ଖୁବ୍ ଶୀଘ୍ର ଭାରତ – ପାକିସ୍ତାନ ଯୁଦ୍ଧ ! ସୀମାରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଜାରି ହୋଇଥିବା ୧୭ ଦିନିଆ ନୋଟାମ୍‌କୁ ନେଇ ପାକିସ୍ତାନରେ ଚର୍ଚ୍ଚା ଜୋର ଧରିଛି। ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୭ ଯାଏଁ ରାଜସ୍ଥାନର କିଛି ଅଞ୍ଚଳର ଆକାଶପଥରେ ସାମରିକ କାର୍ଯ୍ୟକଳାପ ପାଇଁ ସୀମାବଦ୍ଧତା ଲାଗୁ କରାଯିବା ନେଇ ସୂଚନା ମିଳିଛି। ଏହା ପରେ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ବଢ଼ାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ପାକିସ୍ତାନୀ ମିଡିଆର ଦାବି ଅନୁସାରେ, ଭାରତର ଏହି ପଦକ୍ଷେପକୁ ନେଇ ସେଠାକାର ପ୍ରତିରକ୍ଷା ପ୍ରତିଷ୍ଠାନରେ ଚିନ୍ତା ବଢ଼ିଛି। ବରିଷ୍ଠ ଅଧିକାରୀମାନେ ଏ ନେଇ ଆଲୋଚନା କରିବା ସହ ସୀମା ନିକଟରେ ଭାରତୀୟ ବାୟୁସେନାର ଗତିବିଧି ଉପରେ ନଜର ରଖୁଥିବା କୁହାଯାଇଛି।

ନୋଟାମ୍‌ କ’ଣ?
ବିମାନ ଚଳାଚଳ ସମ୍ପର୍କରେ ପାଇଲଟ୍ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଜରୁରୀ ସୂଚନା ଦେବା ପାଇଁ ନୋଟାମ୍‌ ଜାରି ହୋଇଥାଏ। ସାମରିକ ଅଭ୍ୟାସ, ଅସ୍ତ୍ର ପରୀକ୍ଷଣ କିମ୍ବା ଅନ୍ୟ କୌଣସି ବିଶେଷ କାର୍ଯ୍ୟକଳାପ ସମୟରେ ନିର୍ଦ୍ଦିଷ୍ଟ ଆକାଶପଥକୁ ଅସ୍ଥାୟୀ ଭାବେ ସୀମିତ କରିବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ।

ଏହି ନୋଟାମ୍‌ରେ ଜୈସଲମେର, ବାରମେର, ଫାଲୋଦି, ଯୋଧପୁର ସମେତ ରାଜସ୍ଥାନର କିଛି ଅଞ୍ଚଳର ଆକାଶପଥ ପ୍ରଭାବିତ ହେବାର ସୂଚନା ରହିଛି। ନିର୍ଦ୍ଦିଷ୍ଟ କିଛି ଅଞ୍ଚଳ ପାକିସ୍ତାନ ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ଏହି ସମୟସୀମା ତରଙ୍ଗ ଶକ୍ତି ୨୦୨୬ ବାୟୁସେନା ଅଭ୍ୟାସ ସହ ମଧ୍ୟ ପାଖାପାଖି ରହୁଛି। ଯୋଧପୁରରେ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୧୨ ଯାଏଁ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ ଅଭ୍ୟାସରେ ବିଭିନ୍ନ ଦେଶର ବାୟୁସେନା ଯୋଗ ଦେବାର ସମ୍ଭାବନା ରହିଛି। ଫଳରେ ସେପ୍ଟେମ୍ବର ଶେଷରୁ ଅକ୍ଟୋବର ଆରମ୍ଭ ଯାଏଁ ସୀମାନ୍ତ ଆକାଶରେ ସାମରିକ ବିମାନର ଗତିବିଧି ବଢ଼ିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ