ଆରମ୍ଭ ହେଲାଣି ବର୍ଷା ଦିନ । ଖରା ଦିନ ସରିଲାଣି । ମୌସିମୀ ବାୟୁ ପ୍ରବାହରେ ଥଣ୍ଡା ପଡିଲାଣି ପୁରା ରାଜ୍ୟ । ହେଲେ ଏହାରି ଭିତରେ ବଢିଛି ରାଜନୀତିକ ଉସ୍ମତା । ସାଧାରଣ ନିର୍ବାଚନକୁ ଆଉ 6-7 ମାସ ବାକି ଥିବା ବେଳେ ଜୋର୍ ଧରିଲାଣି ରଜାନୀତି । ବୟାନ ବାଜି ଆରମ୍ଭ ହୋଇ ଗଲାଣି । ପରସ୍ପରକୁ ଚେକ୍ ଦେବାକୁ କସରତ୍ ଆରମ୍ଭ କରିଦେଲେଣି ଶାସକ ଏବଂ ବିରୋଧୀ । ତେବେ ଓଡିଶାରେ ମଧ୍ୟ କିଛି କମ୍ ବୋହୁନି ରାଜନୀତି ପବନ । ଏଠାରେ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଚି ମୁହାଁମୁହିଁ ଲଢେଇ । ଏହାରି ଭିତରେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଆଇଏଏଏସ୍ ଟର୍ଣ୍ଣଡ୍ ପଲିଟିସିଆନ୍ ଅପରାଜିତା ସଂରଙ୍ଗୀ । ତାଙ୍କର 2024 ରଣନୀତୀକୁ ନେଇ ଏବେ ବଜାର ଘାଟ ସବୁଠି ଚର୍ଚ୍ଚା ।
ଏବେ ଭୁବନେଶ୍ୱରରୁ ସାଂସଦ ଅଛନ୍ତି ଅଫରାଜିତା । 2019 ନିର୍ବାଚନରେ ସେ କରିଥିଲେ ଭାଗ୍ୟ ପରୀକ୍ଷା । ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ବିଜେପିର ପ୍ରାର୍ଥୀ ହୋଇଥିଲେ ସେ । ଆଉ ଛଡାଇ ନେଇଥିଲେ ବିଜେଡିର ଗଡ । ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ସେ ଦେଇଥିଲେ ମାତ୍ । ଯାହା ଫଳରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଉଡିଥିଲା ବିଜେପିର ବାନା । ତେବେ ଏହାରି ଭିତରେ ବଦଳିଛି ସମୀକରଣ । ଉପର ତଳ ହୋଇଛି ଅପରାଜିତାଙ୍କ ଲୋକପ୍ରିୟତା । ତଥାପି ଏକଲା ଚଲୋ ନୀତିରେ ମାଡି ଚାଲିଛନ୍ତି ସେ ।
ନିର୍ବାଚନ ଜିତିବା ପରେ ବିଜେପିର ମୁଖ୍ୟ ଭାର ସମ୍ଭାଳୁଛନ୍ତି ଅପରାଜିତା । ଜାତୀୟ ରାଜନୀତି ରେ ମଧ୍ୟ ସେ ଖୁବ୍ ସକ୍ରିୟ । ତାଙ୍କୁ ଜାତୀୟ ମୁଖପାତ୍ର କରିଛି ଦଳ । ବିଜେପିର ଟପ୍ ନେତାଙ୍କ ସହ ତାଙ୍କୁ ଅନେକ ସମୟରେ ଦେଖିବାକୁ ମିଳେ । ଏହାରି ଭିତରେ କିନ୍ତୁ ଶୁଣିବାକୁ ମିଳୁଛି ଆଉ ଗୋଟିଏ କଥା । କୁଆଡେ ଆଉ ସାସଂଦ ପଦ ରେସରେ ନାହାଁନ୍ତି ଅପରାଜିତା । ସେ ବିଧାନସଭା ଯିବାକୁ ଇଚ୍ଛା ପ୍ରକାଶ କଲେଣି । ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଗୋଟିଚାଳନା । ଆଉ ବୁଲୁଛନ୍ତି ଗାଁ ରୁ ଗାଁ ।
ଭୁବନେଶ୍ୱରରେ ଅପରାଜିତାଙ୍କ ଲୋକପ୍ରିୟତା କିଛି କମ୍ ନୁହେଁ । ସେ ଯେଉଁଠୁ କି ଗଲେ, ତାଙ୍କୁ ଦେଖିବାକୁ ଭିଡ ଜମେ । ତାଙ୍କ ସହ ସେଲଫି ନେବାକୁ ଅନେକ ଯୁବପୀଢି ଆଗେଇ ଆସନ୍ତି । ପ୍ରଥମ ବିଜୟ ପରେ ସେ ଅନେକଙ୍କ ମନ ଜିତିଛନ୍ତି । ଭୁବନେଶ୍ୱର ପାଇଁ ଅନେକ କାମ କରିଥିବା କହୁଛନ୍ତି ତାଙ୍କ ଶୁଭେଚ୍ଛୁ ଏବଂ କର୍ମୀ । ସେ ଆଉ ଥରେ ଠିଆ ହେଲେ ଜିତିବା ନିଶ୍ଚିତ ବୋଲି ଅନେକ ମତ ଦେଉଛନ୍ତି । କିନ୍ତୁ ଆଉ କେହି କେହି କହୁଛନ୍ତି ଏଳଟା କଥା । କୁଆଡେ ତାଙ୍କର ଆଗ ଭଳି ଲୋକପ୍ରିୟତା ନଥିବା କହୁଛନ୍ତି କିଛି ଭୁବନେଶ୍ୱବାସୀ । ସେ ଟିଆ ହେଲେ ହାରିବା ଥୟ । ତେଣୁ ଅନ୍ୟ ଜାଗା ବୁଲାବୁଲି କରୁଥିବା କେହି କେହି କହୁଛନ୍ତି । କିଛି ଦିନ ମଧ୍ୟରେ ଖୋର୍ଧା ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ଅପରାଜିତା ଆଣ୍ଡ୍ କୋ । ତାଙ୍କ କର୍ମୀ ଖୋର୍ଧା ବେଗୁନିଆରେ ସକ୍ରିୟ ହୋଇଯାଇଛନ୍ତି । ଅପରାଜିତା ମଧ୍ୟ ବେଗୁନିଆରେ ଅନେକ ସମୟରେ ଡେରା ପକାଉଛନ୍ତି । ଫଳରେ କେହି କେହି କହିଲେଣି, ସେ ଏଥର ବିଧାନସଭା ଯିବେ । ବେଗୁନିଆରୁ ବିଜେପି ପ୍ରାର୍ଥୀ ହେବେ । କାରଣ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରୋଜେକ୍ଟ କରୁଛି ଗୋଟିଏ ଶକ୍ତିଶାଳୀ ଗ୍ରୁପ୍ । ସେ ବିଧାୟକ ହେଲେ ହିଁ ମୁଖ୍ୟମନ୍ତ୍ରୀ ହୋଇପାରିବେ । ତେଣୁ ବିଧାୟକ ହେବା ପାଇଁ ସ୍ଥିର କରିପାରନ୍ତି ଅପରାଜିତା । ତେବେ ଏବେଠୁ କିଛି କହିବା ସମ୍ଭବ ନୁହେଁ । ଆଉ କିଛି ଦିନ ପରେ ହିଁ ଚିତ୍ର ସ୍ପଷ୍ଟ ହେବା ଆରମ୍ଭ ହେବ । ଯଦି ମ୍ୟାଡାମ୍ ଅଫରାଜିତା ବିଧାୟକ ହୁଅନ୍ତି ଆଉ ବେଗୁନିଆରୁ ଠିଆ ହୁନ୍ତି, ତାହାଲେ ତାଙ୍କୁ କେତେ ସମର୍ଥନ ମିଳିବ ତାହା ସମୟ ହିଁ କହିବ ।

