିବା ରଥ ଯାତ୍ରା ସାଢେ ୩ ଘଣ୍ଟା ପାଇଁ ଅଟକି ଥାଏ । ସେଠାରେ କୁହାଯାଏ ଯେ, ପ୍ରଭୁ ପୁରୀରୁ ଗ୍ୱାଲିଅର କୁଲେଥ ଯାଇଛନ୍ତି । ଆଉ ସେ ସମୟରେ ଏଠାରେ ଚମତ୍କାର ଘଟିଥାଏ । ତାହା ହେଲା କୁଲେଥର ଏହି ତିନି ମୂର୍ତିଙ୍କ ଆକୃତି ବଦଳି ଯାଏ । ତାର ଓଜନ ବି ବଢିଯାଏ । ଏହାର ଆଭାସ କିଶୋରୀ ଲାଲଙ୍କୁ ହୋଇଥାଏ । ପରେ କୁଲେଥ ମନ୍ଦିର ମୂର୍ତିଗୁଡିକୁ ରଥରେ ବସାଇ ଟାଣିବା କାର୍ଯ୍ୟ ଆରମ୍ଭ ହୁଏ ।
ତେବେ ଦର୍ଶକବନ୍ଧୁ ଜଗନ୍ନାଥଙ୍କ ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ