ପୋଲାଣ୍ଡ ଝିଅ ଓଡ଼ିଶା ବୋହୂ

ଆଠଗଡ:ସାତ ଦରିଆ ତେର ନଈ ପାରି ହୋଇ ସୁଦୂର ପୋଲାଣ୍ଡ ରେ ହେଲା ପ୍ରେମ, ଓଡିଆ ପୁଅ ପ୍ରେମ ରେ ପଡିଗଲେ ବିଦେଶିନୀ। ବର୍ଷେ ତଳେ ହେଲା ଦେଖା ବର୍ଷେ ପରେ ଏକଠି ହେଲା 2ମନ। ଓଡ଼ିଶା ସାଙ୍ଗରେ ବନ୍ଧୁ ବାନ୍ଧିଲେ ପୋଲାଣ୍ଡ ପରିବାର।ଉଭୟ ପରିବାର ରେ ଚାଲିଲା କଥା ବାର୍ତ୍ତା।ସୁଦୂର ପୋଲଣ୍ଡ ଛାଡି ଦୌଡ଼ି ଆସିଲେ ଓଡିଶା ର ଆଠଗଡ଼ ମଫସଲ ଗ୍ରାମ ମହାଲଷ୍ମୀ ପୁର ଗାଁ. ବୈଦିକ ରୀତିନୀତରେ ବିବାହ କରି ଓଡିଆ ଘର ବୋହୂ ହେଇଛନ୍ତି ବିଦେଶିନୀ। କଟକ ଜିଲ୍ଲା ଆଠଗଡ ମହାଲକ୍ଷ୍ମୀପୁରର ରତ୍ନାକର ବେଉରାଙ୍କ ପୁଅ ସୁବଳ ବେଉରା ସାତ ଦରିଆ ପାରି ନେଦରଲ୍ୟାଣ୍ଡ ରେ ଚାକିରି କରନ୍ତି ଆଜିକୁ ବର୍ଷେ ପୂର୍ବରୁ ଏକ ଦେଖା ସାକ୍ଷାତ୍ ଓ ଆରମ୍ଭ ହେଲା ପ୍ରେମ ଧିରେ ଧିରେ ପରସ୍ପର ର ଅତି ନିକଟତର ହୋଇ ଉଭୟ ପରିବାର କୁ ରାଜି କରାଇ ବାହା ହୋଇଛନ୍ତି ଆଠଗଡ ମହାଲକ୍ଷ୍ମୀପୁର ସୁବଳ ଓ ନେଦରଲ୍ୟାଣ୍ଡ ର କନ୍ୟା ଡିଆନା। ଓଡ଼ିଶାର ବୈଦିକ ରୀତି ନୀତିରେ ଦଶ ଦିଗପାଳ ଙ୍କୁ ସାକ୍ଷୀ ରଖି ପାଦରେ ଅଳତା , ହାତରେ ମେହେନ୍ଦି ନାଇ, ମୁଣ୍ଡରେ ନାଲି ସିନ୍ଦୁର ଓ ମୁଣ୍ଡରେ ଓଢଣୀ ପକେଇ ନାଲି ଶଙ୍ଖା ରେ ଓଡ଼ିଆ ଘରର ବୋହୂ ହୋଇଛନ୍ତି ଡିଆନା।ଡିଆନା ତାଙ୍କ ପରିବାର ଓ ସୁବଳ ନିଜ ପରିବାର କୁ ମନେଇ ବନ୍ଧୁ ବର୍ଗଙ୍କୁ ଧରି ନିଆରା ବାହାଘର ଅନୁଷ୍ଟିତ ହୋଇଥିଲା। ଏବେ ବିଦେଶିନୀ ବୋହୂଙ୍କୁ ଦେଖିବାକୁ ଘରେ ଛୁଟୁଛି ବନ୍ଧୁ ବର୍ଗ ଓ ଗ୍ରାମବାସି ଙ୍କ ସୁଅ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ